ନର୍ଲା:(୩୧/୦୫୪ (ଅମୀୟ କୁମାର ଦାସ)ଗତ ମଙ୍ଗଳବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନର୍ଲା ବ୍ଲକ ଅନ୍ତର୍ଗତ କରୁମେଲ ପଞ୍ଚାୟତ ର ପଞ୍ଚାୟତ ପଡାରେ । ଯାହାକୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିବା ସହ ପିତା ପୁତ୍ର ଭଳି ପବିତ୍ର ସଂପର୍କ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଏକ ଆଦିବାସୀ କନ୍ଧ ପରିବାର ନନ୍ଦକିଶୋର ମାଝୀ(୪୫)କୁ ତାର ପ୍ରଥମ ପତ୍ନୀଙ୍କ ପୁଅ ପୁରୁଷୋତ୍ତମ ମାଝୀ (୧୯) ଗତ ମଙ୍ଗଳବାର ସଂଧ୍ୟା ୭ଟା ସମୟରେ ଟାଙ୍ଗିଆ ଚୋଟ ମାରି ନିର୍ମମ ହତ୍ୟା କରିଛି । ବାପା ନନ୍ଦକିଶୋର ନିଜ ଘରେ ରାତ୍ରି ଭୋଜନ କରୁଥିବା ସମୟରେ ପୁଅ ବେକରେ ଟାଙ୍ଗିଆ ଚୋଟ ମାରି ଏହି ହତ୍ୟାକାଣ୍ଡ ଘଟାଇଛି ।
ତେବେ ଗତ ଦୁଇ ଦିନ ହେଲା ବାପ ପୁଅ ମଧ୍ୟରେ ପାରିବାରିକ କୌଣସି ଘଟଣାକୁ ନେଇ ଗଣ୍ଡଗୋଳ ହେଉଥିଲା ବୋଲି ନର୍ଲା ପୁଲିସ ସୂଚନା ଦେଇଛି । ଏ ସଂପର୍କରେ ମୃତକର ଦ୍ବିତୀୟ ପତ୍ନୀ ଗୁଆଦେଇ ମାଝୀ ନର୍ଲା ଥାନାରେ ନିଜ ସ୍ବାମୀ ଙ୍କୁ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଅଛି । ନର୍ଲା ପୁଲିସ ଘଟଣାସ୍ଥଳକୁ ସଦଳବଳେ ପହଞ୍ଚି ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆ କୁ ଜବତ କରିଛି ହେଲେ ହତ୍ୟାକାରୀ ପୂଅ ଘଟଣା ଘଟାଇବା ପରେ ଘରୁ ଚମ୍ପଟ ମାରିଛି । ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ଘଟଣାର ଛାନଭିନ୍ କରୁଥିବା ଜଣାପଡିଛି । ପୁଲିସ ଶବକୁ ଜବତ କରି ମଦନପୁର ରାମପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରୀ ରଖିଛି । ନର୍ଲା ଥାନା ଏସ୍ଆଇ କୃତ୍ତିବାସ ପୁଜାରୀ ଏହି ହତ୍ୟାକାଣ୍ଡ ର ତଦନ୍ତ କରୁଥିବା ଜଣାପଡିଛି ।