ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଖାସ କରି ଗମନାଗମନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଧବଳେଶ୍ବର ମନ୍ଦିର ପଛ ପଟେ ଯାଇଥିବା କୁମୁଡ଼ା ଠାରୁ କତରକେଲା ଯାଏଁ ରାସ୍ତା ଅଵସ୍ଥା ଅତି ଶୋଚନୀୟ ଥିଲା।
କିଛି ଦିନ ତଳେ ଏହି ରାସ୍ତା କାମ ଆରମ୍ଭ ହୋଇଛି। ତେବେ ଦୁର୍ନୀତିର ନଗ୍ନ ଉଦାହରଣ ସଦୃଶ କୁମୁଡାରୁ କତର କେଲା ଇରିଗେଶନ କେନାଲ ରାସ୍ତା ବୋଲି ବିଜେପି ଯୁବ ନେତା ନରସିଂହ ସିଂହ ଅଭିଯୋଗ କରି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ତାଙ୍କ କହିବାନୁଯାୟୀ ଏହି ରାସ୍ତା ନିର୍ମାଣ କରୁଥିବା ଜୈନିକ ଠିକାଦାର ମହାଦୁର୍ନୀତି ଓ ମହା ଘଟାଲା କରି ଏହି ରାସ୍ତା ନିର୍ମାଣ କରୁଛନ୍ତି, ଯେମିତିକି ଡବଲ କୋଟ କ୍ରସର ମେଟାଲ ବ୍ୟବହାର ପରିବର୍ତ୍ତେ ହାତଭଙ୍ଗା ମେଟାଲ ବ୍ୟବହାର କରୁଛନ୍ତି ଓ ତଳେ ଚିଟକା ମାଟି ଓ ମୁରୁମ ଅତିନିମ୍ନ ମାନର ବ୍ୟବହାର କରି ରାସ୍ତା ଲେବେଲ ମଧ୍ୟ କରିନାହାନ୍ତି।
ଯଦ୍ଵାରା ଏହି ରାସ୍ତା ଅତି ଶୀଘ୍ର ଖରାପ ହୋଇଯିବ। ସରକାର ଲୋକଙ୍କ ପାଇଁ ଅର୍ଥ ପ୍ରଦାନ କରୁଥିବା ବେଳେ ଜୈନିକ ଠିକାଦାର କିଭଳି ନିମ୍ନ ମାନର କାମ କରୁଛନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ଓ ଇରିଗେସନ ବିଭାଗର ଏଇ , ସହକାରୀ ଯନ୍ତ୍ରୀ, ଏସଇ,ଓ ମୂଖ୍ୟ ଯନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ଯଥା ଶୀଘ୍ର କାର୍ଯ୍ୟର ତଦାରଖ କରନ୍ତୁ ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।