ଅନୁଗୁଳ:(ମହେଶ ଭୋମରାଜ)ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ପଜିଟିଭ ଚିହ୍ନଟ ସଂଖ୍ୟା l ଏ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାବ୍ୟକ୍ତ କରିଛନ୍ତି l ସୂଚନା ମୁତାବକ ଜିଲ୍ଲାରେ ୧୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି l ତେବେ ଅଧିକାଂଶ ପଜିଟିଭ ଯାଜପୁର ଓ ଗଞ୍ଜାମ ଫେରନ୍ତା ଏବଂ ଏମାନେ ଆସି ଏଠାରେ କରୋନା ଭୁତାଣୁ କୁ ସଙ୍କ୍ରମିତ କରୁଛନ୍ତି ବୋଲି ଜଣା ପଡିଛି l
ତେଣୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଯାଜପୁରର ଓ ଗଞ୍ଜାମ ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କୁ ଅନୁଗୋଳ ଜିଲ୍ଲାକୁ ଆସିବାକୁ ବାରଣ କରିଛନ୍ତି l ଯଦି ସେହି ଜିଲ୍ଲା ମାନଙ୍କରୁ କେହି ବ୍ୟକ୍ତି ଆସିବେ ତେବେ ତାଙ୍କୁ ଆନୁଷ୍ଠାନିକ କ୍ୱାରେଣ୍ଟାଇନ ରେ ୧୪ ଦିନ ପର୍ଯ୍ୟନ୍ତ ରଖାଯିବ l ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରିବେ ତବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି l