ହରଭଙ୍ଗା :୧୪/୦୫ (ଚିତ୍ତରଞ୍ଜନ ସିଂହ)୫୭ ନଂ ଜାତୀୟ ରାଜପଥରେ କାର ଦୁର୍ଘଟଣା!ଦୁର୍ଘଟଣା ରେ ଜଣେ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ରୋକ!ସୂଚନା ଅନୁଯାଇ ଆଜି ସକାଳ ଭୋର ୫ ଟା ବେଳେ ୫୭ ନଂ ଜାତୀୟ ରାଜପଥ ରେ ବୌଦ୍ଧ ପଟୁ ଚାରିଛକ ଦିଗକୁ ଯାଉଥିବା ଏକ କାର (OD 27 S 7918)ହରଭଙ୍ଗା ବ୍ଲକ ବୃନ୍ଦାବନ ଛକ ଠାରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳ କୁ ଖସି ଏକ ମହିଳା ଙ୍କୁ ଧକ୍କା ଦେଇ ଘରେ ଭିତରକୁ ପଶିଯାଇଥିଲା
ଧକ୍କା ଫଳରେ ଭୋର ରୁ ଘର ଓଲାଉ ଥିବା ବିଲ ଧଳ( ୫୫ ) ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ!ପରିବାର ଓ ଗ୍ରାମବାସୀ ମିଶି କ୍ଷତି ପୂରଣ ପାଇଁ ଶବ କୁ ରାସ୍ତା କଡରେ ରଖି ୨ ଘଣ୍ଟା ରାସ୍ତା ରୋକ କରିଥିଲେ !
ଦୁର୍ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ପୋଲିସ ପହଂଚି ଘଟଣା ର ତଦନ୍ତ ସହିତ ଭିଡ଼ କୁ ଆୟତ କରିଥିବା ବେଳେ ହରଭଙ୍ଗା ତହସିଲଦାର ପହଂଚି ମୃତକ ଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ 10ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପରେ ରାସ୍ତା ରୋକ ହଟିଥିଲା ଓ ରାସ୍ତା ସ୍ୱାଭିବିକ ହୋଇଥିଲା!