
ଧର୍ମଗଡ଼: ତା ୧୬/୧୦( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତି ପଡ଼ା ସର୍ଵ ପୂରାତନ ଶ୍ରୀ ଦୁର୍ଗା ପୂଜା ଓ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ଆରମ୍ଭ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ଧର୍ମଗତ ସହର ଚଳଚଞ୍ଚଳ ହୋଇପଡିଛି। ବିଭିନ୍ନ ଦୂର୍ଗା ମଣ୍ଡପରେ ମାଁ ଜଗତଜନନୀ ଦୂର୍ଗା ଙ୍କ ନଵଦିନାତ୍ଵକ ପୂଜା ମଧ୍ୟ ଆରମ୍ଭ ହୋଇଯାଇଛି। ସଦୃଶ୍ୟ ତେରଣ ସହ ଉଜ୍ଜ୍ୱଳ ଆଲୋକ ମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ। ଧର୍ମଗଡ଼ ସହରର ସର୍ଵ ପୂରାତନ ପୂଜା ଵା ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପିଢସ୍ଥଲି ।
ବର୍ତ୍ତମାନ ୬୪ ବର୍ଷ ରେ ପଦାର୍ପଣ କରିଛି। କମିଟି ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ ୧୫ ତାରିଖ ଵିଲ୍ଳବରଣୀ ରୁ ପୂଜା ଆରମ୍ଭ ହୋଇ ୨୪ ତାରିଖ ଦିନ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ସକାଳୁ ପୂଜା ଆରମ୍ଭ ହେବ ଏଣୁ ବହୁ ଦୂର ଦୂରାନ୍ତ ରୁ ଆସି ନିଜ ନିଜ ମାନସିକ କାମନା କରିଥାନ୍ତି । ଚଳିତ ବର୍ଷ ମୂଖ୍ୟ ପୂଜକ ଭାବରେ ଅଖିଳ ନାଥ ପଣ୍ଡା ଓ ତାଙ୍କ ସହଯୋଗୀ ଭାବେ ଭାବ ପାଣିଗ୍ରାହୀ ଏଵଂ ଅନ୍ୟ ପଣ୍ଡା ମାନଙ୍କ ଦ୍ଵାରା ପ୍ରତ୍ୟହ ପୂଜା ପାଠ ସହ ହବନ ହେବ ।
ଏଥିରେ କର୍ତ୍ତା ଭାବରେ ନଵିନ ଅଗ୍ରୱାଲ ଏଵଂ ତାଙ୍କ ସହ ପତ୍ନୀ କାର୍ଯ୍ୟ କରୁଛନ୍ତି। କମିଟି ର ସଭାପତି ଦୀନେଶ ଅଗ୍ରୱାଲ ସମ୍ପାଦକ ପ୍ରଦୀପ ନାଏକ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ହେଉଥିବା ବେଳେ ଚଳିତ ବର୍ଷ ମାଁ ଦୂର୍ଗା ତଥା ପାଶ୍ଵଦେଵାଦେଵୀଙ୍କ ମୂର୍ତ୍ତି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାରିଗର ମାନେ କୋଲକାତା ରୁ ଆସି ନିର୍ମିତ କରିଛନ୍ତି ।