ଆମେ ଜାଣିବା ଆମେ ଜିଣିବା ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

23 0

ଧର୍ମଗଡ଼:୧୭/୦୯(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସ୍ଥାନୀୟ ଅନ୍ୱେଷା ହଷ୍ଟେଲ ପରିସର ଠାରେ ରାଜ୍ୟ ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଓ ଆମେ ଜାଣିବା ,ଆମେ ଜିଣିବା କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅତିଥି ବୃନ୍ଦ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଶିବାନୀ ନାଏକ ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଶିକ୍ଷକ ଓ ଅଭିଭାବକ ମଧ୍ୟ ରେ ଉତ୍ତମ ସମନ୍ୱୟ ରକ୍ଷା କରିବା ,ସରକାର ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଲୋକ ଲୋଚନ କୁ ଆଣିବା ଓ ତାର ବ୍ୟବହାର କରାଯାଇ ସରକାରୀ ଶିକ୍ଷା ନୀତି କୁ ସୁଦୃଢ଼ କରି ସଫଳ କରାଇବା ଏକ ପ୍ରୟାସ ଏହାର ମୂଳ ଲକ୍ଷ ହୋଇଥିବା ହଷ୍ଟେଲ ଆସିଷ୍ଟାଣ୍ଟ ସୁପରିଷ୍ଟେଣ୍ଡଟ ପ୍ରଣବ କୁମାର ପାତ୍ର କହିଥିଲେ । ଏହି ଅବସର ରେ ସରକାର ଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ରଖି ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ରେ ଶିଶୁ ବିଭାଗ,ସ୍ବାସ୍ଥ୍ୟ ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ, ବନ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ।

Related Post

ସିନ୍ଦୁରପଙ୍କ କୁଦୋପାଲି ବ୍ରିଜରେ ମର୍ମତୁନ୍ଦ ସଡ଼କ ଦୁର୍ଘଟଣା,୨ ମୃତ

Posted by - August 8, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସଦରଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କୁଦୋପାଲି ବ୍ରିଜ ଉପରେ ଏଘଟିଛି ଏକ ମର୍ମତୁନ୍ଦ ସଡ଼କ ଦୁର୍ଘଟଣା ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ…

ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

Posted by - October 19, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ…

ଜିଲ୍ଲାସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - November 28, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆସନ୍ତା ୧ ଡିସେମ୍ବରରେ ବିଶ୍ଵ ଏଡସ୍ ଦିବସ ପାଳନ ହେବ। ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ଆଜି ଜିଲ୍ଲା ମୁଖ୍ୟ…

ଯାତ୍ରୀବାହି ବସ୍ ଦୁର୍ଘଟଣା ଗ୍ରସ୍ତ ୫ ମୃତ ୩୦ ଗୁରୁତର

Posted by - June 14, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମାଲକାନଗିରି ସୀମାନ୍ତରେ ଏକ ଯାତ୍ରୀବାହି ବସ୍ ଦୁର୍ଘଟଣା ଯୋଗୁଁ ୫ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ…

ବୌଦ୍ଧ ଜିଲ୍ଲାରେ ଦ୍ୱାଦଶ ଜାତୀୟ ମତଦାନ ଦିବସ ପାଳିତ

Posted by - January 25, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳାରେ ଚଳିତ ବର୍ଷ 12ତମ ଜାତୀୟ ମତଦାନ ଦିବସ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା…