Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବୈଶାଖୀ ଆସର ଅନୁଷ୍ଠିତ

122 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁରର ବ୍ଲକଛକ ନ୍ୟୁ ମାର୍କେଟ ପରିସରରେ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ,ନୃତ୍ୟ,ଚିତ୍ର ଓ କବିତାର ବର୍ଣ୍ଣିଳ ଆସର “ବୈଶାଖୀ-୨୦୨୩” କାର୍ଯ୍ୟକ୍ରମରେ ବିଭିନ୍ନ ରୂପ ଓ ରଙ୍ଗ ପରଶି ଥିଲେ ଅନେକ ସୃଜକ ।

ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନ ନାଟ ପକ୍ଷରୁ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ବଲପୁର ମଣ୍ଡଳର ସର୍କଲ ମୁଖ୍ୟ ଅଜିତ କୁମାର ମେହେର ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବାବେଳେ ବିଶିଷ୍ଠ ସାମାଜିକ କର୍ମୀ ଘାସିରାମ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଓ ସଂସ୍କୃତି ସଂଗଠକ ବେଣୁଧର ପ୍ରଧାନ ଓଁକାର ପର୍ବରେ ଯୋଗଦେଇ ବୈଶାଖୀର ଏହି ଅଭିନବତାକୁ ପ୍ରଶଂସା କରିଥିଲେ ।

ଯୁବ ଲେଖକ କ୍ଷୀରୋଦ୍ର ବିଶ୍ୱାଳଂକ ସଂଯୋଜନାରେ ଅନୁଷ୍ଠିତ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସରରେ ୩୬ରୁ ଅଧିକ କବି,ସଙ୍ଗୀତ ଶିଳ୍ପୀ,ଶିଶୁ ନୃତ୍ୟ ଶିଳ୍ପୀ ଓ ଚିତ୍ରକର ଦୁର୍ଯୋଧନ ମେହେର ନିଜ ନିଜର ସୃଜନ ପରିବେଷଣ କରିଥିଲେ । କବି ରଂଜିତା ପଣ୍ଡା, ସସ୍ମିତା ମେହେର, ଆଶିଷ ମିଶ୍ର, ସ୍ଵର୍ଣ୍ଣମୟୀ ମହାପାତ୍ର, ଗାଳ୍ପିକ ଆଦିତ୍ୟ ମିଶ୍ର, ଚିତ୍ରଶିଳ୍ପୀ ଦୂର୍ଯ୍ୟୋଧନ ମେହେର, ନୃତ୍ୟଶିଳ୍ପୀ ଆଇନୁର ବଣିଆଁ, ଯୋଗକର୍ମୀ ଶିବଦତ୍ତ ଚାନ୍ଦ, ନାଟର କାର୍ଯ୍ୟକାରୀ ଅଧ୍ୟକ୍ଷ୍ୟ ପ୍ରଦ୍ୟୁମ୍ନ ସାହୁ,ସାଧାରଣ ସଂପାଦକ ବନମାଳୀ ପଣ୍ଡା,ସମାଜସେବା ସଂପାଦକ ସଂଜୟ କୁମାର ପଣ୍ଡା,ସଂସ୍କୃତି ସଂପାଦକ ଅବିନାଶ ହୋତା,ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ବୈଶାଖୀ ଆସରକୁ ସଫଳ କରିବାରେ ସହାୟତା କରିଥିଲେ । ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ଵାଳ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

 

Related Post

ଇନର ହୁଇଲ କ୍ଲବର ରୌପ୍ୟଜୟନ୍ତୀ ଉତ୍ସବ ପାଳିତ

Posted by - November 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଅମ୍ବିକାଇସ୍ଥିତ ରୋଟାରୀ ଭଵନ ପରିସରରେ ଇନର ହୁଇଲ କ୍ଲବର ରୌପ୍ୟଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କ୍ଲବର ସଭାପତି ସ୍ୱୟଂପ୍ରଭା ପଣ୍ଡାଙ୍କ…

ଅତାବିରା ବ୍ଲକ ର ଆଗାମି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶିତ

Posted by - January 26, 2022 0
ବରଗଡ/ଅତାବିରା:ସାରା ଦେଶରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମାନଙ୍କରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।ପାଞ୍ଚବର୍ଷ ପାଇଁ ଜନତା ବାଛିବେ ତାଙ୍କ ମନ ପସନ୍ଦ ପ୍ରତିନିଧି…

ଜିଲାସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - January 19, 2023 0
ଯାଜପୁର :ଯାଜପୁର ଜିଲା ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ,ଉପଜିଲାପାଳ ଗୋପିନାଥ…

ଅମୃତ କଳସ ସୁନା ଗହଣା ଲୁଟ ଘଟଣା ରେ ଡକାୟତ କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କଲେ ପାଟଣାଗଡ ମାରୱାଡ଼ି ସଂଗଠନ

Posted by - August 8, 2022 0
ପାଟଣାଗଡ: (ତାପସ ରଞ୍ଜନ ବେହେରା) ପାଟଣାଗଡ ମୁଖ୍ୟ ରାସ୍ତା କଡ଼ରେ ଥିବା ସୁନା ଗହଣା ଦୁକାନ କୁ ଗତ ଶୁକ୍ରବାର ଦିନ ଡକାୟତି ଘଟଣାରେ ସଂପୃକ୍ତ ଥିବା…

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

Posted by - January 26, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ଶିକ୍ଷକଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଆସ୍କା ସୁନାମ…