ଭୁବନେଶ୍ବର ::ଯାଜପୁର ବିଜେପିର ସାଂସଦ ପ୍ରାର୍ଥୀ ଅମିୟ ମଲ୍ଲିକଙ୍କ ଭାଇ ପରେଶ ମଲିକ ବିଜେଡିର ରାଜ୍ୟ ଦଳିତ ସେଲ ସାଧାରଣ ସଂପାଦକ। ପରେଶଙ୍କର ଦଶରଥପୁର, ବିଂଝାରପୁର ସମେତ ଯାଜପୁର ଟାଉନ ରେ ସ୍ୱତନ୍ତ୍ର ସଂଗଠନ ରହିଛି। ବିଭିନ୍ନ ଦିଗରେ ଲୋକଙ୍କୁ ନିଯୁକ୍ତି ଦେଇଥିବା, ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜନ କରୁଥିବାରୁ ପରେଶଙ୍କ ସହ ବହୁ ଲୋକ ଯୋଡି ହୋଇ ରହିଛନ୍ତି। ଯଦିଓ ପରେଶ ଏବେ ବି ବିଜେଡିରେ ଅଛନ୍ତି ଭାଇ ଅମୀୟ ମଲିକ ପାଇଁ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଖୋଲାଖୋଲି ପ୍ରଚାର କରିବା ସହିତ ବିଜେପିର ମଙ୍ଗ ଧରିଛନ୍ତି।
