ମା ଭୈରବୀ ଙ୍କ ନୂତନ ମନ୍ଦିର ରତ୍ନମୁଦ ପାଇଁ କଳସ ଯାତ୍ରା

80 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବlସିନୀ ମା ଭୈରବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ପାଇଁ ଆଜି ଶୁକ୍ରବାର ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଉତ୍ସବ ରେ ଆଜି ପ୍ରାତଃ ରେ ଅଂଚଳର ହଜାର ହଜାର ଭକ୍ତ ଙ୍କ ସମାଗମ ରେ ନାମ,ସଂକୀର୍ତନ, ଢୋଲ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇ ମାଙ୍କ କଳସ ଯାତ୍ରା ଆରମ୍ଭ ହୋଇଥିଲା।

ମନ୍ଦିର କମିଟିର ସଭାପତି ସୁରେନ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଏହି କଳସ ଯାତ୍ରାରେ କର୍ତ୍ତା ଭାବେ କାର୍ଯ୍ୟ କରିଥିବା ବେଳେ ସହ ସହ ମା ମାନେ ଜଳପୂର୍ଣ୍ଣ ଶୁଭ କଳସି କୁ ଯଜ୍ଞ ମଣ୍ଡପ କୁ ଆଣି ସ୍ଥାପନ କରିଥିଲେ!ଆସନ୍ତା କାଲି 23ତାରିଖ ରେ ଅଖଣ୍ଡ ନାମ ଯଜ୍ଞ ହେବା ସହିତ ରତ୍ନାମୁଦ କାର୍ଯ୍ୟ ଆରମ୍ଭ, ଚଣ୍ଡୀ ଯଜ୍ଞ ଓ 24ତାରିଖ ରେ ନଗର କୀର୍ତନ ଏବଂ ପୂର୍ଣ୍ଣାହୁତି ହେବାକୁ ଥିବା ନେଇ ମନ୍ଦିର ପରିଚାଳନା କମିଟି ପାଖରୁ ସୂଚନା ମିଳିଛି।

Related Post

ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ପ୍ରବୀର କୁମାର ପଣ୍ଡାଙ୍କ ଯୋଗଦାନ

Posted by - January 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀର କୁମାର ପଣ୍ଡା ଦାୟିତ୍ୟ ଗ୍ରହଣ କରିଛନ୍ତି।…

ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ

Posted by - October 2, 2019 0
ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ 150 ତମ ଜନ୍ମ ବାର୍ଷିକୀ ଉତ୍ସବ ଚଳିତ ବର୍ଷ ଦେଶବ୍ୟାପି ପାଳନ କରା ଯାଉଛି. ଏହି ଉପଲକ୍ଷେ ଆଜି ଅନଗୁଳ…

ଯାଜପୁର କମାରଢ଼ିହି ପଂଚାୟତ କାର୍ଯ୍ୟାଳୟରେ ମିଶନ ଶକ୍ତିର ବୈଠକ

Posted by - March 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ…

କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ବରୀ ଯାତ୍ରା

Posted by - October 19, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ! ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ…

ଜଳେଶ୍ଵର ସରକାରୀ ବିଦ୍ୟାଳୟରୁ ବୈଦ୍ୟୁତିକ ଉପକରଣ ଓ କ୍ରୀଡ଼ା ସାମଗ୍ରୀ ଚୋରି

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ଜଳେଶ୍ଵର ସରକାରୀ ବିଦ୍ୟାଳୟ ସ୍କୁଲ ବନ୍ଦ ହେବାପରେ ଦୁଇଟି ଶ୍ରେଣୀଗୃହ ର…