ଖୁବଶୀଘ୍ର ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପରିଣତ ହେବ :- ମୁଖ୍ୟମନ୍ତ୍ରୀ

216 0
ମାଲକାନଗିରି:ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଖୁବଶୀଘ୍ର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି ଆଦି ସେଠାରେ ସହଜରେ ଉପଲବ୍ଧ ହେବ। ଏଥିସହ ସେଠାକାର ପ୍ରତ୍ୟେକ ପରିବାରକୁ ରାଜ୍ୟ ସରକାର ମାଗଣାରେ ମୋବାଇଲ୍ ଫୋନ୍ ଯୋଗାଇଦେବେ”, ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ ବିଜୁଳି ସେବା ପାଇଁ ଖୁବଶୀଘ୍ର କାମ ଶେଷ ହେବ। କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।
ପିଇବା ପାଣି ପାଇଁ ମଧ୍ୟ ୨୦ କୋଟି ଟଙ୍କାର ଗୋଟିଏ ମେଗା ପାଇପ୍ ଜଳ ଯୋଗାଣ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି। ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି ଉଠାଜଳସେଚନ ପ୍ରକଳ୍ପ ଏବଂ ୪୧୯ଟି ବୋରୱେଲ ନିର୍ମାଣ କରାଯିବ।ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ୍ ଟାୱାର ହୋଇଥିବାବେଳେ ୪ଜି ସୁବିଧା ସହ ଆଉ ତିନୋଟି ଟାୱାର ତିଆରି କରିବାକୁ ଯୋଜନା ଚାଲିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଭାରତ ଇନଫ୍ରାଟେଡ୍ ପ୍ରାଇଭେଟ୍ ଲିମିଟେଡକୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ମୋବାଇଲ୍ ଫୋନ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି।ଏହାଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବି ସୁବିଧା ହେବ ବୋଲି କୁହାଯାଇଛି। ଏଥିସହିତ ନକ୍ସଲମାନଙ୍କୁ ମଧ୍ୟ ହିଂସା ଛାଡ଼ି ମୁଖ୍ୟଧାରାରେ ସାମିଲ ହେବାକୁ ଓ ବିକାଶ କାମକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Related Post

ଶାରଦା ପାଟନାଳି ପୁର୍ନଃଉଦ୍ଧାର କାମରେ ଅନିୟମିତତା

Posted by - July 11, 2020 0
ଯାଜପୁର: ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଅଲିପୁର ପଂଚାୟତ ଓ ବାଲିବିଲ ପଂଚାୟତର କେଁକରଡା ଠାରେ ପାଟନାଳି ପୁର୍ନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।…

ନବୀନ ନିବାସ ରେ ଲାଗିଲା ଟିକେଟ ପାଇଁ ମେଳା

Posted by - February 23, 2019 0
ଭୁବନେଶ୍ବର:ଟିକେଟ୍‌ ପାଇଁ ବିଜେଡିରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । ବିଜେଡିରି ପୁରୁଣା ନେତା ଓ ଅନ୍ୟ ଦଳରୁ ଡିଆଁ ମାରି ଆସିଥିବା ନେତାଙ୍କ ଭିତରେ ଆରମ୍ଭ ହୋଇ…

ଅନଲାଇନ ଶିକ୍ଷା କୁ ବନ୍ଦ କରି ସ୍କୁଲ, କଲେଜ ଖୋଲିବା ପାଇଁ ଅଖିଳ ଭାରତ ଛାତ୍ରର ବିକ୍ଷୋଭ

Posted by - August 17, 2021 0
ହରଭଙ୍ଗା:(ବୌଦ୍ଧ )ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସମ୍ପୁଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ…

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ୫ମୃତ ୧୬ରୁ ଉଦ୍ଧ୍ବ ଗୁରୁତର ,୮ ଗୁରୁତରଙ୍କୁ ଭିମସାର ସ୍ଥାନାନ୍ତର

Posted by - September 17, 2022 0
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) ସମ୍ବଲପୁର – ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡା ନିଖିଳ ଢ଼ାବା ପାଖରେ ରେ ବସ କୁ ପିଟିଲା ଟ୍ରେଲର ଫଳରେ ଘଟଣା…

କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…