ବରୀ,୧୧/୩ (ସ୍ନେହଂଶୁ ଶେଖରମହାନ୍ତି)ବରୀ ବ୍ଲକ ଅଧିନ ଅରଙ୍ଗାବାଦ୍ ପଂଚାୟତର ଅରଙ୍ଗାବାଦ୍ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବର୍ଷ ଶେଷ ଭାଗରେ ଛାତ୍ର/ଛାତ୍ରୀ ମାନଙ୍କୁ ମିଳିଛି ପୋଷାକ ଓ ବୁଟ । ଏସବୁୁ କିଣାରେ ହୋଇଛି ଅନିୟମିତତା ଅଭିଯୋଗ । କେତେକ ବୁଟ ଅତି ନିମ୍ନ ମାନର ହୋଇଥିବାରୁ ବିଦ୍ୟାଳୟ କାର୍ତୁପକ୍ଷ ସେଗୁଡିକୁ ଫେରାଇ ଭଲ ମାନର ବୁଟ ଆଣିବା ପାଇଁ ସୋମବାର ସ୍ଥିର ହୋଇଥିବା ଜଣାପଡିଛି । ଏହି ଅନିୟମିତତାରେ ବ୍ଲକ ଶିକ୍ଷାଧିକାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୂକ୍ତ ଥିବା ଜଣାପଡିଛି । ଏ ନେଇ ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଛି । ଦିଆଯାଇଥିବା ପୋଷାକରେ ନିମ୍ନମାନର କପଡା ବ୍ୟବହାର ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି । ଜଣାଯାଇଛିଯେ, ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇ ନାହିଁ । ବୁଟ ଓ ପୋଷାକ ପରିଚାଳନା କମିଟି ତଦାରଖରେ କିଣା ଯିବାର ନିୟମ ରହିଥିଲାବେଳେ ଏହି ନିୟମ ଏଠାରେ ଉଲ୍ଲଘନ ହୋଇଛି । ଏହି ବିଦ୍ୟାଳରେ ୧ମରୁ ୭ମ ଯାଏଁ ୧୫୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲାବେଳେ ମାତ୍ର ୫ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଶିକ୍ଷାଦାନ ପାଇଁ ନିଯୁକ୍ତି ପାଇଛନ୍ତି । ଏଠାରେ ମୋଟ୍ ୭ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଆବଶ୍ୟକତା ରହିଥିବା ଜଣାପଡିଛି । ସୋମବାର ପ୍ରଧାନ ଶିକ୍ଷକକଙ୍କ ସମେତ ଅନ୍ୟ ଜଣେ ଉଜ୍ୱଳ ଉତଥାନ ଟ୍ରେନିଙ୍ଗ ଯାଇଥିବା ଦାୟିତ୍ୱରେ ଥିବା ଶିକ୍ଷକ ସତ୍ୟ ଭୂଷଣ ତରାଇ କହିଛନ୍ତି । ଶିକ୍ଷକ /ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ମଧ୍ୟାହ୍ନ ଭୋଜନ ଥାଳି ଗୁଡିକ ଶେଣୀ କକ୍ଷରେ ଏଣେ ତେଣେ ପଡି ରହିଥିବା ଦେଖିବାକୁ ମିଳିଛି । ପୁରୁଣା ଆଜବେଷ୍ଟସ ଘର ଛାତ୍ର/ଛାତ୍ରୀମାନଙ୍କ ପାଇଁ ବିପଦ ଦେଖା ଦେଇଛି ।
ଏହି ବିଦ୍ୟାଳୟରେ ଦୀର୍ଘ ଦିନ ଧରି ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛିବୋଲି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଅଭିଯୋଗ ହୋଇଛି । ବ୍ଲକ ଶିକ୍ଷାଧିକାରୀ ଏ ସବୁ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥିବା ଜଣାପଡିଛି । ତେବେ ଆସନ୍ତା ୧୫ ତାରିଖ ଠାରୁ ପରିକ୍ଷା ଆରମ୍ଭ ହୋଇ ୨୦ ତାରିଖରେ ସରିବ ବୋଲି କୁହାଯାଇଛି । ପାଠପଢ,ପୋଷାକ ଓ ବୁଟ ବିତରଣ ଆଦିରେ ବ୍ୟାପକ ଅବବ୍ୟବସ୍ଥା ଲାଗି ରହିଛି । ଶିକ୍ଷା ବର୍ଷ ଆରମ୍ଭରୁ ପୋଷାକ ଓ ବୁଟ ଦିଆଯିବାର ବ୍ୟବସ୍ଥା ରହିଥିଲାବେଳେ ବହୁ ବିଳମ୍ଭରେ ଏ ସବୁ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ଷଡଙ୍ଗୀଙ୍କୁ ପଚାରିବାରୁ ଟ୍ରେନିଙ୍ଗିରେ ପଳାଇ ଆସିଛି । ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଷାକ ବୁଟ କିଣାଯାଇ ଛାତ୍ର/ଛାତ୍ରୀମାନଙ୍କୁ ଦିଆଯାଇଛି । କେତେକ ବୁଟ ଛୋଟବଡ ଥିବାରୁ ପିଲାଙ୍କ ପାଦର ମାପ ନିଆଯାଇ ବୁଟ ଆସିବ, ବଳିଥିବା ବୁଟକୁ ଫେରସ୍ତ କରାଯିବ ବୋଲି କହିଛନ୍ତି । ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରୁ ଏ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ।

ଯାଜପୁର ବରୀ ର ଅରଙ୍ଗାବାଦ୍ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା
Facebook Notice for EU!
You need to login to view and post FB Comments!