ବିଜେପି ବୌଦ୍ଧ ଜିଲ୍ଲା ହରଭଙ୍ଗା ମଣ୍ଡଳ ତରଫରୁ ହରଭଙ୍ଗା ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ ,ବିକ୍ଷୋଭ ,ପ୍ରଦର୍ଶନ ସହିତ ଦାବିପତ୍ର ପ୍ରଦାନ “

37 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲା ବିଜେପି ହରଭଙ୍ଗା ମଣ୍ଡଳ ତରଫରୁ , ହାରଭଙ୍ଗା ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ପ୍ରଦାନ ମହା ମହିମ୍ ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ଵରେ ମଣ୍ଡଳ ସଭାପତି ଶ୍ରୀ ତପନ କୁମାର ଡାଙ୍ଗ ଙ୍କ ନେତୃତ୍ବରେ ୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ସ୍ଥାନୀୟ ସରପଞ୍ଜ ଙ୍କ ପାଖରେ ପ୍ରଦାନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ କରି ତାଙ୍କ ଅଭିଭାଷଣ ରେ ବିଗତ ଦିନରେ ଏହି ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଅନିୟମିତତା କରି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରଦାନ କରାଯାଇଥିବା ପ୍ରକାଶ କରିବା ସହିତ ମନରେଗା ଯୋଜନାରେ ହେରାଫେରି , ଭତା ପ୍ରଦାନ ରେ ଦୁର୍ନୀତି , ପାଇଖାନା , ଏସ୍.ଏଫ୍ .ସି . ଓ ପାଞ୍ଚ ଦଶ ଅର୍ଥ କମିଶନ , ୫ ଟି ସ୍କୁଲ ମରାମତି କରି ବ୍ୟବକ ଦୁର୍ନୀତି ଅଭିଯୋଗ ସବୁ ର ତୁରନ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ଏହାର ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ , ସେଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ର ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ ଙ୍କ ସହିତ ବହୁ କର୍ମକର୍ତ୍ତା ସର୍ବଶ୍ରୀ ସଂଗ୍ରାମ ବେହେରା , ରଞ୍ଜିତ ମହାକୁଡ , ରଞ୍ଜନ ଦଳାଇ , ବିଜୟ ତ୍ରିପାଠୀ , ନବୀନ ମହାକୁଡ , ବିଶି କେଶନ ପ୍ରଧାନ , ନାରାୟଣ ବାରିକ ,ସୁନ୍ଦର୍ ନାୟକ, ପ୍ରବୀଣ ପାତ୍ର , ଅରୂପା ଦିପ , ସଚିନ୍ଦ୍ର ସାହୁ , ଚିତ ରଞ୍ଜନ ସେଠୀ ପ୍ରମୁଖ ଦଳୀୟ ନେତୃବନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କ୍ରମରେ ଯୋଗଦାନ୍ କରି ଥିଲେ l

Related Post

ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି

Posted by - May 11, 2022 0
ବାରଙ୍ଗ:(ସନ୍ତୋଷ ରାଉତ )ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ୩୨ ନମ୍ୱର୍ ଜୋନରେ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି। ବାଙ୍କୀ ନର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଦେବୀ…

ଗୋଚର ଜମିରେ କ୍ଷେତ ପୋଖରୀ ଖୋଳା କୁ ବିରୋଧ କରି B J ପାଇଁ ଯୁବ ମୋର୍ଚା ପକ୍ଷରୁ B D O ଙ୍କୁ ଦାବି ପତ୍ର

Posted by - May 9, 2023 0
ହରଭଙ୍ଗା :୦୮ /୦୫ (ଚିତ୍ତରଞ୍ଜନ ସିଂହ)ଜନ ସାଧାରଙ୍କ ହିତ ସକାଶେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ,ଏହାକୁ ସୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ…

ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ତିନୋଟି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମ

Posted by - August 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ ) ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ଆଜି ତିନୋଟି ଅତି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ନବରଙ୍ଗପୁର…