ଭୁବନେଶ୍ୱର: ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଦଳିୟ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରର ନାମ ନ ନେଇ ବିଭିନ୍ନ ଯୋଜନା ରୂପାୟନରେ ରାଜ୍ୟ ବିଫଳ ହୋଇଥିବା ଦର୍ଶାଇ ଥିଲେ।ଓଡିଶାରୁ ହେଉଛି ପୂର୍ବଦ୍ବୟର ବିକାଶ । ପୁରା ପୂର୍ବ ଭାରତର ବିକାଶ କିଭଳି ବିଜେପି ରାଡାରରେ ଅଛି ସେହି ବାର୍ତା ଦେବାକୁ ବିଜେପିର ପ୍ରୟାସ । ସେଥିପାଇଁ ଆଜି ମୋଦି ଓିଡିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଛନ୍ତି । ନିର୍ବାଚନ ଆଉ ମାତ୍ର ୩ ରୁ ୪ ମାସ ଥିବାବେଳେ ମୋଦିଙ୍କ ଏଭଳି ବିକାଶ ମନ୍ତ୍ର ବିଜେପିର ଫୋକସ ଓଡିଶାକୁ ଦୋହରାଇଛି।
ନିିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଉଥିବାବେଳେ ଓଡ଼ିଶା ଏହା ହାସଲ କରିପାରିଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ । ମୋଟାମୋଟି ରାଜ୍ୟ ସରକାଙ୍କ ବିଫଳତାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉପସ୍ଥାପିତ କରିଥିଲେ। ସେ କହିଥିଲେ ସ୍ୱଚ୍ଛତା ଅଭିଯାନରେ ଓଡ଼ିଶା ପଛରେ ରହିଛି। ଏଠାକାର ମହିଳା ଓ ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ପୁଣି ଓଡ଼ିଶାରେ ବହୁ ଅଞ୍ଚଳରେ ବିଶୁଦ୍ଧ ପାଣି ମିଳୁ ନାହିଁ। ଶିକ୍ଷକମାନଙ୍କୁ ବେତନ ପାଇବା ଲାଗି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ପଡ଼ୁଛି। ଚିଫ୍ ଫଣ୍ଡ ଦୁର୍ନୀତି ସହିତ ଓଡ଼ିଶାକୁ ମାଡ଼ି ବସିଛି ପିସି ସଂସ୍କୃତି। ଓଡ଼ିଶାରେ ଭ୍ରଷ୍ଟାଚାର ଦାନବ ଶକ୍ତିଶାଳୀ ହୋଇ ଚାଲିଛି। ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଥିଲେ।କେନ୍ଦ୍ର ସରକାର ଚାଷୀଙ୍କ ବିକାଶ ଲାଗି ଧାନ ସମେତ ୨୨ଟି ଶସ୍ୟର ଏମ୍ଏସ୍ପି ଦେଢ଼ଗୁଣା ବଢ଼ାଇଥିବା ବେଳେ ଓଡିଶାରେ ଚାଷୀ ଫସଲର ଉପଯୁକ୍ତ ପ୍ରାପ୍ୟ ପାଇ ନ ପାରି ପଡୋଶୀ ରାଜ୍ୟରେ ଏହା ବିକ୍ରି କରୁଛନ୍ତି ବୋଲି କହିଥିଲେ।
ତେବେ ଏସବୁ ଲୋକାର୍ପଣ ଓ ଉଦଘାଟନ ଭିତରେ ସାମ୍ନାକୁ ଆସିଥିଲା ବରୁଣେଇ ନିକଟରେ ବକ୍ସି ଜଗବନ୍ଧୁ ସ୍ମାରକୀ ପାଇଁ ଜାଗା ନମିଳିବାକୁ ନେଇ ଟଣା ଓଟରା ପ୍ରସଙ୍ଗ। ସେଠାରେ ୧୯୦ କୋଟିର ଏକ ସ୍ମାରକୀ ଗଠନ କରିବାକୁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିସାରିଛନ୍ତି। କିନ୍ତୁ ରାଜ୍ୟ ସରକାର ଜାଗା ଦେଉନଥିଲେ ବୋଲି ଅଭିଯୋଗ କରୁଥିଲା ବିଜେପି। ଆଜି କିନ୍ତୁ ଉଦଘାଟନି ଉତ୍ସବରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଏଥିପାଇଁ ଜାଗା ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ନବୀନ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ତାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।ଏହି ସଂକ୍ଷିପ୍ତ ଗସ୍ତ ଅବସରରେ ମୋଦି ଓଡ଼ିଶାରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହାସହ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ୍ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ଶୁଭାରମ୍ଭ କରିଛନ୍ତି। ଏହାସହ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ କହି ବିଜେପିକୁ ବିଜୟୀ କରାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
Thank you for this info. Alosohbet is best for you.