କେସିଙ୍ଗା : (ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଥିବା ଚେତାବନୀ ସାହିତ୍ୟ ସଂସଦ ର ୩୫ ତମ ପୁସ୍ ପୂନି ଭେଟ ଘାଟ ଓ ରାଜ୍ୟ ସ୍ତରୀୟ ଲେଖକ ସମାବେଶ ୨୦୨୩ ଆସନ୍ତା ତା ୫/୦୨/୨୦୨୩ ରବିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ରେ ଅନୁଷ୍ଠିତ ହେବ ବୋଲି ଚେତାବନୀ ସାହିତ୍ୟ ସଂସଦ ର ସମ୍ପାଦକ ରଞ୍ଜନ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ସେ କହିଛନ୍ତି ଯେ ଏ ହୀ ବର୍ଷ ଚେତାବନୀ ସାହିତ୍ୟ ସଂସଦ କେସିଙ୍ଗା ପକ୍ଷ ରୁ ସମୁଦାୟ ନଅ ଜଣ ଙ୍କୁ ବିଭିନ୍ନ କ୍ଷେତ୍ର ରେ ଉଲେକ୍ଷନି ୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ। ସେମାନେ ହେଲେ କଳାହାଣ୍ଡି ସାରସ୍ଵତ ସମ୍ମାନ ପାଇବେ କେନ୍ଦ୍ରାପଡ଼ା ର କବି ଡକ୍ଟର ଅପର୍ଣ୍ଣା ମହାନ୍ତି, ଚେତାବନୀ ପ୍ରଜ୍ଞା ସମ୍ମାନ ପାଇବେ ସୁନାମଧନ୍ୟ କଥାକାର ଭୁବନେଶ୍ୱର ର ଶ୍ରୀ ଅନିଲ ପାଢ଼ୀ,ଭଦ୍ରକ ର ବିଶିଷ୍ଟ କବି ଶ୍ରୀ ସଂଜିତ୍ ବଳ ଓ ଯାଜପୁର ର ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବେଣୁ ଧର ପାଢ଼ୀ।
ସେହିପରି କବି ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ ପାଇବେ ରାଉରକେଲା ର କବି ଶ୍ରୀମତୀ ଅଙ୍ଗୁରବାଳା ପରିଡ଼ା, କବି ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ ପାଇବେ ବିଶିଷ୍ଟ ଶିଶୁ ସାହିତ୍ୟିକ କଣ୍ଟାବାଞ୍ଜି ର ଶ୍ରୀ ବିରଞ୍ଚି ନାରାୟଣ ଦାସ,ଓ ଚେତାବନୀ ଶିକ୍ଷା ସମ୍ମାନ ପାଇବେ କେସିଙ୍ଗା ର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀମତୀ କାଲେନ୍ଦ୍ରି ନାଏକ ଦାଶରଥି ଆଚାର୍ଯ୍ୟ ,ଏବଂ ଚେତାବନୀ ସେବା ସମ୍ମାନ ପାଇବେ କେସିଙ୍ଗା ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ପ୍ରକାଶ କରିଛନ୍ତି।ଏ ହିଁ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଚେତାବନୀ ସାହିତ୍ୟ ସଂସଦ ର ଉପସଭାପତି ରୁବି ଚୌଧୁରୀ,ସହ ସଂପାଦିକା ସଂଯୁକ୍ତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।