Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ବଢିଲା ବିଜେପି ରେ କନ୍ଦଳ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ ପ୍ରଦାନକୁ ପ୍ରତିବାଦରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

1128 0

ଭୁବନେଶ୍ବର: ଦଳର ବର୍ଷ ବର୍ଷର ପୁରୁଣା ଯୁବନେତାଙ୍କୁ ଅଣଦେଖା କରି, ଅନ୍ୟ ଦଳରୁ ନିକଟରେ ପଦ୍ମ ପୋଖରୀକୁ ଡେଇଁଥିବା ବ୍ୟକ୍ତିଙ୍କୁ କାହିଁକି ଟିକେଟ ଦିଆଯାଉଛି ବୋଲି ଭୁବନେଶ୍ବର-ଏକାମ୍ର ଅଞ୍ଚଳର କିଛି ଦଳୀୟ କର୍ମୀ ପ୍ରତିବାଦ କରଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟ ମୁଖ୍ୟ ଗେଟରେ ସେମାନେ ତାଲା ପକାଇ ଧାରଣାରେ ବସିଥିଲେ । ତାଙ୍କ ନେତାଙ୍କୁ ଟିକେଟ ନ ଦେଲେ, ସେମାନେ ଦଳରୁ ସମୁହ ଇସ୍ତଫା ଦେବାକୁ ଧମକ ଦେଇଥିଲେ ।ଗତ ରାତିରେ ଘୋଷଣା କରାଯାଇଥିବା ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର-ଏକାମ୍ର ବିଧାନସଭା ଆସନରେ ଗତଥରର ଦଳୀୟ ପ୍ରାର୍ଥୀ ଅମୀୟ ଦାଶଙ୍କୁ ବାଦ୍ ଦିଆଯାଇଥିଲା । ଅମୀୟଙ୍କ ବଦଳରେ ନିକଟରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ସେହି ବିଧାନସଭାକ୍ଷେତ୍ରରେ ପ୍ରାର୍ଥୀ କରିଛି ଦଳ । ଏହା ଅନ୍ୟାୟ ଓ ଅଯୌକ୍ତିକ ବୋଲି ପ୍ରତିବାଦ କରି ଦଳର ପୁରୁଣା କର୍ମୀ ଅଭିଯୋଗ କରିଥିଲେ । ସେମାନେ ଦଳର ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ କାହାରିକୁ ଭିତରକୁ ଛାଡ଼ି ନଥିଲେ ।

ସେହିପରି ଭାବେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ୪ଜଣ ଆଶାୟୀ ପ୍ରାର୍ଥୀଙ୍କ ସମେତ ଅନେକ ବିଜେପି କର୍ମୀମାନେ ତୁମୁଳକାଣ୍ଡ କରିଛନ୍ତିା ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କୁମୁଦ ଚନ୍ଦ୍ର ସାଉଁନ୍ତାଙ୍କୁ ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳ ସଭାପତିଙ୍କ ସମେତ ଆଶାୟୀ ପ୍ରାର୍ଥୀ ଓ କର୍ମକର୍ତ୍ତା ବିରୋଧ କରୁଥିବା ପ୍ରକାଶ କରିବା ପରେ ତୁରନ୍ତ କର୍ମୀମାନେ ପାର୍ଟି ଅଫିସ ଭଙ୍ଗାରୁଜା କରିବାସହ ପୋଡାଜ୍ୱଳା ଆରମ୍ଭ କରିଦେଇଥିଲୋ

ଏପଟେ ଭୁବନେଶ୍ବର ମୁଖ୍ୟ ଅଫିସ ସମ୍ମୁଖ ରେ ଧାରଣାରେ ବସିଥିବା ଭୁବନେଶ୍ବର-ଏକାମ୍ର ବିଧାନସଭା କ୍ଷେତ୍ରର କର୍ମୀଙ୍କୁ ଖୋଦ୍ ଅମୀୟ ଦାଶ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ପ୍ରତିବାଦରୁ ଓହରି ନଥିଲେ । ସେପଟେ, ଦଳର ବର୍ଷୀୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କିନ୍ତୁ ଆଶାବାଦୀ ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ । ଉଭୟ କେନ୍ଦ୍ର ଓ ରାଜ୍ୟରେ ନିର୍ବାଚନୀ ସଫଳତା ପରେ ବିଜେପି ଭୋଟ୍ ଗଣତି ପରେ ଅସଲ ହୋଲି ପାଳିବ ବୋଲି ସେ କହିଛନ୍ତି ।

Related Post

କୃଷି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

Posted by - August 5, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା କିଷାନ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କଂଗ୍ରେସ…

ବରଗଡ଼ରେ ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ୍

Posted by - March 15, 2019 657
ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ…

ସରପଞ୍ଚ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଅଭିଯୋଗ ଆଣିଲେ ଗ୍ରାମବାସୀ

Posted by - October 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରପଞ୍ଚ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଅଭିଯୋଗ ଆଣିଲେ ଗ୍ରାମବାସୀ। ଯାଜପୁର ବିଞ୍ଝାରପୁର ବ୍ଲକ ଗୁହାଳି ପଞ୍ଚାୟତର…

ଓଡିଶା ରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - October 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ । ଏଣିକି ସମସ୍ତ ନିଯୁକ୍ତି ଆରମ୍ଭରୁ ହିଁ ସ୍ଥାୟୀ ନିଯୁକ୍ତି…

Leave a comment

Your email address will not be published.