Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଖଇର କାଠ ଚୋରାଚାଲାଣ କରୁଥିବା ପିକଅପ ଗାଡ଼ି ଜବତ , ମୁଖ୍ୟ ଅଭିଯୁକ୍ତ ଗିରଫ

72 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା )ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଡୁଡୁକିପଦର୍ ଗାଁ ନିକଟ ଠୁଟା ଜଙ୍ଗଲ ରୁ ଖଇର କାଠ ଚୋରାଚାଲାଣ ହେଉଥିବା ସମୟରେ ବନବିଭାଗ ଚଢ଼ାଉ କରି ଏକ ପିକଅପ ଗାଡ଼ି ସହ କାଠ ମାଫିଆ ଙ୍କୁ ଗିରଫ କରିଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବନ ବିଭାଗ କର୍ମଚାରୀ ମାନେ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ନିତିଦିନ ପେଟ୍ରୋଲିଙ୍ଗ କରିଥାନ୍ତି । ହରିଷଙ୍କର ରେଞ୍ଜେର ଗିରିଧାରି ନାଗ ଙ୍କ ନେତ୍ରୁତ୍ଵ ରେ ଫରେଷ୍ଟର ସୁଧିର ଜେନା ଫରେଷ୍ଟର ସନ୍ଧ୍ୟା ରାଣୀ ସେଠ ,ଫରେସ୍ତ ଗାର୍ଡ ରାଜେନ୍ଦ୍ର ଧାରୁଆ , ପିତାମ୍ବର ମାଝୀ , ଜଙ୍ଗଲ ଓ ବନ ସୁରକ୍ଷା ଦଳ ସାମିଲ ହୋଇ ଗାଡ଼ିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପିକଅପ ଗାଡୀ ମାଧ୍ୟମରେ ଖଇର କାଠ ବୋଝେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ।

ଗାଡି ନିକଟକୁ ଯାଇ ପଚରା ଉଚରା କରିବାରୁ ଖଇର କାଠ ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଏହାପରେ କାଠ ଚୋର ଚାଲାଣ କରୁଥିବା ମୁଖ୍ୟ କାଠ ମାଫିଆ ପାଟଣାଗଡ ଥାନା କୁକୁରମୁଣ୍ଡା ଗ୍ରାମର ସରଜୁ ମେହେର ଙ୍କୁ ଘଟଣା ସ୍ଥଳରୁ ଗିରଫ କରି ଥିଲେ । ଚୋରା ଚାଲାଣ ହେଉଥିବା ଖଇର କାଠ ଆନୁମାନିକ କୋଡ଼ିଏ କୁଇଣ୍ଟାଳ ହୋଇଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୪୫ ହଜାର ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।

ଜବତ ହୋଇଥିବା କାଠ ମାନ ତୁରେକେଲା ଥାନା ମହୁଲପାଟି ଗ୍ରାମକୁ ଚାଲାଣ ବନ ବିଭାଗ ପ୍ରକାଶ କରିଛି । ଅଭିଯୁକ୍ତ ଙ୍କ ନାମରେ ପୂର୍ବରୁ ବେଆଇନ କାଠ ଚୋରା ଚାଲାଣ ନେଇ ପାଟଣାଗଡ , ଖପ୍ରାଖୋଲ ରେଞ୍ଜ ଅଞ୍ଚଳରେ ମାମଲା ମାନ ଥିବା ଜଣାପଡିଛି । ଏନେଇ ରେଞ୍ଜର ଗିରିଧାରୀ ନାଗ ଙ୍କୁ ପଚାରିବାରୁ ଅଭିଯୁକ୍ତ ଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି।

Related Post

କମ୍ଵିଂ ଅପରେସନ ବେଳେ ଧରାପଡ଼ିଲେ ନୂଆପଡ଼ା ଡିଭିଜନର ଦୁଇ ମାଓବାଦୀ

Posted by - January 25, 2023 0
ନବରଙ୍ଗପୁର: ୨୪.୦୧ : (ବେଣୁ ଗୋପାଳ ରାଓ)ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ଗିରଫ କରି ବଡ ସଫଳତା ହାସଲ କରିଛି ନବରଙ୍ଗପୁର ପୋଲିସ। ଦୁଇ…

ଭୁବନେଶ୍ବରରେ ଦେଶର ପ୍ରଥମ ଫାୟାର ପାର୍କ ଉଦ୍‌ଘାଟିତ

Posted by - January 5, 2021 0
ଭୁବନେଶ୍ବର :ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଫାୟାର ପାର୍କ ଉଦ୍‌ଘାଟନ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି।ଅଗ୍ନି ନିରାପତ୍ତା ପଦକ୍ଷେପ…

ଧଣ୍ଡାମୁଣ୍ଡା ରେ ପୁଲବାମା ସହିଦ ଯବାନ ଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

Posted by - February 15, 2023 0
ଖପ୍ରାଖୋଲ :୧୪/୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଠାରେ ପୁଲବାମା ସହିଦ ଯବାନ ଙ୍କ ସ୍ମୃତିରେ କେଣ୍ଡେଲ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି ।…

ହରିଶଙ୍କର ଠାରେ ଆରମ୍ଭ ହେଲା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ

Posted by - May 14, 2022 0
ଖପ୍ରାଖୋଲ: ୧୪/୦୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ…

ପୁଣି ଦନ୍ତାହାତୀର ଉପଦ୍ରବ,ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ

Posted by - January 25, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ସଂନ୍ଧ୍ୟାରେ ପୁଣି ଦନ୍ତାହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ। ମୃତ ବାଳକ ଧୂଳିଗଡ ଜଙ୍ଗଲ…