ଧର୍ମଗଡ:୧୩/୦୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ହେମା ସା(୩୮) ଶତାଧିକ ମହିଳାଙ୍କୁ ଢାଳ କରି ଅଢେଇ କୋଟିରୁ ଅଧିକ ଋଣ ଟଙ୍କା ଉଠାଇ ମୁମ୍ବାଇକୁ ଫେରାର ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା । ୨୨୦ ଜଣ ମହିଳାଙ୍କ ନାରେ ଋଣ ରହିଥିବା କହି ଫାଇନାନ୍ସ କମ୍ପାନିର କର୍ମଚାରୀ ଘରକୁ ଯାଇ ମହିଳାମାନଙ୍କୁ ଧମକ ଚମକ ଦେବା ସହ ବହୁତ ହଇରାଣ କରୁଥିଲେ ।
ତେବେ ଠକେଇର ଶିକାର ହୋଇଥିବା ମହିଳାମାନେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅଭିଯୋଗ କଲା ପରେ ତୁରନ୍ତ ଚହକା ଗାଁ କୁ ଅଧ୍ୟକ୍ଷ ଆସି କେଗାଁ ପୁଲିସ ର ଉପସ୍ଥିତି ରେ ଏକ ବୈଠକ କରି ଗତ ମଙ୍ଗଳବାର ଦିନ କେଗାଁ ଥାନାରେ ଏ ଠକେଇ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତନାଘନା ତଦନ୍ତ ଆରମ୍ଭ କରିଥିଲା । ଏନେଇ ସଦର ଡିଏସ୍ପି ହେମ୍ରମ ଙ୍କ ନେତୃତ୍ବରେ କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୋଲ୍ଲାହରସ ଏକ ଟିମ ଗଠନ କରି ମୁମ୍ବାଇ ଯାଇ ତଦନ୍ତ କରୁଥିବା ବେଳେ ଏହି କଥା ସମ୍ପୃକ୍ତ ଅଭିଯୁକ୍ତ ମହିଳା କୌଣସି ସୂତ୍ରରୁ ଜାଣି ମୁମ୍ବାଇରୁ ଟ୍ରେନ ଯୋଗେ ଫେରାର ମାରି ଟିଟିଲାଗଡ ଅଭିମୁଖେ ଆସୁଥିଲା ।
ମୋବାଇଲ ଟ୍ରାକିଙ୍ଗ କରି ଟିଟିଲାଗଡରୁ ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ସମ୍ପୃକ୍ତ ମହିଳାଙ୍କୁ ପୋଲିସ କେଗାଁ ଥାନାରେ ଅଟକ ରଖି ନିଜେ ସଦର ଡିଏସ୍ପି ହେମ୍ରମ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଅଭିଯୋଗ ର ଛତିଶ ଘଣ୍ଟା ମଧ୍ୟରେ ଗିରଫ ହୋଇଥିବାରୁ ଚହକା ପଞ୍ଚାୟତବାସୀ ବ୍ଲକ ଅଧ୍ୟକ୍ଷ ମହାନନ୍ଦ ଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀ ମହାନନ୍ଦ କଳାହାଣ୍ଡି ପୁଲିସ ଙ୍କୁ ଧନ୍ୟବାଦ ଦେଇଛନ୍ତି ।