ମାରୱାଡ଼ି ଯୁବା ମଞ୍ଚ ତରଫରୁ ପ୍ରତି ରବିବାର ଦିନ ଦିଆହେଉଚି ରନ୍ଧା ଖାଦ୍ୟ

224 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ସରକାରି ଡାକ୍ତରଖାନା ସମ୍ମୁଖରେ ପ୍ରତି ରବିବାର ଗରିବ, ଅସହାୟ ତଥା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଦିଆଯାଉଛି। ସରକାରଙ୍କ ଆହାର କେନ୍ଦ୍ର ଉପରେ ବହୁତ ଲୋକ ନିର୍ଭର କରୁଥିବା ବେଳେ ରବିବାର ଦିନ ଏହି ଆହାର କେନ୍ଦ୍ର ବନ୍ଦ ରହୁଥିବା ଯୋଗୁଁ ବହୁତ ଲୋକ ଖାଇବାକୁ ନ ପାଇ ଫେରୁଥବା ଦେଖି ମାରୱାଡ଼ି ଯୁବା ମଞ୍ଚ ତରଫରୁ ପ୍ରତି ରବିବାର ନିଶୁଳ୍କ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ।

ମାରୱାଡ଼ି ଯୁବା ମଞ୍ଚର ସଦସ୍ୟ ମାନେ ଏହି ସେବା ମହତ କାମ ପାଇଁ ବହୁତ ଲୋକ ମଧ୍ଯ ଆଗକୁ ଆସି ଗୋଟିଏ ଦିନ ପାଇଁ ହେଉଥିବା ଖର୍ଚ୍ଚ ଦେବା ସହ ନିଜେ ଆସି ଖାଦ୍ୟ ବଣ୍ଟନ କରନ୍ତି, ଯେମିତିକି କାହାର ଜନ୍ମଦିନ, ବିବାହ ବାର୍ଷିକୀ, ତଥା ଯିଏ ବି ସେବା ଯୋଗାଇବାକୁ ଇଚ୍ଛୁକ ସେମାନେ ଦାତା ହୋଇଥାଆନ୍ତି, ନହେଲେ ମାରୱାଡ଼ି ଯୁବା ମଞ୍ଚ ତରଫରୁ ନିଜ ଖର୍ଚ୍ଚରେ ଏହି ସେବା ଯୋଗାଇ ଦେଉଛନ୍ତି। ଯାହାକି ଗରିବ ଲୋକଙ୍କ ପେଟକୁ ପ୍ରତି ରବିବାର ଖାଦ୍ୟ ମିଳୁଛି। ଏହି ମହତ କାର୍ଯ୍ୟ ସମ୍ପାଦନ କରିବାରେ ସହଯୋଗ କରୁଛନ୍ତି ସଭାପତି ରାଜା କମାନୀ, ସମ୍ପାଦକ ହିତେଶ ଜୈନ, ସଦସ୍ୟ ରାକେଶ ଜୈନ, ଶ୍ରୀକାନ୍ତ ଅଗ୍ରୱାଲ, ଅମରନାଥ ସିଙ୍ଗଲ, ପ୍ରମୋଦ ଅଗ୍ରୱାଲ,ଆଶିଷ ଜୈନ, ଅମର ଜୈନ, ୟୋଗେସ ଜୈନ ଏବଂ ଅନ୍ୟାନ୍ୟ ସଦସ୍ୟ।

Related Post

ବିଶ୍ୱ ଉଦ୍ୟମିତା ଦିବସ ପାଳିତ, ଯୁବ ଶକ୍ତି ସ୍ୱାବଲମ୍ବୀ ହେଲେ ଗଣତନ୍ତ୍ର ର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ

Posted by - August 21, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଦେଶର ଯୁବ ଶକ୍ତି ଯଦି ସ୍ୱାବଲମ୍ବୀ ହେବାପାଁଇ ଆଗ୍ରହ କରିବେ ତେବେ ଗଣତନ୍ତ୍ର ର ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ବିଶ୍ୱ ଉଦ୍ୟମିତା ଦିବସ…

ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ

Posted by - July 12, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଳିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା…

ବାଳିକା ଆବାସିକ ବିଦ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବାଲ୍ୟ ବିବାହ ବନ୍ଦ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଆଜି ସରସରା ଗ୍ରାମ ଠାରେ ଗୋଟିଏ ପରିବାର ର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ବନ୍ଦ କରାଯାଇଛି…

ଟ୍ରକ ଓ ପିକ-ଅପ ଧକ୍କା : ପିକ-ଅପ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି

Posted by - July 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା- ବଲାଙ୍ଗୀର 57 ନମ୍ଵର୍ ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେଟ୍ରକ୍ ପିକଅପ୍ ମୁହାଁ ମୁହିଁ ଧକ୍କା!ଦୁର୍ଘଟଣା ଫଳରେ…

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ

Posted by - October 26, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାର…