ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ପୁରୀ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।ଶାନ୍ତି ଶୃ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁରକ୍ଷା ବ୍ୟବସ୍ଥା କୁ କିଭଳି କଡାକଡି କରାଯିବ ଏନେଇ ବୈଠକରେ ବିସ୍ତ୍ରୁତ ଆଲୋଚନା କରାଯାଇଛି।ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସଙ୍ଗେ ସଙ୍ଗେ ୨୦୦ ଅଧିକାରୀ ବିଭିନ୍ନ ସ୍ଥାନରେ ସୁରକ୍ଷାର ତଦାରଖ କରିବେ।
ନିତିକାନ୍ତି ଓ ସୁରକ୍ଷା ବ୍ୟବସ୍ଥା ରେ କୌଣସି ପ୍ରକାର ତ୍ରୁଟି ନ କରିବାକୁ ମଠ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଫେବୃୟାରୀ ୧୯ ତାରିଖ ଦିନ ଦୁଇଦିନିଆ ପୁରୀ ଗସ୍ତ ରେ ଆସୁଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ଏଥିନେଇ ଗସ୍ତ ସୂଚନା ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିବା ସୂଚନା ମିଳିଛି।ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ୧୯ ତାରିଖ ଅପରାହ୍ନ ୨ଟା୪୫ ମିନିଟ୍ ସମୟରେ ଭୁବନେଶ୍ଵର ରେ ପହଁଚିବା ପରେ ସେଠାରୁ ପୁରୀ ଯିବେ।ପୁରୀରେ ୩ଟା ୩୫ ମିନିଟ୍ ରେ ପହଞ୍ଚି ସିଧାସଳଖ ଏକ ତାରକା ହୋଟେଲକୁ ଯାଇ ବିଶ୍ରାମ ନେବେ।ଅପରାହ୍ନ ୫ ଟାରେ ସେ ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।ଶ୍ରୀମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ୍ ରହିବେ ବୋଲି ଜଣାପଡିଛି।
ତା ପରଦିନ ଫେବୃୟାରୀ ୨୦ ତାରିଖ ଦିନ ରାଷ୍ଟ୍ରପତି ଶ୍ରୀଚୈତନ୍ୟ ଗୌଡିୟ ମଠକୁ ଯାଇ ୧୫ ମିନିଟ୍ ରହିବା ପରେ ସିଧା ଶରଧାବାଲି ର ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଅବସରରେ ୩ ବର୍ଷବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ସବକୁ ଉଦଘାଟନ କରିବେ।ରାଷ୍ଟ୍ରପତି ସେଠାରେ ପୂର୍ବାହ୍ନ ୧୧ ଟା ରୁ ୧୨ ଟା ପର୍ଯ୍ୟନ୍ତ ରହିବେ।ତାପରେ ସେ ଭୁବନେଶ୍ୱର ଆସି ସେଠାରୁ ନୂଆଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି।