ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧ୍ୟକ୍ଷ ତଥା ଜ଼ିଲ୍ଲା ଜଜ ଶ୍ରୀ ରଶ୍ମି ମୋହନ ଆଚାର୍ଯ୍ୟ ଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ତରଫରୁ ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି ।
ଏହି ଆଇନ ସଚେତନତା ଶିବିର ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ POCSO ଆଇନ ଏବଂ କିଶୋର ନ୍ୟାୟ ଆଇନ ଉପରେ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ବୁଝେଇ ଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀମତୀ ମିନା ମହାରଣା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଜ୍ଞା ପ୍ରନମିତା ଦାସ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ ଥିଲେ I ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, କମଳା ଲୋଚନ ବେହେରା, ସିଦ୍ଧାନ୍ତ କୁମାର ବାଘ, ବେଣୁଧର ମଲ୍ଲିକ ଏବଂ ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ I