ଜାତୀୟ ଫିଲ୍ମ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମକୁ ସ୍ଥାନ ନ ମିଳିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ।ଓଡ଼ିଆ ଫିଲ୍ମ ଶିଳ୍ପ ନୂଆଁ ନୁହେଁ, ଓଡ଼ିଆରେ ହଜାର ହଜାର ଫିଲ୍ମ ରିଲିଜ ହୋଇଛି। ବର୍ଷ ୧୯୩୬ରେ ଓଡ଼ିଆ ଫିଲ୍ମି ‘ସୀତାବିବାହ’ ରିଲିଜ ହେବା ପରେ ଓଡ଼ିଆ ଫିଲ୍ମର ଯାତ୍ରା ଧିରେ ଧିରେ ଆଗକୁ ବଢ଼ିଥିଲା। ଇତି ମଧ୍ୟରେ ଅନେକ ଗୁଡ଼ିଏ ଓଡ଼ିଆ ଫିଲ୍ମକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳି ସାରିଛି।ଜାତୀୟ ଫିଲ୍ମ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମକୁ ଅଧିକ ସ୍ଥାନ ମିଳିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଠୋର ଏହା କହିଛନ୍ତି।
Facebook Notice for EU!
You need to login to view and post FB Comments!