ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର,କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

891 7

କେନ୍ଦ୍ରାପଡ଼ା :

ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ ଉଚ୍ଚ ଗଳାରେ କଥା ହୋଇଥିଲେ ବୋଲି ଏସ୍‌ପି କହିଛନ୍ତି। ସେ ଆହୁରି କହିଛନ୍ତି, ସାମ୍ବାଦିକଙ୍କୁ ମୁଁ ଯଥେଷ୍ଟ ସମ୍ମାନ ଦିଏ। କେବେବି ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରେ ନାହିଁ।କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର। ତାହା ବି ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ। ପୂର୍ବରୁ ସାମ୍ବାଦିକଙ୍କ ଉପରେ ଅନେକ ସମୟରେ ଆକ୍ରମଣ ହେଉଥିବାର ଖବର ସାମ୍ନାକୁ ଆସୁଥିବା ବେଳେ  ଦିବାଲୋକରେ କେନ୍ଦ୍ରାପଡା ଏସପି ନୀତିଶେଖର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ କ୍ୟାମେରା ଲେନ୍ସରେ କଏଦ ହୋଇଛି।ସୂଚନାଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ଖବର ସଂଗ୍ରହ ପାଇଁ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ସାମ୍ବାଦିକ ପହଞ୍ଚିଥିଲେ।  ତେବେ କୌଣସି କାରଣକୁ ନେଇ ଏସ୍‌ପି ନୀତି ଶେଖର ହଠାତ୍ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ସାମ୍ବାଦିକଙ୍କୁ ହାତ ଉଠାଇଥିଲେ ବୋଲି ଅଭିଯୋଗ ହୋଇଛି। ତା’ ବି ପୁଣି ଟାଣୁଆ ବିଜେଡି ନେତାଙ୍କ ଉପସ୍ଥିତିରେ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ହେଲିପ୍ୟାଡ୍‌ରେ ଘଟିଥିବା ଏହି ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Related Post

ଓଡିଶା ର ବମଦଳ ଗୁଡିକ ପକ୍ଷରୁ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦ ଆଜି ଓଡିଶା ର ବମଦଳ ଗୁଡିକ ପକ୍ଷରୁ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା…

ଭକ୍ତ ଶୂନ୍ୟ ହୋଇପଡ଼ିଛି ବାରଙ୍ଗ ଅଂଚଳରେ ଥିବା ଶୈବ ପୀଠ ଗୁଡିକ

Posted by - August 9, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଏ ହେଉଛି ବାରଙ୍ଗ ଅଂଚଳରେ ଥିବା ଶୈବପୀଠ।ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିଲେ ମଧ୍ୟ ସମସ୍ତ ଶୈବପୀଠ ଗୁଡିକ ଜନଶୂନ୍ୟ ହୋଇପଡିଛି।ଦିନଥିଲା ଶ୍ରାବଣ ମାସରେ…

ତିନୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଦାବି ରେ ନୀଳଗିରି କିଶାନ କଂଗ୍ରେସ୍ ପକ୍ଷରୁ ଶୋଭାଯାତ୍ରା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି କିଶାନ୍ କଂଗ୍ରେସ୍ ପକ୍ଷରୁ, ଏକ ଶୋଭଯାତ୍ରା କରା ଯାଇ, ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆ ରେ, ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ…

ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌

Posted by - December 15, 2019 0
ଗଜପତି:ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ ପିକ୍‌ନିକ୍‌ ସାରି…

ମାହାଙ୍ଗା ଡବଲ ମର୍ଡର ଘଟଣା ପ୍ରତିବାଦରେ ଯାଜପୁର ବିଜେପିର ଏସ.ପି ଅଫିସ ଘେରାଉ

Posted by - January 6, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ମାହାଙ୍ଗା ରେ ଡବଲ ମର୍ଡର ଘଟଣା ପ୍ରତିବାଦରେ ଆଜି ଯାଜପୁର ବିଜେପି ପକ୍ଷରୁ ପାଣିକୋଇଲି ସ୍ଥିତ ଏସ.ପି ଅଫିସ ଘେରାଉ କରାଯାଇଛି। ଜିଲ୍ଲା…

There are 7 comments

  1. The actual origin of these ROS remains poorly characterized demadex vs lasix Because saw palmetto can increase the sensitivity of normal prostate cells to radiation, patients with prostate cancer should avoid this supplement during radiotherapy

Leave a comment

Your email address will not be published.