Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଉତ୍କେଲା ପି ଇ ଓ ଙ୍କ ବିରୁଦ୍ଧ ରେ ବିକାଶ ମଞ୍ଚ ର ରଣହୁଙ୍କାର

126 0

           ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗ୍ରାମ ପଞ୍ଚାୟତ ରେ ଝୁଲିବ ତାଲା
                       ଅଭିଯୋଗ ର ତଦନ୍ତ ଶୀଘ୍ର କରାଯିବ କେସିଙ୍ଗା ବିଡ଼ିଓ 

କକେସିଙ୍ଗା:( ପ୍ରିଟେସ ପଟେଲ)ଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଗ୍ରାମ ପଞ୍ଚାୟତ ର ଭତ୍ତା ପଇସା ବଣ୍ଟା ନ ଯିବା ଘଟଣା ଦିନକୁ ଦିନ ବଢୁଥିବା ବେଳେ ବ୍ଲକ୍ ପ୍ରଶାସନ ର ନିଦ ଫିଟୁ ନାହିଁ। ଗେହ୍ଲା ପୁଅ ସାଜିଛନ୍ତି ପି ଇ ଓ ମହାଶୟ।ବିଭିନ୍ନ ଖବକାଗଜରେ ପ୍ରତିଦିନ ପ୍ରକାଶିତ ହେଉଛି ଉତ୍କେଲା ଗ୍ରାମ ପଞ୍ଚାୟତ ର ଗୁମର କିଏ ଭତ୍ତା ପାଇ ନାହାନ୍ତି ତ କିଏ କମ୍ବଳ ସହାୟତା ପାଇ ନାହାନ୍ତି ପୁଣି କାହାକୁ ମିଳିନାହିଁ ହରିଶ୍ଚନ୍ଦ୍ର ସହାୟତା ପଇସା ଏବଂ ବିଭିନ୍ନ କାର୍ଯ୍ୟ ର ଅନିୟମିତତା ତଥା ଉତ୍କେଲା ଗ୍ରାମ ପଞ୍ଚାୟତ ର ସମ୍ପ୍ରସାରଣ ଅଧିକାରୀ ଙ୍କ କାର୍ଯ୍ୟ ରେ ଅବହେଳା ବିଷୟରେ ଉତ୍କେଲା ବିକାଶ ମଞ୍ଚ ର କର୍ମକର୍ତ୍ତା ସଭାପତି ଅନିରୁଦ୍ଧ ସାହୁ ଙ୍କ ନେତୃତ୍ୱ ରେ କେସିଙ୍ଗା ବ୍ଲକ୍ ଅଫିସ୍ ଆସି ଏକ ୬ ଦଫା ଦାବି ପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି।

ସେଗୁଡିକ ଥିଲା ଉତ୍କେଲା ବସ୍ତି ପଡ଼ା ରେ ଥିବା ଡ୍ରେନ ର ଅବ୍ୟବସ୍ଥା ୨- ଗ୍ରାମ ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଭତ୍ତା ର ଅନିୟମିତତା ୩- ହରିଶ୍ଚନ୍ଦ୍ର ଯୋଜନା ରେ ଅନିୟମିତତା ୪- ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଙ୍କୁ ବଦଳିକରି ଏକ ନିୟମିତ ଅଧିକାରୀ ଙ୍କୁ ନିଯୁକ୍ତି ଦେବା ୫- ଗ୍ରାମ ପଞ୍ଚାୟତ ଅଫିସ୍ ନିୟମିତ ନ ଖୋଲିବା ଏବଂ ଗ୍ରାମ ରୋଜଗାର ସେବକ ଙ୍କୁ ନିୟମିତ କରିବା ପ୍ରଭୃତି।

ଏ ହିଁ ସବୁ ଦାବି ଅତି ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଉତ୍କେଲା ବିକାଶ ମଞ୍ଚ ଗ୍ରାମ ପଞ୍ଚାୟତ ଅଫିସ୍ କୁ ତାଲା ପକାଇବା ପାଇଁ ପଛ ଘୁଂଚା ଦେବ ନାହିଁ ବୋଲି ବିଡ଼ିଓ ଙ୍କୁ କହିଥିଲେ। ପରେ ଆମେ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ଙ୍କୁ ଏ ହିଁ ବିଷୟ ରେ ପଚାରିବାରୁ ବିଡ଼ିଓ ମହାଶୟ ଅତି ଶୀଘ୍ର ବିଷୟ ଉପରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଅପର ପକ୍ଷରେ ବିକାଶ ମଞ୍ଚ ତରଫରୁ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଟଙ୍କଧର ନାଏକ, ଉପସମ୍ପାଦକ୍ ଗିରିଜା କୁମାର ବେହେରା,ଉପଦେଷ୍ଟା କମିଟି ର ବସନ୍ତ ପୁରୋହିତ,ଲିଙ୍ଗ ରାଜ ମିଶ୍ର,ନବକିଶୋର ନାଏକ,ଜୟହରି ପଟେଲ,ଗୋବିନ୍ଦ ସା,ଅର୍ଜୁନ ପୋଡ଼,ଅଗସ୍ତି ଶା,ତ୍ରିନାଥ ମାଝୀ ଏବଂ କେସିଙ୍ଗା ର ଯୁବ ସଂଗଠକ ସୁରେଶ ରାଓ ଉପସ୍ଥିତ ଥିଲେ।

 

Related Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ ଙ୍କ ପରଲୋକ ,ମ୍ରୁତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା

Posted by - December 30, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରା ବେନ୍ ଙ୍କ ପରଲୋକ ହୋଇଥିବା ସୁଚନା ମିଳିଛି l ମ୍ରୁତ୍ୟୁ…

ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ

Posted by - October 2, 2019 0
ସମ୍ୱଲପୁର: ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ। ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଆଜି ଗିରଫ କରିଛି। ଏପରିକି…

ଭୁବନେଶ୍ବରରେ ୪୬.୮୬% ମତଦାନ

Posted by - April 25, 2019 0
ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ‌ହିଁ ସରକାରଙ୍କୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ‌ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ…

ବଲାଙ୍ଗୀର ଜିଲ୍ଲା ବଡ଼ପରା ଛାତ୍ର ତାରାଚାନ୍‌ ରଣାଙ୍କ ଇଂଜିନିୟରିଂ ହେବା ସ୍ୱପ୍ନ କୁ ପୂରଣ କଲେ ମୁଖ୍ୟମନ୍ତ୍ରୀ

Posted by - November 27, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜ଼ୀଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧଲା ପଞ୍ଚାୟତ ବଡ଼ପରା ଗାଁର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କବାପା ଗରିବତ୍ୱ ଉପ ରଣା ଜଣେ ଦିନ…