Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

କଣ୍ଟାବାଞ୍ଜି ସବ ଜେଲରେ ପାଞ୍ଚ ଦଫା ଦାବି ନେଇ ଆମରଣ ଅନଶନ

54 0

କଣ୍ଟାବାଞ୍ଜି ବ୍ୟୁରୋ :୨୭/୦୯(ନରେନ୍ଦ୍ର ନେଗୀ)ଅଲ୍ ଓଡିଶା ଜେଲ କର୍ମଚାରୀ ସଙ୍ଘ ଆନୁକୁଲ୍ୟରେ କଣ୍ଟାବାଞ୍ଜି ସବ ଜେଲରେ ପାଞ୍ଚ ଦଫା ଦାବି ନେଇ ଜେଲରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦ୍ଵାରା ଅନଶନ ଜାରି ରହିଛି ।

ୱାଡ଼ର୍ ମାନଙ୍କ ପେ ୧୯୦୦ ରୁ ୨୦୦୦ ,ଚିପ ୱାଡରଙ୍କ ଗ୍ରେଡ ପେ ୨୦୦୦ ରୁ ୨୪୦୦ କୁ ବୃଦ୍ଧି , କାରାରକ୍ଷୀ ରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁ ,ଉପଖଣ୍ଡ କୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି,୧୩ ମାସିଆ ଦରମା ବୃଦ୍ଧି ଏହି ସବୁ ଦାବି ନେଇ ଗତ ୧୩ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ କଳା ବ୍ୟଚ ପରିଧାନ କରି ଜେଲ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ ।

ସରକାର ତାଙ୍କ ଦାବି ନ ମାନିବାରୁ ସେମାନେ ୨୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି। ଏହି ଅନଶନ ଆଜି ଦୂତୀଆ ଦିନରେ ପହଂଚିଛି । ଏହି ଅନଶନ ରେ ବସିଥିବା ଗୌରାଙ୍ଗ ବରିହା ଏବଂ ସୁଭ୍ରତ କୁମାର ସ୍ବାଇଁ ଦୂହୀ କର୍ମଚାରୀଙ୍କ ଦେହ ଅସୁସ୍ଥ ଥିବା ଜଣା ପଡ଼ିଛି।

Related Post

କିଶୋରନାଗର ଡିଗ୍ରୀ କଲେଜରେ ଡାକ ଉତ୍ପାଦ ଏବଂ ସେବା ଉପରେ ସଚେତନତା କାର୍ଯ୍ୟକ୍ରମ

Posted by - October 18, 2023 0
ଢେଙ୍କାନାଳ :ଆଜି କିଶୋରନାଗର ଡିଗ୍ରୀ କଲେଜରେ ଡାକ ଉତ୍ପାଦ ଏବଂ ସେବା ଉପରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏବଂ୧୫-୨୦  କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରାୟ ୪୦  ଟି…

ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ପୋଲିସ

Posted by - September 7, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ ।…

ସମୃଦ୍ଧ ରାଷ୍ଟ୍ର ର ପରିକଳ୍ପନା ସାକାର କରିବ ସଦଭାବନା ବୈଠକ

Posted by - September 24, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ): ପୁରୁଣାକଟକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମାଜସେବୀ ରାଜକିଶୋର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହରଭଙ୍ଗା ଖଣ୍ଡ ର…

ଉଦଘାଟିତ ହେଲା ଗନ୍ଧରାଢୀ ଲୋକକଳା ମହୋତ୍ସବ

Posted by - February 23, 2023 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସ।ଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଢୀ ମନ୍ଦିର ବିଶ୍ଵ ପ୍ରସିଦ୍ଧ।ଏହି ମନ୍ଦିରଦ୍ବୟ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା…

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡାଦେଶ

Posted by - January 28, 2023 0
ଧର୍ମଗଡ଼  :(ହେମନ୍ତ କୁମାର ମାଝୀ) ୨୦୧୬ ମସିହାରେ ଜୟପାଟଣା ଥାନା ଅନ୍ତର୍ଗତ ଚୁରାଗାଁ ଗ୍ରାମର ଅକ୍ଷୟ ନିମୁଳିଆ ଦୁଇ ପରିବାରର ଛୋଟ ପିଲାମାନଙ୍କୁ ନେଇ ଉପୁଜିଥିବା ସାମାନ୍ୟ…