ଟିଟିଲାଗଡ::(ସଞ୍ଜୟ କୁମାର ନାୟକ)ଶିରୋଲ ଠାରେ ଥିବା ତପୋବନ ଏକାଡେମୀ ଠାରେ ବିଦ୍ୟାଶ୍ରି ପାଠାଗାର ଆୟୋଜନ କରାଯାଇଛି। ଏଥିରେ ପାଠାଗାରର ଆୟୋଜକ ରାଜ୍ୟପାଳ ପୁରସ୍କୃତ ତଥା ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାର ପୁସ୍ତକ ବ୍ୟକ୍ତିଙ୍କୁ ସହାୟକ ହୋଇ ଜୀବନ ଗଠନ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଏକାଡେମୀର ସଭାପତି ବିଶିଷ୍ଟ କବି ଗଜାନନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମୟ ଅପଚୟ ନ କରି ଉଚିତ ମାର୍ଗରେ ସୁବିନିଯୋଗ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଓ ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି ବୁଝାଇଥିଲେ।
ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ମେରୁୟନ୍ ମହାରଣା, ବବି ପ୍ରଧ।ନୀ, ଲବଣୀ ବାଗ, ହିମ।ନ୍ଦ୍ରି ମାଝୀ, ସୁଶାନ୍ତ ବାଗ, ନିତ୍ୟା ଛତର।