କେସିଙ୍ଗା : (ପ୍ରିତେଶ୍ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲ ସିଙ୍ଗା ଠାରେ ଗତକାଲି ସନ୍ଧ୍ୟା ସମୟରେ କଳାହାଣ୍ଡି ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ପୋଲିସ ର ଏ ଏସ ଆଇ ଡି. ମୋହନ ଙ୍କ ନେତୃତ୍ୱ ରେ ଟିମ୍ ପରଲ ଶିଙ୍ଗା ଯାଇ ଗଞ୍ଜେଇ ମାଫିଆ ମାନଙ୍କ ଉପରେ ଚଢାଉ କରି ତିନୋଟି ବାଇକ୍ ସହ ୬୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଗତ କାଲି ସନ୍ଧ୍ୟା ୬ ସମୟରେ ଚାରି ଜଣ ତିନୋଟି ବାଇକ୍ ମୋହନଗିରି ରୁ ଖରିଆର ଗଞ୍ଜେଇ ନେଇ ଯାଉଥିବା ବେଳେ ଛକି ରହିଥିବା ପୋଲିସ ତିନୋଟି ବାଇକ୍ କୁ ଅଟକାଇ ଯାଞ୍ଚ କଲାବେଳେ ବାଇକ୍ ରୁ ୬୨ କେଜି ୫୦୦ ଗ୍ରାମ ଜବତ ହୋଇ ଥିଲା।
ଅନ୍ଧାର ର ଫାଇଦା ଉଠାଇ ମଟର ସାଇକଲ ଚ୍ଛାଡି ୩ ଜଣ ଫେରାର ହୋଇ ଯାଇଥିବା ବେଳେ ଜଣେ ଆସାମୀ କୁ ପୋଲିସ ଧରିବାରେ ସଫଳ ହୋଇ ଥିଲା।ଧରା ପଡ଼ିଥିବା ର ନାମ ଦିଲୀପ ବାଗ (୨୮) ଓ ସେ ଖରିଆର୍ ର ବୋଲି ପୋଲିସ ପ୍ରକାଶ କରିଛି। ଆସାମୀ ଠାରୁ ନଗଦ ୫୦୦ ଟଙ୍କା,ଗୋଟିଏ ମୋବାଇଲ ଓ ଦୁଇ ଟା ଏ ଟି ଏମ୍ ଜବତ ହୋଇଛି ଓ ତିନୋଟି ବାଇକ୍ ମଧ୍ୟ ଜବତ କରାଯାଇଛି।ପୋଲିସ ଟିମ୍ ରେ ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଦୋରା,ଜ୍ଞାନ ରଞ୍ଜନ ମାଝୀ,ସୋନାଲିସା ବିଶ୍ଵାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅବକାରୀ ବିଭାଗ ର କାମ ପୋଲିସ୍ ବିଭାଗ କରୁଛେ ତା ହେଲେ ଅବକାରୀ କରୁଛି କଣ ? ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ର ବିଷୟ।।