ଢେଙ୍କାନାଳ: ଆଜିଠୁ ରିମାଣ୍ଡରେ ଗଲେ ‘ଡାଡି’। ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାରେ ଆଜିଠୁ ଦୁଇଦିନ ପାଇଁ ସେଲ୍ଟର୍ ହୋମ୍ ମୁଖ୍ୟ ଫୟାଜ୍ ରେହମାନ ରିମାଣ୍ଡରେ ଯାଇଛନ୍ତି।କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍ଟର୍ ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ ସେଲ୍ଟର୍ ହୋମ୍ରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା, ସେସବୁ ଘଟଣା ଉପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ପୁଲିସ୍।ଗତକାଲି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସେଲ୍ଟର୍ ହୋମ ମୁଖ୍ୟ ଫୟାଜ ରେହମାନ୍ଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ।
Facebook Notice for EU!
You need to login to view and post FB Comments!