Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

କଟକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା ଅମରଜିତ ସିହ୍ନା

32 0

କଟକ :ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା କଟକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ସେ ଏସସିବି ମେଡ଼ିକାଲର ଉର୍ଣ୍ଣତିକରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ, ଅର୍ବାନ ହାଟ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଥିଲେ । ଏହି ରାଜ୍ୟ ସରକାର ପ୍ରକଳ୍ପ ଗୁଡିକର କିଭଳି ରୂପାନ୍ତରିତକରଣ କରିଛନ୍ତି ତାହା ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ତେବେ ପ୍ରକଳ୍ପ ବୁଲି ଦେଖିବା ପରେ ଅନେକ କିଛି ଶିଖିବାକୁ ମିଳିଲା ବୋଲି ସେ କହିଛନ୍ତି । ପ୍ରଥମେ ବଡ଼ ମେଡିକାଲ(ଏସସିବି) ସମ୍ପ୍ରସାରଣ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଦେଖିବା, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ସେ ଡାଇଗ୍ରାମକୁ ଅନୁଶୀଳନ କରିଥିଲେ ।

ଏହାପରେ ତାଳଦଣ୍ଡା କେନାଲ ନବୀକରଣକୁ ଦେଖି ବେଶ ଖୁସି ପ୍ରକଟ କରିଥିଲେ । ପ୍ରଶସ୍ତ ରାସ୍ତା, କେନାଲର ନୂତନତା, ପାର୍କକୁ ସେ ଦେଖିଥିଲେ । ଏହାପରେ ଛତ୍ରବଜାର ଅର୍ବାନ ହାଟ ଓ ପରେ ପରେ କେନାଲର ପାର୍ଶ୍ୱ ସ୍ଥିତି ସମ୍ପର୍କରେ ବୁଝିଥିଲେ । ଏହି ଅବସରରେ ଶ୍ରୀ ସିହ୍ନାଙ୍କ ସହିତ ସିଡିଏ ଅଧକ୍ଷ ଅନୀଲ ସାମଲ, କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନି, ସିଏମସି କମିଶନର ନିଖିଳ ପୱନ କଲ୍ୟାଣଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ ସମ୍ପ୍ରତି ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିବା କଟକ ସହର ସବୁ ଦିଗର ଝଟକୁଥିବା ଦେଖିବାକୁ ପାଇଥିଲେ ।

ଏହା ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇଛି ବୋଲି ମତପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ତାମିଲନାଡୁର ଜଳ ସମ୍ପଦ ବିଭାଗର ଅତରିକ୍ତ ମୁଖ ସଚିବ ସନ୍ଦୀପ ସକସେନା ଓଡିଶାର ଐତିହ୍ୟର ସ୍ମାରକୀ ପାଲଟିଥିବା ତାଳଦଣ୍ଡା କେନାଲକୁ ଅନୁକରଣ କରିବା ପାଇଁ ଯୋବ୍ରା ସ୍ଥିତ ତାଳଦଣ୍ଡା କେନାଲର ସବୁ ଦିଗକୁ ବୁଲି ଦେଖିଥିଲେ । ସୌନ୍ଦଯ୍ୟକରଣ, କେନାଲରେ ଯୋଡି ହୋଇଥିବା ପ୍ରଯୁକ୍ତିବିଦ୍ୟାକୁ ପାଖରୁ ଦେଖିବା ସହ ଖୁସି ଓ ପ୍ରଶଂସା କରିଥିବାବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ପୂର୍ବ ପରାମର୍ଶ ଦାତା ଆସିବା ପରେ କଟକର ଗର୍ବ ଓ ଗୌରବ ଆହୁରି ବୃଦ୍ଧି ପାଇଛି ବୋଲି ସହରର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

Related Post

ମହିଳାଙ୍କୁ ସ୍ଵାବଲମ୍ବୀ କରିବ ଷ୍ଟ୍ରବେରୀ ଚାଷ : ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି ନିୟମଗିରି ପାହାଡ଼ର ଆଦିମ ଜନଜାତି

Posted by - March 11, 2023 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ )କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ…

ବୟନ ଶିଳ୍ପ ମାନଚିତ୍ରରୁ ଲିଭିବାକୁ ବସିଲାଣି ମନମୁଣ୍ଡା ର ପ୍ରସିଦ୍ଧ ଗାମୁଛା

Posted by - August 8, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) :-ଜିଲ୍ଲାରେ ପାଳିତ ହେଉଛି ଜାତୀୟ ହସ୍ତତନ୍ତ ଦିବସ ।ସମଗ୍ର ଦେଶ ସହିତ ବୌଦ୍ଧ ଜିଲା ପ୍ରଶାସନ ମଧ୍ୟ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ ।…

ବଢି ଚାଲିଛି ଯାଜପୁର ରେ କଣ୍ଟେନମେଣ୍ଟ ଜୋନ,ଜାଣନ୍ତୁ କେଉଁ ଜାଗା ହେଲା

Posted by - May 7, 2020 61
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ ବଢିଲା ଆଉ ଦୁଇଟି କଣ୍ଟେନମେଣ୍ଟ ଜୋନ। ଗତକାଲି ୨ଜଣ ରସୁଲପୁର ବ୍ଲକ ର ନଠୁଆବର ଏବଂ ସଦାନନ୍ଦପୁର ରେ…

ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

Posted by - October 1, 2020 0
ଭୁବନେଶ୍ୱର: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ, ଭୁବନେଶ୍ୱର ଜିଲ୍ଲା କମିଟି ତରଫରୁ ବିଭିନ୍ନ ଦାବି ନେଇ ଆଜି ସ୍ଥାନୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା…

୨୦ଟି ଖଣିର ଖୁବ୍‌ ଶୀଘ୍ର ସାନି ନିଲାମ କରିବା ନେଇ ରାଜ୍ୟ ସରକାରଙ୍କ ସୂଚନା

Posted by - December 3, 2019 0
ଭୁବନେଶ୍ବର ୩।୧୨: ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ଟି ଖଣିର ସାନି ନିଲାମ ପାଇଁ ଆସନ୍ତା ଡିସେମ୍ବର ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।…