ରାଧା କୃଷ୍ଣ ମନ୍ଦିର କମିଟି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୪୦ ପ୍ରହର ନାମ ଯଜ୍ଞ

68 0

କେସିଙ୍ଗା:(ପ୍ରିତେସ୍ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ବଗା ଡ (ତ ଲ ପଡା) ସ୍ଥିତ ରାଧା କୃଷ୍ଣ ମନ୍ଦିର କମିଟି ପକ୍ଷରୁ ୪୦ ପ୍ରହର ନାମ ଯଜ୍ଞ ମହା ସମାରୋହରେ ଆରମ୍ଭ ହୋଇ ଯାଇଛି।ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ନାମ ଯଜ୍ଞ କଳାହାଣ୍ଡି ସମେତ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ସଙ୍କୀର୍ତ୍ତନ ଦଳ ଯୋଗ ଦେବାକୁ ଥିବା ବେଳେ ମହିଳା ସଙ୍କୀର୍ତ୍ତନ ଦଳ ମଧ୍ୟ ଭାଗ ନେବେ ବୋଲି କମିଟି ପକ୍ଷରୁ କୁହାଯାଇଛି।

୪୦ ପ୍ରହର ନାମ ଯଜ୍ଞ ପାଇଁ କେସିଙ୍ଗା ସହର ଚଳଚଞ୍ଚଳ ହୋଇପଡିଛି।କମିଟି ସଭାପତି ବିଶ୍ଵ ନାଥ ନାଏକ ,ସମ୍ପାଦକ ଗଙ୍ଗାଧର ବେହେରା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଉଥିବା ଉକ୍ତ ନାମ ଯଜ୍ଞ ରେ ଉପଦେଷ୍ଟା କମିଟି ର କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ,ଜଗମୋହନ ସାହୁ,ହୃଦାନନ୍ଦ ସାହୁ,ରମାକାନ୍ତ ନାଏକ,ଦୟାସାଗର ନାଏକ,ମୋହନ ନାଏକ,ତ୍ରିନାଥ ବଗତ୍ତି,ଧନୁ ଭୋଇ, ଭୂପିନ ଘୀଭେଲା ,ଖଣ୍ଡନ ଘୀଭେଲା,ବିଭୀଷଣ ସାହୁ,କୀର୍ତ୍ତି ଚନ୍ଦ୍ର ଭାଟି, ବସୁ ନାଏକ,ବନମାଳୀ ସାହୁ,ବସନ୍ତ ନାଏକ,ମିହିର ନାଏକ,ସଞ୍ଜୀବ କୁମାର ନାଗଡା ଓ ରୋହିତ କୁମାର ସାହୁ ପ୍ରମୁଖ ସହଯୋଗ କରୁଥିବା ବେଳେ କର୍ତ୍ତା ଭାବରେ ପୂଜା ରେ ବସିଛନ୍ତି ଦଇତାରୀ ନାଏକ ଓ ତାଙ୍କ ଧର୍ମପତ୍ନୀ ସେହିପରି ମୂଖ୍ୟ ପୂଜକ ଭାବରେ ଦାଇତ୍ୱ ତୁଲାଉଛନ୍ତି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ।

 

Related Post

ବେଲଗୁଣ୍ଠା ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ

Posted by - December 17, 2022 0
ବେଲଗୁଣ୍ଠା:୧୬/୧୨(ସୁଶାନ୍ତ କୁମାର ବେହେରା )ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ସେବା ସମବାୟ ସମିତି ଠାରେ ଧାନମଣ୍ଡିକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ,ବାରିପଦା ଆଇ ଟି ଡିଏ ସହକାରୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢାଉ

Posted by - November 26, 2021 0
ବାଲିଆପାଳ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛନ୍ଦିଛନ୍ତି ବାରିପଦା ଆଇ ଟି ଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ ଙ୍କ ନିଜଘରେ ସଂପର୍କୀୟ ତଥା…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

Posted by - December 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ଗ୍ରାମ୍ୟ ଓ ସହରାଞ୍ଚଳ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଅସ୍ଥାୟୀ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଅତିରିକ୍ତ…

ବଲାଙ୍ଗିର ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଟିଟିଲାଗଡ ସାମ୍ବାଦିକ ସଂଘ

Posted by - December 7, 2022 0
ବଲାଙ୍ଗିର/ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଲାଗଡ କର୍ମରତ ସାମ୍ବାଦିକ ସଂଘ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସୌଜନ୍ୟ ମୂଳକ ସାକ୍ଷାତ ସହ ଟିଟିଲାଗଡରେ ଏକ ସାମ୍ବାଦିକ ଭବନ…

ବୈତରଣୀ ନଦୀରେ ବନ୍ୟା

Posted by - September 11, 2019 0
ବୈତରଣୀ ନଦୀରେ ବନ୍ୟା । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ଆଜି ସକାଳେ ବୈତରଣୀ ନଦୀ…