Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ପ୍ରଶାସନ ଓ ଦୋକାନୀ ଙ୍କ ବୈଠକ ହରିଶଙ୍କର ରେ ନବନିର୍ମିତ ଦୋକାନ ଗୃହ ଲଟେରୀ ମାଧ୍ୟମରେ ବଣ୍ଟନ

28 0

ଖପ୍ରାଖୋଲ: ୨୦/୫( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ସଭାଗୃହ ଠାରେ ପ୍ରଶାସନ ଓ ହରିଶଙ୍କର ଠାରେ ଥିବା ଦୋକାନୀଙ୍କ ମଧ୍ୟରେ ଏକ ବୈଠକ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହରିଶଙ୍କର ମନ୍ଦିର ପାରିପାର୍ଶ୍ବିକ ଉନ୍ନୟନ ତଥା ସ୍ଵନ୍ଦର୍ଯ୍ୟ କରଣ ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ନୂତନ ଦୋକାନ ଗୃହ ନିର୍ମାଣ ହୋଇଛି। ଏହି ଦୋକାନ ଗୃହ ବଣ୍ଟନ ଉପରେ ପୁରୁଣା ଦୋକାନୀ ମାନଙ୍କ ସହ ପ୍ରଶାସନ ର ଆଲୋଚନା ହୋଇଥିଲା।

ପୂର୍ବରୁ ପ୍ରଶାସନ ତରଫରୁ ଦୋକାନୀ ମାନଙ୍କ ତାଲିକା ପ୍ରସ୍ତୁତ ହେଉଥିବା ବେଳେ ପ୍ରାଥମିକତା ଦୃଷ୍ଟିରେ ବର୍ଷସାରା ଦୋକାନ କରି ଜୀବିକା ନିର୍ବାହ କରୁଥିବା ଦୋକାନୀଙ୍କୁ ଦୋକାନ ଗୃହ ଦେବାକୁ ନିଷ୍ପତି ହୋଇଥିବା ବେଳେ ଲଟେରୀ ମାଧ୍ୟମରେ ୨୬ ଟି ଦୋକାନୀଙ୍କୁ ଦୋକାନ ଗୃହ ବଣ୍ଟନ କରାଯାଇଥିଲା। ଦୋକାନ ଗୃହ ପାଇଁ ସିକ୍ୟୁରିଟି ଜମା ସହ ମାସିକ ଭଡା ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। କେତେକ ଦୋକାନୀ ପୂର୍ବରୁ ଦୋକାନ କରି ଆସୁଥିଲେ ମଧ୍ୟ ସର୍ଭେ ରେ ନାମ ନ ଥିବା ଅଭିଯୋଗ କରିଥିଲେ। ଏନେଇ ପାଟଣାଗଡ ଉପ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଭାବରେ ଦୋକାନ କରି ଆସୁଥିବା ଦୋକାନୀଙ୍କୁ ଗୃହ ବଣ୍ଟନ କରାଯାଇଛି।

ଏନେଇ କାହାରି ଅଭିଯୋଗ ଥିଲେ ବ୍ଲକ୍ ରେ ଥିବା ଅଭିଯୋଗ ଓ ପରାମର୍ଶ ବାକ୍ସ ରେ ଲିଖିତ ଜଣାଇଲେ ତାର ସମାଧାନ କରାଯିବ ବୋଲି କହିବା ସହ ଯୋଗ୍ୟ ଦୋକାନୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରେ ଦୋକାନ ଗୃହ ଦିଆଯିବ ବୋଲି କହିଛନ୍ତି। ଏହି ଅବସରରେ ପାଟଣାଗଡ ଆସିଷ୍ଟାନ କଲେକ୍ଟର ପଦ୍ମନାଭ ମହାରଣା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କେରେକେଟା , ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ଦେବୋତ୍ତର କମିଟି ସଦସ୍ୟ, ଦୋକାନୀ ଉପସ୍ଥିତ ଥିଲେ।

Related Post

ବିଭିନ୍ନ ସମସ୍ୟା ନେଇ ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

Posted by - June 2, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ ) ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଆବଶ୍ୟକ ଡାକ୍ତର ନିଯୁକ୍ତି, ଓ କାର୍ଯ୍ୟ ଆରମ୍ଭ ହେବା କୁ ଥିବା ସରକାରୀ ଶିଳ୍ପ…

ଗାଁ ଭିତରେ ବୁଲିଛି ଜଙ୍ଗଲି ଭାଲୁ, ଲୋକେ ଆତଙ୍କିତ

Posted by - November 3, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କ୍ରମାଗତ ଜଙ୍ଗଳ କ୍ଷୟ ଯୋଗୁଁ ବନ୍ୟପ୍ରାଣୀ ମାନେ ଖାଦ୍ୟ ଓ ଆଶ୍ରୟସ୍ଥଳୀ ପାଇଁ ଜନବସତି ଆଡ଼କୁ ମୁହାଁଉଛନ୍ତି ଏବଂ ଏଥିପାଇଁ ବିଭିନ୍ନ ସମୟରେ…

ଭିଜିଲାନ୍ସ ଜାଲରେ ଜୀ ଏସ୍ ଟି ଅତିରିକ୍ତ କମିଶନର, ବିପୁଳ ପରିମାଣର ସମ୍ପତ୍ତି ଠାବ

Posted by - August 9, 2022 0
ଭୁବନେଶ୍ବର (ବ୍ୟୁରୋ) :ଭିଜିଲାନ୍ସ ବିଭାଗର ଅତର୍କିତ ଚଢାଉ, କଟକ ସି ଟି ଓ ଜି ଏସ୍ ଟି କମିଶନର ପୀୟୂଷ କାନ୍ତ ପାଣିଙ୍କ ବାସଭବନ, କାର୍ଯ୍ୟାଳୟ ଓ…