ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଗତ ସାଧାରଣ ନିର୍ବାଚନରେ ଏଠାରେ ବ୍ଲକ ଅଧ୍ୟକ୍ଷା ଥିବା ସୁନନ୍ଦା ଦାସ ବିଜେଡିର ବରୀ ବିଧାୟକ ପ୍ରାର୍ଥୀ ହେବା ପରେ ନିଜ ପଦବୀରୁ ଇସ୍ତପାଂ ଦେଇଥିଲେ । ଗତ ପଂଚାୟତ ନିର୍ବାଚନରେ ବରୀ ବ୍ଲକରେ ବିଜେପି ଭଲ ପ୍ରଦର୍ଶନ କରି ବ୍ଲକ ଅଧ୍ୟକ୍ଷ ପଦବୀ ଦଖଲ କରିଥିଲା । କିନ୍ତୁ ସୁନନ୍ଦା ବିଜେଡିରେ ଯୋଗ ଦେବା ପରେ କଣ ପଂଳାପଂଳ ହେବ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ୨୯ଟି ପଚାଂୟତକୁ ନେଇ ଗଠିତ ବରୀ ବ୍ଲକ ରେ ଗତ ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି ସମର୍ଥୀତ ପ୍ରାର୍ଥୀ ୨୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ୭ ଖଣ୍ଡ ଏବଂ କଂଗ୍ରେସ ଖଣ୍ଡିଏ ଭୋଟ ପାଇଥିଲେ । କିନ୍ତୁ ଆସନ୍ତାକାଲି ହେବାକୁ ଥିବା ବ୍ଲକ ଅଧ୍ୟକ୍ଷ ନିର୍ବାଚନ କେଉଁଦଳ ସମର୍ଥନରେ ଯିବ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଯେହେତୁ ବର୍ତମାନ ବରୀ ରେ ବିଜେଡି ବିଧାୟିକା ଅଛନ୍ତି ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ଦଳ ପାଇଁ ଏକ ସମ୍ମାନର ବିଷୟ ହୋଇଛି । ଅନ୍ୟପଟେ ବିଜେପି ସମର୍ଥିତ ସମିତିସଭ୍ୟ ମାନେ କେଉଁଆଡେ ଆତ୍ମଗୋପନ କରିଥିବା ଜଣାପଡିଛି । ସେପଟେ ଆସନ୍ତାକାଲି ସକାଳ ୧୦ଟା ସମୟରେ ନିର୍ବାଚନ ଆରମ୍ଭ ହେବ । ଏଥିପାଇଁ ରସୁଲପୁର ବିଡିଓ ଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ,ପରେ ଯାଂଚ । ଏହାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆବଶ୍ୟକ ପଡିଲେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ସରିବା ପରେ ଭୋଟ ଗଣତି କରାଯାଇ ପଂଳାପଂଳ ଘୋଷଣା କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଗଣ୍ଡଗୋଳ ଆଶଙ୍କା କରି ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଥିବା ଜିଲା ପଂଚାୟତ ଅଧିକାରୀ ସୂଚନା ଦେଇଛନ୍ତି ।
Breaking News
Related Post
ଲୋକଙ୍କୁ ରୋଜଗାର କ୍ଷେମପାଇଁ ଯୋଜନା ହେଲେ ମେଶିନିରେ ଚାଳିଛି ପୋଖରୀ କାମ।
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ନିର୍ଦ୍ଦେଷ୍ଟ ପଞ୍ଚାୟତ ଗୁଡିକରେ ଚାଲିଛି ଖୋଲୁମୁ ଖୋଲା ଲୋକ ବଦଳରେ ମେସିନି କରୁ ମାଟି ଉନ୍ନତି କାମ…
ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ
ଯାଜପୁର ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଜିଲାରେ ମୋଟ ୨୯୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ I ଏଥିପାଇଁ ଆଜି ଜିଲା ହାଇସ୍ୁଲ ପରିସରରେ ଶିକ୍ଷକ ମାନଙ୍କର ବିଭିନ୍ନ କାଗଜପତ୍ର ଯାଂଚ ଚାଲିଛି । ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ସ୍କଲ ଚୟନ ପାଇଁ ସୁଯୋଗ ଦିଆଯିବ । ଶିକ୍ଷକ ମାନେ ନିଜେ ନିଜ ମୋବାଇଲ ମାଧ୍ୟମରେ ଚଏସ ଲକିଂ କରିପାରିବେ I ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସୁବିଧା ପାଇଁ କଂପ୍ୟୁଟର ର ବ୍ୟବସ୍ଥା କରାଯାଇଛି ସେମାନଙ୍କୁ ସହଯୋଗ କରିବା ପାଇଁ କମ୍ପ୍ରୁ୍ୟଟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ଚଏସ ଲକିଂ କାର୍ଯ୍ୟ ଶେଷ ହେବ ବୋଲି ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ସୂଚନା ଦେଇଛନ୍ତି ।
ବୌଦ୍ଧରେ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଉଦ୍ଘାଟନୀ ସମାରୋହ
ବୌଦ୍ଧ:୩/୬:(ଚିତ୍ତରଂଜନ ସିଂ)ଅଷ୍ଟମ ଶତାଦ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଆଜି ଉଦଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି…
ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ସମ୍ମାନରେ ସମ୍ମାନିତ ହେଲେ ସମ୍ବଲପୁର ଆଇ ଆଇ ଏମ ର ନିର୍ଦ୍ଦେଶ
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ଅଧିକ ରୁ ଅଧିକ ପ୍ରଚାର ପ୍ରସାର ପାଇଁ ସଦା ସର୍ବଦା ତତ୍ପରତା ସହକାରେ…
ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ
କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍…
ବଡ ଖବର
- ପୂର୍ବତନ ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: କ୍ରାଇମ୍ବ୍ରାଞ୍ଚ ଗଠନ କଲା ଆଉ ୨ଟି ଟିମ୍
- ଝାରସୁଗୁଡ଼ା: ବଦଳିଲେ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ୍। ପରମାର ସ୍ମିତ୍ଙ୍କୁ ମିଳିଲା ନୂଆ ଦାୟିତ୍ବ
- ମୁଁ ଏଥର ବରୀରୁ ନିଶ୍ଚିତ ଲଢ଼ିବି: ଦେବାଶିଷ ନାୟକ, ଅସ୍ବୀକାର କଲେ ବିଆର୍ଏସ୍ରେ ମିଶିବା ଚର୍ଚ୍ଚାକୁ
- ମନ୍ତ୍ରୀଙ୍କ ହତ୍ୟାକୁ ୩ ଦିନ: କ୍ରାଇମବ୍ରାଞ୍ଚ ହାତ ଖାଲି, ଭାଇ ହୋଟେଲରେ ହତ୍ୟା ଯୋଜନା! ଗୋପାଳ ବଡ଼ ଭାଇକୁ ବ୍ରହ୍ମପୁରରୁ ଉଠାଇଆଣିଲା କ୍ରାଇମବ୍ରାଞ୍ଚ
- ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ
- ଟିଟିଲାଗଡ ନିକଟସ୍ଥ ସିରୋଲ ଗ୍ରାମର ତପୋବନ ଏକାଡେମୀରେ ବିଦ୍ୟାଶ୍ରି ପାଠାଗାର
- ମା ରୁଦ୍ରକାଳୀ ହରଭଙ୍ଗା ଲୋକ ମହାତ୍ସବ ଉଦଯାପିତ
- ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ବ୍ଲକ ସ୍ତରୀୟ କ୍ୟାମ୍ପ କୋର୍ଟ
- ସରକାରୀ ଅର୍ଥ ଅପବ୍ୟୟ କାମ ଉପରେ କାମ,ସୁଧୁରୀ ପାରୁନି ରାସ୍ତା
- କୁମ୍ଭିପଡ଼ାର ନରେଶ ବାଗ ନିଖୋଜ ମାମଲା,ଭୋଇପଡ଼ା ନିକଟରୁ ବାଇକ ଓ କଙ୍କାଳ ଠାବ, ନରେଶ ଏବେ କେଉଁଠି ?