ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବଘିଆପଡା ଫାଣ୍ଡି ଡଙ୍କଣି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ରଖାଯାଇଥିବା ଗଂଜେଇ ଜବତ କଲା ବୌଦ୍ଧ ପୋଲିସ । ।ଖସିଗଲେ ମାଫିଆ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଡଙ୍କଣି ଜଙ୍ଗଲରେ ବ୍ୟାପକ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ବୌଦ୍ଧ ଏସପିଙ୍କ ନିର୍ଦେଶ କ୍ରମେ ବୌଦ୍ଧ ଥାନା ପକ୍ଷରୁ ଜଙ୍ଗଲରେ ଚଢାଉ କରାଯାଇଥିଲା ।
ତେବେ ଚଢ଼ାଉ ବେଳେ ୨୮ କୁଇଣ୍ଟାଲ ଗଂଜେଇ ସହ ପାଖରେ ଏକ ଦେଶୀ ବନ୍ଧୁକ ପାଇଥିଲା ପୋଲିସ ଟିମ । ଯାହାର ଆନୁମାନି ମୂଲ୍ୟ ୧୦କୋଟି ହେବ । ଗଂଜେଇ ଓ ବନ୍ଧୁକ ସିଜ କରି ଏନେଇ ଏକ ମାମଲା ରୁଜୁ ତଦନ୍ତ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ SDPO । ତେବେ ଗତ ମାସ ସୁଦ୍ଧା ବୌଦ୍ଧ ଜିଲ୍ଲାର ସର୍ବାଧିକ ୮୭ଟି ଗଂଜେଇ ମାମଲା ରୁଜୁ ହୋଇଥିବା ବେଳେ ୩୪ ଟନ ଗଂଜେଇ ଜବତ ହୋଇଛି ।
ସେହିଭଳି ଏହିସବୁ ମାମଲାରେ ୮୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୮ଟି ଦେଶୀ ବନ୍ଧୁକ ସହ ଗୋଟିଏ ପିସ୍ତଲ ଜବତ କରିଛି ପୋଲିସ । ୩୦ ଟି ବାଇକ, ୬ଟି କାର, ୩ ପିକଅପ, ୨ଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ କରିଛି ପୋଲିସ । ଆଗାମୀ ଦିନରେ ପୋଲିସ ପକ୍ଷରୁ ଆହୁରି ବ୍ୟାପକ ଗଂଜେଇ ଚଢ଼ାଉ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।