ଖପ୍ରାଖୋଲ ରେ ଡ୍ରାଇଭର ସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ, ରାସ୍ତା କଡ଼ରେ ଧାରଣା

27 0

ଖପ୍ରାଖୋଲ: ୧୫/୩( ତାପସ ରଞ୍ଜନ ବେହେରା) ସାରା ରାଜ୍ୟରେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହା ସଂଘ ତରଫରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଖପ୍ରାଖୋଲ ରେ ଡ୍ରାଇଭର ମହାସଂଘ ତରଫରୁ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଅବସରରେ ପାଟଣାଗଡ ଖପ୍ରାଖୋଲ ରାସ୍ତା ଧାନ ମଣ୍ଡି ନିକଟରେ ଦିନ ସାରା ଧାରଣାରେ ବସିଥିଲେ । ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇ ଥିବାରୁ ଯାତ୍ରୀ ବାହି ବସ ଓ ଅତ୍ୟାବଶ୍ୟକ ସେବା ଗାଡି କୁ ଛାଡ଼ିଦେଲେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ଆନ୍ଦୋଳନର ନେତୃତ୍ୱ ଖପ୍ରାଖୋଲ ବ୍ଲକ ଡ୍ରାଇଭର ସଂଘ ଆଡମୀନ ଧନୁର୍ଧର ବାରିକ , ସଭାପତି ଦିଲୀପ କୁମାର ନାଏକ, ସମ୍ପାଦକ ସିମଞ୍ଚାଲ ସାହୁ , ମୋହନ ଭୁଏ, ସନ୍ତୋଷ ସାହୁ , ବିନାୟକ ବନଛୋର, ଦେବାନନ୍ଦ ପଟ୍ଟନାୟକ , ନିଲାମଣି ସାହୁ , ସୁଶିଲ ଦଣ୍ଡସେନା , ଫକୀର ପଧାନ , ସୁଦାମ ପଧାନ , କାନ୍ତ ଗଡତ୍ୟା , ପ୍ରଶାନ୍ତ ଦାଶ ସମେତ ଶତାଧିକ ଡ୍ରାଇଭର ଆନ୍ଦୋଳନ ରେ ସାମିଲ ହୋଇଥିଲେ। ବ୍ଲକ ର ଲାଠୋର ଓ ଯୁରିଆ ଠାରେ ମଧ୍ୟ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

Related Post

କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼

Posted by - July 21, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…

ବନ୍ୟା ସମୟରେ ହରଭଙ୍ଗା ପ୍ରାଣି ଚିକିତ୍ସାଳୟ କର୍ମଚାରୀଙ୍କ ତତ୍ପରତା

Posted by - September 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଚଳିତ ବର୍ଷ କିଛିଦିନ ତଳେ ହୋଇଥିବା ପ୍ରଳୟକlରି ବନ୍ୟା ରେ ହରଭଙ୍ଗା ବ୍ଲକ ର ୧୨ ଟି ପଞ୍ଚାୟତ ର ପ୍ରାୟ ୭୫ ଟି…

ରଥ ଉପରେ ମୋବାଇଲ ସେଲ୍‌ଫି ମନା

Posted by - July 4, 2021 0
ପୁରୀ: ରଥ ଉପରେ ମୋବାଇଲ ଫୋନରେ ସେଲ୍‌ଫି (ନିଜର ଚିତ୍ର ଉତ୍ତୋଳନ) ଏବଂ ଭିଡିଓ ରେକର୍ଡିଂ (ଦୃଶ୍ୟ ଉତ୍ତୋଳନ) ସମ୍ପୂର୍ଣ୍ଣ ନିଷେଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଚଳିତବର୍ଷ…

ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ,୨୩ରେ ପହଞ୍ଚିଲା ସଂଖ୍ୟା

Posted by - April 5, 2020 1,245
ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ-୨ର ୭୦…