ପିଠା ଓ ଆମ୍ବ ଖାଇ ୧୦ ଅସୁସ୍ଥ, କୋକସରା ଡାକ୍ତରଖାନାରେ ଭର୍ତ୍ତି

51 0

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)ଚକୁଳି ପିଠା ଓ ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ କଲୋନି ପଡାର ୧୦ ଜଣ ମହିଳା, ପୁରୁଷ ଓ ଶିଶୁ ଅସୁସ୍ଥ ହୋଇ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି।

ସୂଚନା ଅନୁସାରେ ଡ଼ହଗାଁ କଲୋନି ପଡାର କିଶୋର ମଙ୍ଗରାଜ(୩୦), କବିତା ମଙ୍ଗରାଜ (୫୦), ପ୍ରିୟଦର୍ଶନୀ ଠାକୁର(୩୫), ପ୍ରମିତା ଠାକୁର(୩୨), ସତ୍ୟବତୀ ବାଗ(୫୦), ମଙ୍ଗନି ବେୱା(୮୨), ଚାନ୍ଦ ମଙ୍ଗରାଜ(୫), ମୁସ୍କାନ ବିହାରୀ(୭), ଲିପୁନ ଠାକୁର(୧୧), ସ୍ନେହା ଠାକୁର(୫) ଆମ୍ବ ଓ ପିଠାପଣା ଖାଇବା ପରେ ବାନ୍ତି ହୋଇଥିଲା।

ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ସକାଳୁ ଆକ୍ରାନ୍ତ ମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି । ଏନେଇ ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ବେହେରାଙ୍କ ମତାମତ ନେବାରୁ ପିଠା ଓ ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ ବାନ୍ତି ହୋଇଛି। ବର୍ତ୍ତମାନ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି।

Related Post

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

Posted by - April 22, 2023 0
ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ମହାସମାରୋହରେ ପାଳିତ…

ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ନିଜ ଅଧିକାରରୁ ବଞ୍ଚିତ : ରାଜ୍ୟ ଓବିସି ମଞ୍ଚ

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ଆଜି ତାର ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଛି ବୋଲି ରାଜ୍ୟ ଓବିସି…

ଶ୍ରୀଗୁରୁ ପୂର୍ଣିମା ଉତ୍ତସବ୍ ପାଳନ

Posted by - July 13, 2022 0
କଳାହାଣ୍ଡି(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବୁଧବାର ବ୍ୟାସ ପୂର୍ଣ୍ଣିମା ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ…

ନୀଳଗିରି କିଷାନ୍ କଂଗ୍ରେସର ପକ୍ଷ ରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ

Posted by - August 15, 2021 0
ନିଳଗିରି:(ସୌମ୍ୟାସାଇ ବାରିକ )ନୀଳଗିରି କିଷାନ କଂଗ୍ରେସ ପକ୍ଷରୁ, ଯଶୋଦା ନନ୍ଦନ ସିଂହଙ୍କ ଅବାହକତ୍ୱ ରେ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ବାସ ଭବନ ପରିସର ରେ, ଏକ…