ଦୀର୍ଘ ଦିନ ପରେ ବିଜୁ ଏକ୍ସପ୍ରେସ ଗୋଳେଇ ଛକରେ ହାଇମାକ୍ସ ଲାଇଟ୍

200 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ତା ୩୦/୬/୨୩ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଡ଼ଭଞ୍ଜା ବିଜୁ ଏକ୍ସପ୍ରେସ ଗୋଳେଇ ଛକ ଠାରେ ଥିବା ହାଇମାକ୍ସ ଲାଇଟ୍ ଦୀର୍ଘ ଦିନ ରୁ ବନ୍ଦ ଥିଲା ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଥିଲା।

ସନ୍ଧ୍ୟା ସମୟରେ ଲୋକ ମାନେ ବୁଲା ବୁଲି କରୁଥିଲେ କିନ୍ତୁ ଦୀର୍ଘ ଦିନ ଗୋଳେଇ ଛକ ଠାରେ ଥିବା ହାଇମାକ୍ସ ଲାଇଟ୍ ବନ୍ଦ ଥିବା ବେଳେ ଲୋକ ସେଠାରେ ବୁଲାବୁଲି କରିବା ବନ୍ଦ କରିଦେଇ ଥିଲେ କାରଣ ଏହି ରାସ୍ତା ରେ ବଡ଼ ବଡ଼ ଗାଡ଼ି ଯାତାୟାତ କରିଥାଏ। ଏଣୁ ଏହି ହାଇମାକ୍ସ ଲାଇଟ୍ ବନ୍ଦ ଥିବା ଯୋଗୁଁ ସନ୍ଧ୍ୟା ସମୟରେ ଲୋକଙ୍କ ଗହଳି ଦେଖିବାକୁ ମିଳୁନଥିଲା।

ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ନେଇ ସ୍ଥାନୀୟ ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ ଓ ସମାଜ ସେବୀ ବିବେକ ରଞ୍ଜନ ମିଶ୍ର ଙ୍କ ଚେଷ୍ଟା କ୍ରମେ ଆଜି ଗୋଳେଇ ଛକ ଥିବା ହାଇମାକ୍ସ ଲାଇଟ୍ ଜଳୁଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

Related Post

ସ୍ମୃତିଚାରଣ ସଭା ଅନୁଷ୍ଠିତ

Posted by - July 7, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡ଼ା ପଞ୍ଚାୟତରେ ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ନାୟକଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା…

ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ଅଭିଯାନ ବୈଠକ

Posted by - June 13, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଶିଶୁ ଶ୍ରମକୁ ଶେଷ କରିବା ପାଇଁ ସମସ୍ତଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା କୁ ସୁଦୃଢ କରାଗଲେ ଶିଶୁ ଶ୍ରମିକ ବ୍ୟବସ୍ଥା ର ନିରାକରଣ କରାଯାଇପାରିବ।…

ସଡ଼କ ସୁରକ୍ଷା ସପ୍ତାହ ଜିଲ୍ଲା ସ୍ତରରେ ସମ୍ମାନିତ ହେଲେ ଅମ୍ବାଦଳାର ଦୁଇ ଯୁବ ପ୍ରତିଭା

Posted by - January 17, 2023 0
ମୁନିଗୁଡ଼ା: ୧୭।୧ (ରମାକାନ୍ତ ପଡାଲ)ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ ଓ ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଜାନୁୟାରୀ ୧୧ତାରିଖରୁ ୧୭ତାରିଖ ଯାଏଁ ସପୂର୍ଣ…

ସ୍ୱଚ୍ଛତା ପାଇଁ ବକୃତା ପ୍ରତିଯୋଗିତା

Posted by - March 10, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ନାରାୟଣ ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ – ସ୍ୱଚ୍ଛ ବିଦ୍ୟାଳୟ…