Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ

274 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋକସରା ବ୍ଲକ ଲଡୁଗାଁ ଅପେରା ପଡିଆ ଠାରେ ଗତ ୨୯ ତାରିଖ ରୁ ଆରମ୍ଭ ହୋଇଥିବା ଏଲ.ବି.ସି.ସି ପ୍ରୀମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଉଦଯାପନୀ କ୍ରିକେଟ ଫାଇନାଲ ଖେଳ ଲଡୁଗାଁ ବନ୍ଧପଡ଼ା ଦଳ ଓ ଭୂର୍ଷିଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଲଡୁଗାଁ ବନ୍ଧପଡ଼ା ଦଳ ପ୍ରଥମେ ଟସ୍ ଜିଣି ବେଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୬ ୱିକେଟ୍ ହରାଇ ୧୮୧ ରନ କରିଥିଲେ।

ଜବାବ ରେ ଭୂର୍ଷିଗୁଡ଼ା ଦଳ ୧୨ ଓଭର ରେ ୬ ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରି ରନର୍ସ ଅଫ୍ ହୋଇଥିଲେ। ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଲଡୁଗାଁ ସରପଞ୍ଚ ନକୁଲ ନାଏକ, ସମ୍ମାନିତ ଅତିଥି ଭାବେ ରତ୍ନାକର ଚଣ୍ଡୀ ,ଉମେଶ ସାହୁ, ଜିତେନ୍ଦ୍ର ନାରାୟଣ ଦାସ, ଶ୍ରୀକାନ୍ତ ଶର୍ମା,ପଦୁମୂଖ ଧଙ୍ଗଡା ମାଝୀ, ଧ୍ୱଜ ମହାନନ୍ଦ, ମୁକେଶ ଅଗ୍ରୱାଲ, ଭାରତ ଭୁଷଣ ଠାକୁର,ସୁଧୀର ନାଗ, ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।

ଲଡୁଗାଁ ବନ୍ଧପଡ଼ା ଦଳର ବିରେନ ରାଉତ ଶ୍ରେଷ୍ଠ ଖେଳାଳି ଓ ସୈାରଭ ଦାସ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି । ଅତିଥି ଙ୍କ ଦ୍ଵାରା ବିଜେତା ଲଡୁଗାଁ ବନ୍ଧପଡ଼ା ଦଳକୁ ଚାମ୍ପିୟନ ଟ୍ରଫି ସହ ନଗଦ ୯ ହଜାର ଟଙ୍କା ପ୍ରଦାନ ଓ ଉପ ବିଜେତା ଭୂର୍ଷିଗୁଡା ରନର୍ସ ଅଫ୍ ଦଳ କୁ ନଗଦ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଆଲୋକ ରଂଜନ ଦାସ ଓ ପଙ୍କଜ ଦାସ ଅମ୍ପେୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ। ଖେଳ ର ଧାରା ବିବରଣୀ ବିଭୂତି ପାଣିଗ୍ରାହୀ, ବାବୁଲି ଦାସ ଓ ଆଦିତ୍ୟ ଦାସ ପ୍ରଦାନ କରିଥିଲେ। ସ୍କୋର ବୋର୍ଡ ଦାୟିତ୍ଵ ରେ ବ୍ରଜେନ୍ଦ୍ର ଦାସ ଦାୟିତ୍ଵ ତୁଲାଇ ଥିବା ବେଳେ ଅନ୍ୟ ଯୁବ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।

Related Post

ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ ନ୍ୟୁଜିଲାଣ୍ଡ ସହ ଅମୀମାଂସିତ ରଖି ସ୍ପେନର ବିଦାୟ

Posted by - December 7, 2018 44
ଭୁବନେଶ୍ବର: ବଡ଼ ବିପର୍ଯ୍ୟୟ ସହିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ପୁଲ୍ ‘ଏ’ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ରିଓ ଅଲିମ୍ପିକ୍ସ ବିଜେତା ତଥା ବିଶ୍ବ…

ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ଜିଲ୍ଲାସ୍ତରୀୟ…

ଏକ ଦିବାସୀୟ ହକି ଟୁର୍ଣ୍ଣାମେଣ୍ଟ, ସିଂଢୋଲ ଚମ୍ପିଆନ

Posted by - November 21, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଏକ ଦିବସୀୟ ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହକି…

ରାଜୀବ କପ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ବଡଦ୍ଭଇଁରୋକୁ ହରlଇ କଣ୍ଟାମାଳ ଚମ୍ପିୟାନ

Posted by - March 18, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍କୁଲ ପଡ଼ିଆରେ ପାଞ୍ଚ ଦିନ ଧରି ଚାଲିଥିବା ରାଜୀବ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ…

ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

Posted by - February 8, 2019 4,710
ଓଡ଼ିଆ ଝିଅ ଶ୍ରୀୟଙ୍କାଙ୍କ ଘର ସମ୍ବଲପୁରରେ। ବାପା ଜଣେ ସେନା ଅଧିକାରୀ ହୋଇଥିବାବେଳେ ମାଆ ନୂଆଦିଲ୍ଲୀରେ ଅଧ୍ୟାପିକା ଅଛନ୍ତି।ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ…