ଯାଜପୁର:ଅନନ୍ୟା ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ୭ମ ସନ୍ଧ୍ୟା ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଉଦ୍ଘାଟକ ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦେଇ ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ, କବି, ପ୍ରାବନ୍ଧିକ, କ୍ରେତା ଓ ବିକ୍ରେତାଙ୍କର ସମନ୍ୱୟର ସେତୁ ବୋଲି ପ୍ରକାଶ କରିଥିଲେ ।
ମୁଖ୍ୟବକ୍ତାଭାବେ ଇକୋ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ସଂପାଦକ ରାମକୃଷ୍ଣ ଦାଶ ଯୋଗଦେଇ ପୁସ୍ତକକୁ ଭଲ ପାଇଲେ ଜୀବନରେ ସତ୍ପଥରେ ପରିଚାଳିତ ହେବାପାଇଁ ଉଚିତ୍ ମାର୍ଗ ପ୍ରଦର୍ଶନ କରାଇପାରିବ ବୋଲି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟରୀ ତିଳୋତମା ପୃଷ୍ଟି, ଉପଖଣ୍ଡ ପୋଲିସ ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ଯୋଗଦେଇ ପୁସ୍ତକର ବାସ୍ନା ପ୍ରସ୍ଫୁଟିତ ପୁସ୍ପର ବାସ୍ନାଠାରୁ ଅଧିକ ସୁଗନ୍ଧିତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଡି.ଏ.ବି ଡ୍ୟାନ୍ସ ସ୍କୁଲ କୁଆଁସରପୁର ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ ନୃତ୍ୟପରିବେଷଣ କରାଯାଇଥିଲା ।