ଢେଙ୍କାନାଳ :ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ମନୁଷ୍ୟ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦ ର ସମଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି l ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ, ପ୍ରତି ଜିଲ୍ଲାରେ ହାତୀ ଓ ମଣିଷ ମଧ୍ୟରେ ଦେଖାଦେଉଥିବା ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ ଯାହାର ଅଧ୍ୟକ୍ଷ ଜିଲ୍ଲାର ଜିଲ୍ଲାପାଳ ମାନେ ରହିବେ ଓ ପୋଲିସ ବିଭାଗର ସହାଭାଗିତା ରେ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ଲୋକପ୍ରତିନିଧି ଓ ସାଧାରଣ ଜନତା ମିଶିକରି ସମସ୍ତ ସମସ୍ୟା ର ସମାଧାନ କରିବେ l

ପ୍ରତି ମାସରେ ଏହାର ଏକ ବୈଠକ ହେବ l ଏହି କ୍ରମରେ ଏହି ବୈଠକ ଟି ଦ୍ଵିତୀୟ ବୈଠକ l ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର ଏହି ବୈଠକ ରେ କହିଥିଲେ ଯେ, ଜିଲ୍ଲାରେ ମୁଖ୍ୟତଃ ଓଡାପଡା, ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ହାତୀମାନଙ୍କର ଚଳପ୍ରଚଳ ଅଧିକ ଦେଖାଦେଉଛି l ତେଣୁ ଏହି ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସାଇରନ ଘଣ୍ଟି, ସୋଲାର ଫେନ୍ସ ର ବ୍ୟବସ୍ତା କରାଯାଇଛି l ଯାହାଫଳରେ ଲୋକମାନେ ହାତୀ ଆକ୍ରମଣରୁ ନିଜକୁ ରକ୍ଷା କରିପାରିବେ l ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଯୋଗଦେଇ କହିଥିଲେ ଯେ, ହାତୀ ମଧ୍ୟ ପରିବେଶର ଗୋଟେ ଅଙ୍ଗ l ତେଣୁ ଯେତେବେଳ ବି ସେମାନେ ଜନଵସତି ମଧ୍ୟକୁ ଆସିଯାଉଛନ୍ତି ସେମାନଙ୍କୁ ଅଯଥା ନଚିଡେଇ ବନ ବିଭାଗ କୁ ଖବର ଦେବେ l ନିଜେ ସ୍ୱତପ୍ରବୃତ ଭାବେ ସେମାନଙ୍କୁ ଘଉଡ଼ାଇବା କୁ ଚେଷ୍ଟା କରିବେ ନାହିଁ l ଏହି ବୈଠକ ରେ ବିଭିନ୍ନ ଚାଷୀ ଅନୁଷ୍ଠାନ ର ପ୍ରତିନିଧି ମାନେ ଯୋଗ ଦେଇ ହାତୀ ଦ୍ୱାରା କେତେ ଫସଲ ହାନି ଏବଂ ଜୀବନ ହାନି ହଉଛି ସେ ବିଷୟରେ କହିଥିଲେ l

ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାପାଳ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ ଯତ୍ନବାନ ରହିଛନ୍ତି l ସେଥିପାଇଁ ସେ ଅକଟୋବର ୨୦ ରୁ ନଭେମ୍ବର ୨୦  ପର୍ଯ୍ୟନ୍ତ ଗୋଟେ ମାସ ସଚେତନତା କାର୍ଯ୍ୟକ୍ରମ କରିବାକୁ କହିଛନ୍ତି l ଏବଂ ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଉଛି ହାତୀ ଆକ୍ରମଣ ରେ ଯେପରି କାହାର ଜୀବନ ହାନି ହେବନାହିଁ l

ଏହି ବୈଠକ ରେ ବନ ଖଣ୍ଡ ଅଧିକାରୀ ଏକ ଗଜ ଦଣ୍ଡ ର ପ୍ରଦର୍ଶନ କରିଥିଲେ ଯାହାକି ଢେଙ୍କାନାଳ ଜିଲ୍ଲା କୁ ପ୍ରଥମ ଜିଲ୍ଲା ଭାବେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଛି l ଏହି ଦଣ୍ଡ ର ମୂଳ ଲକ୍ଷ୍ୟ ହେଇଛୁ ହାତୀମାନଙ୍କ ସୁରକ୍ଷା ତେଣୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ପ୍ରରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବନ ଖଣ୍ଡ ଅଧିକାରୀ କହିଛନ୍ତି lଏହି ବୈଠକରେ ଜିଲ୍ଲାପ୍ରଶାସନର ଅଧିକାରୀ, ପୋଲିସ ବିଭାଗର ଅଧିକାରୀ, ବନ ବିଭାଗ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକମାନେ ଯୋଗ ଦେଇଥିଲେ l