ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ଦ୍ଵାରା ଟିଟିଲାଗଡ ଠାରେ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଶିଳାନ୍ୟାସ ଓ ବିଭିନ୍ନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

88 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶନିବାର ଦିନ ଟିଟିଲାଗଡ ଗସ୍ତରେ ଆସିଛନ୍ତି ରାଜ୍ୟ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (ସ୍ୱାଧୀନ )ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ପ୍ରଥମେ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହୋଇଥିଲେ l

ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଣବ ପ୍ରକାଶ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ଆଧୁନିକ ଜ୍ଞାନ କୌଶଳରେ ଶିକ୍ଷା ଦାନ ପ୍ରଦାନ, ଶିକ୍ଷାନୁଷ୍ଠାନ ଗୁଡିକ ୫-ଟିରେ ସାମିଲ ହୋଇ ଭିତ୍ତି ଭୂମିର ଉନ୍ନତି ଦ୍ଵାରା ଆତ୍ମ ନିଯୁକ୍ତି ବୃଦ୍ଧି ଉପରେ ଉପସ୍ଥିତ ମୁଖ୍ୟ ଅତିଥି ତଥା ସମ୍ମାନୀୟ ଅତିଥି ମାନେ ଆଲୋକପାତ କରିଥିଲେ । ଏହି ସମାରୋହରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢ଼ୀ, ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ପୁରୀର ପଣ୍ଡିତ ଶ୍ରୀ ଭାସ୍କର ମିଶ୍ର, ସମ୍ମାନିତ ବକ୍ତା ଚେତନା ଓ ସଂସ୍କୃତି ପୁରୀର ଶ୍ରୀ ଶିବ ଶଙ୍କର ମିଶ୍ର ମଞ୍ଚାସିନ ଥିଲେ l

ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡ଼ ଦୋଳଗୋବିନ୍ଦ ବିଶି ସ୍ୱାଗତ ଅଭିଭାଷଣ, ଡ଼ିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଧାନ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ l ଏହି ଅବସରରେ ଟିଟିଲାଗଡ଼ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉନ୍ନତ୍ତିକରଣ, ୧୦୦ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ, 100 ଶର୍ଯ୍ୟା ବିଶିଷ୍ଟ ଛାତ୍ରୀବାସ, ଡ଼ିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଦିର ଉନ୍ନତିକରଣର ଶିଳାନ୍ୟାସ ସମ୍ମାନୀୟ ଅତିଥିଙ୍କ ଦ୍ଵାରା କରାଯାଇଥିଲା l

ଏହା ପରେ ଟିଟିଲାଗଡ ବ୍ଲକ ପରାସରା ନିକଟସ୍ଥ ଈଚ ଗ୍ରାମରେ ଏକ ସାଧାରଣ ଜନ ସଭାରେ ସମସ୍ତ ଅତିଥି ମାନେ ଯୋଗ ଦେଇ ସେଠାରେ ଗ୍ରାମ୍ୟ ନିର୍ମାଣ ବିଭାଗ, ଟିଟିଲାଗଡ ୦୮ କୋଟି ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ପିଏମଜିୱାଈ ରାସ୍ତା ଠାରୁ ଘୁଙ୍କୁରପଲା ରାସ୍ତାରେ ଥିବା କୁଣ୍ଡାଯୋର ନାଲା ଉପରେ ସୁଉଚ୍ଚ ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ, ଗ୍ରାମ୍ୟ ନିର୍ମାଣ ବିଭାଗ, ଟିଟିଲାଗଡ ୨୮.୨୪ କୋଟି ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ସିରେକେଲା ଠାରୁ ସାଗୁନାମୁଣ୍ଡା ରାସ୍ତାରେ ଥିବା ଉନ୍ଦେର ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ, ଗ୍ରାମ୍ୟ ନିର୍ମାଣ ବିଭାଗ, ଟିଟିଲାଗଡ ୩୦.୦୩ କୋଟି ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ବିନେକେଲା ଠାରୁ ଉଦେପୁର ରାସ୍ତାରେ ଥିବା ଉନ୍ଦେର ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ, ଗ୍ରାମ୍ୟ ନିର୍ମାଣ ବିଭାଗ, ଟିଟିଲାଗଡ ୧୪.୯୫ କୋଟି ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ଈଚଗାଁ ଠାରେ ଦିଗଶିରା ରାସ୍ତାରେ ଥିବା ଉନ୍ଦେର ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା

ସେହି ପରି ଭାବେ ଶ୍ରମ ବିଭାଗ ଦ୍ଵାରା ୨୭ ଜଣ ନିର୍ମାଣ ଶ୍ରମିକଙ୍କ ଝିଅ ବାହାଘର ପାଇଁ ମୋଟ ଟ.୧୩,୫୦,୦୦୦, ମୃତ ତଥା ଅନ୍ତେଷ୍ଟିକ୍ରିୟା ନିମନ୍ତେ ୧୧ ଜଣ ନିର୍ମାଣ ଶ୍ରମିକଙ୍କ ପରିବାରଙ୍କୁ ମୋଟ ଟ.୨୨,୪୫,୦୦୦, ସାମାଜିକ ସୁରକ୍ଷା ବିଭାଗ, ଟିଟିଲାଗଡ ଦ୍ଵାରା ଯୋଗ୍ୟ ଆବେଦନକାରୀଙ୍କୁ ମଧୁବାବୁ ବାର୍ଦ୍ଧ୍ୟକ ଭତ୍ତା, ମଧୁବାବୁ ବିଧବା ଭତ୍ତା, ମଧୁବାବୁ ବିକଳାଙ୍ଗ ଭତ୍ତା, ତଥା ୨ ଜଣ ବିକଳାଙ୍ଗଙ୍କୁ ୟୁଡିଆଇଡି ପରିଚୟ ପତ୍ର ପ୍ରଦାନ କରାଯାଇଥିଲା

ଏହି ଜନ ସଭାରେ ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢୀ, ଟିଟିଲାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା, ଶ୍ରୀମତୀ ସଞ୍ଜୁକ୍ତା ନାୟକ, ଜିଲ୍ଲାପରିଷଦ ଉପଧ୍ୟକ୍ଷ୍ୟା, ଶ୍ରୀମତୀ ଗୀତା ବିଶି, ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀ ଜଗତ ରାମ ରଣା, ଜିଲ୍ଲା ପରିଷଦ ସଭ୍ୟା ଟିକି ପୋଢ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ଶ୍ରୀ ସଞ୍ଜୟ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ଲଳିତ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ, ଏହି କାର୍ଯ୍ୟକ୍ରମ କୁ ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ ଶ୍ରୀ ବିପିନ ବିହାରୀ ଦୀପ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଚିନ୍ତାମଣି ମହାପାତ୍ର ସଂଯୋଜନା କରିଥିଲେ ଏହି ସମାବେଶରେ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପାଞ୍ଜଳି ଜାଲ, ବିଭିନ୍ନ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା, ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Related Post

ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଅଗ୍ନି କାଣ୍ଡ

Posted by - April 18, 2020 34
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଏହି ଅଗ୍ନି କାଣ୍ଡ ଘଟିଛି ! ମିଳିଥିବା ଖବର ଅନୁସାରେ ଗତକାଲି…

ରେଢାଖୋଲ ପୋଲିସ ଦ୍ବାରା ବିପୁଲ ପରିମାଣର ଗଞ୍ଜେଇ ଜବତ

Posted by - December 22, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ ଦ୍ୱାରା ବିପୁଲ ପରିମାଣର ଚୋରାଗଞ୍ଜେଇ ଜବତ ଜଣେ ଗିରଫ । ଗତ ରାତି ପ୍ରାୟ ୭.୩୦ ମିନିଟ ସମୟରେ…

ସ୍ମୃତିଚାରଣ ସଭା ଅନୁଷ୍ଠିତ

Posted by - July 7, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡ଼ା ପଞ୍ଚାୟତରେ ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ନାୟକଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା…

ଜିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଅନୁଷ୍ଠିତ

Posted by - October 12, 2022 0
ବୌଦ୍ଧ:ଅପରାହ୍ନ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ ଜିଲ୍ଲା…

ରାଣୀପୁର ଝରିଆଲରେ ପଞ୍ଚାୟତ ସମିତି ବୈଠକ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ର ଅନ୍ତିମ ବୈଠକ ବ୍ଲକ ର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ  ରାଣୀପୁର ଝରିଆଲ ଠାରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା…