ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଇଁ ଗାଁ ଠୁ ସହର ଉତ୍ସବ ମୁଖର ହୋଇ ଉଠିଛି l ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି l ଗୁରୁବାର ଭବାନୀପାଟଣା ପୌରାଞ୍ଚଳ ଦେୱାନସାହେବ ପଡା, ନୀତେଇଗୌର ମନ୍ଦିର ପ୍ରାଙ୍ଗଣରେ ସହରର ବିଭିନ୍ନ ପଡ଼ାରୁ ଯାଦବ ମାନେ ଏକତ୍ରିତ ହୋଇ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ନନ୍ଦଉତ୍ସବ ସହିତ ପାଳନ କରିବା ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ l
ଉକ୍ତ ଶୋଭାଯାତ୍ରା ରେ ଘୁମୁରା , କୀର୍ତନ ବାଦ୍ୟ ସହିତ “ଜୟ ଯାଦବ ,ଜୟ ମାଧବ ” ନାରାରେ ଗଗନ ପବନ ମୁଖରିତ କରିଥିଲେ l ଏହି ଅବସରରେ ଏକ ସଭାରେ ଆୟୋଜନ କରାଯାଇଥିଲା l ସହରର ବିଭିନ୍ନ ସାହିରୁ ଆସିଥିବା ଯାଦବ ସମ୍ପ୍ରଦାୟର ବୟୋଜ୍ୟେଷ୍ଠ ଏବଂ ସମାଜ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯଇଥିଲା I
ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା , ବରିଷ୍ଠ ଉପଦେଷ୍ଠା ଓ ସଭାପତି ନିତାଇଗୌର ମନ୍ଦିର କମିଟି ନଳିନୀ ରାଉତ , ସମ୍ପାଦକ ଭକ୍ତଚରଣ ଦାସ ,ବରିଷ୍ଠ ଉପଦେଷ୍ଠା ଭାରତ ଭୂଷଣ ଚଲାନ , ଅବସର ପ୍ରାପ୍ତ ତହସିଲଦାର ରବିନ୍ଦ୍ର ରାଉତ ,ସହର ଯାଦବ ସମିତି ସଭାପତି ଶ୍ରୀ ରବୀନ୍ଦ୍ର ଲାଲ ଯାଦବ ,ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ବିଶି ପ୍ରମୁଖ ଯୋଗ ଦେଇଥିଲେ l
ଉକ୍ତ ସଭାରେ ପୌରାଧ୍ୟାଖ୍ୟା ଶ୍ରୀମତୀ ବେହେରା, ପୌରାଧ୍ୟକ୍ଷା ସହର ବାସୀଙ୍କ ମଙ୍ଗଳ କାମନା କରି ଭଗବାନଙ୍କ ଆଶିଷ ସଦା ସର୍ବଦା ସହର ଉପରେ ରହୁ , ସହରର ଉନ୍ନତି ହେଉ ତଥା ଏକ ସାଙ୍ଗଠନିକ ଚିନ୍ତାଧାରା ରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସବୁ ସମସ୍ୟାର ସମାଧାନ ହେଉ ବୋଲି ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରେ ପ୍ରାର୍ଥନା କରିଥିଲେ l