ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ କେନ୍ଦୁ ମୁଣ୍ଡି ଗ୍ରାମର ସ୍ଵାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ସଭାପତି କରୁଣା ଚନ୍ଦନ, ସମ୍ପାଦକ ମିଶ୍ର ଚନ୍ଦନଙ୍କ ସମେତ କ୍ଲବର ୩୫ ଜଣ ସଦସ୍ୟ ମାନେ ଉପସ୍ଥିତ ରହି ଗାଆଁର ଗୋଚର ଫୁଟବଲ ଖେଳ ପଡିଆ ଠାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ। ଆଗାମୀ ଦିନରେ କ୍ଲବ ତରଫରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଯାଇଥିବା ସଭାପତି ଶ୍ରୀ ଚନ୍ଦନ ସୂଚନା ଦେଇଛନ୍ତି।