ଟିଟିଲାଗଡ ସ୍ନେହା ପେଟ୍ରୋଲ ପମ୍ପରେ ଫୋନ ପେ ମାଧ୍ୟମରେ ଟଙ୍କା ଦେଲେ ପ୍ରଥମେ ମନା ତାପରେ ଯୁକ୍ତି କଲେ ଭାରି କଷ୍ଟରେ ଗ୍ରହଣ କରୁଛନ୍ତି।
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ନଗଦ ଲେଣଦେଣର ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ସରକାର ତଥା ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଡିଜିଟାଲ ପେମେଣ୍ଟର ଯୁଗ ଆରମ୍ଭ ହୋଇଥିଲା। ଯଦ୍ୱାରା ଟଙ୍କା କାରବାର ସମୟରେ ହେଉଥିବା ଲୁଟପାଟ, ଦିଆନିଆ ତଥ୍ୟର ରେକର୍ଡ ରହିବା ଭଳି ସୁବିଧା ରହିଛି। ଆଜିର ଏହି ଆଧୁନିକ ଯୁଗରେ ଏବେ ପ୍ରାୟତ ଦେଶର ନବେ ପ୍ରତିଶତ ବ୍ୟବସାୟୀ ଏହି ମାଧ୍ୟମରେ ସମସ୍ତ କିଣା ବିକା କରାଯାଉଅଛି। ଏତିକି ମାତ୍ରାରେ ଲୋକ ଏହି ସେବା ଉପରେ ନିର୍ଭର କଲେଣି ଯେ ସକାଳୁ ଜଣେ ସାଧାରଣ ମଣିଷ ଘରୁ ଟଙ୍କା ନ ନେଇ ମୋବାଇଲ ଫୋନ ଜରିଆରେ ଚା ବିକାଳି ,ଆଖୁରସ ବିକାଳୀ, ପାନ ଦୋକାନରେ , ପନିପରିବା ଦୋକାନୀ ମଧ୍ଯ ଏହି ସେବା ଉପରେ ନିର୍ଭର କରୁଛନ୍ତି।ସେଠୀ ପାଇଁ ଭାରତ ସରକାର ଦ୍ବାରା ପ୍ରଚଳିତ UPI ପେମେଣ୍ଟ ପପ୍ରଣାଳୀ କୁ ଅନ୍ୟ ଦେଶ ମଧ୍ୟ ଗ୍ରହଣ କରୁଛନ୍ତି।
ଏହି ଡିଜିଟାଲ ପେମେଣ୍ଟ ସୂବିଧା ବଦଳରେ ନଗଦ ଟଙ୍କା ଦେବାକୁ ଟିଟିଲାଗଡ ସର୍ଗୀଗୁଡ଼ା ଠାରେ ଥିବା ସ୍ନେହା ଫିଲିଂ ଷ୍ଟେସନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମନା କରୁଥିବା ଅଭିଯୋଗ ହେଉଛି। ଲୋକ ଏହି ଡିଜିଟାଲ ପେମେଣ୍ଟର ଏତିକି ପ୍ରଚାର ପ୍ରସାର ହେଲାଣି ଯେ ଲୋକ ଆଜି ନିର୍ଦ୍ଵନ୍ଦରେ ଘରୁ କେବଳ ମୋବାଇଲ ଜରିଆରେ କିଣା ବିକା କରିବା ସମ୍ଭବ ହେଉଥିବା ବେଳେ ଟିଟିଲାଗଡ ସ୍ନେହା ପେଟ୍ରୋଲ ପମ୍ପରେ ଗାଡ଼ିରେ ତେଲ ପକାଇବା ପରେ ଫୋନ ପେ ଯୋଗେ ପେମେଣ୍ଟ ଦେଲା ବେଳେ ସେଠାରେ କାର୍ଯ୍ୟ ରତ କର୍ମଚାରୀଙ୍କ ଅଜବ ଯୁକ୍ତି, ତେଲ ପକାଇବା ପୁର୍ବରୁ କହିବା କଥା ଯେ ଆପଣ ନଗଦ ଦେବେନି ବୋଲି, ଆମର ଏଠି ଫୋନ ପେ ଜରିଆରେ ଆମେ ପେମେଣ୍ଟ ଗ୍ରହଣ କରୁନୁ ବୋଲି କହୁଛନ୍ତି ସତେ ଯେମିତି ଗ୍ରାହକ ପେଟ୍ରୋଲ ପକାଇ ଧାର ମାଗିଲା ଭଳିଆ ବ୍ୟବହାର କେତେ ଦୂର ଯଥାର୍ଥ ?
ପୁଣି ନଗଦ ଆଣୀନୁ ବୋଲି କହିବା ପରେ ତୁମ ମାଲିକଙ୍କୁ ଡାକ କଥା ହେବୁ କହିବା ପରେ ତେଲ ଦିଆ ମେସିନ ଉପରେ ଥିବା କ୍ୟୁ ଆର କୋଡ ବାହାର କରି ପେମେଣ୍ଟ ନେଇଥିଲେ। ଯଦି ଗ୍ରାହକ କେନ୍ଦ୍ର ସରକାରଙ୍କ ଦ୍ଵାରା ବ୍ୟବସାୟୀ ତଥା ଲୋକଙ୍କ ସୁବିଧା ନିମନ୍ତେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଗ୍ରାହ୍ୟ କରି ଗ୍ରାହକଙ୍କୁ ଏହିଭଳି ଖରାପ ପ୍ରଦର୍ଶନ କରିବା କେତେ ଦୂର ଠିକ ? ପେଟ୍ରୋଲ ପମ୍ପରେ ଲାଗିଥିବା ନାମ ଫଳକରେ ସେଲସ ଅଫିସରଙ୍କ ନାମ ଏବଂ ନମ୍ୱର୍ ରେ ଫୋନ କରି ଅଭିଯୋଗ କରିବାରୁ ମୋର ବଦଳି ହୋଇଯାଇଛି, ଅନ୍ୟ ଜଣେ ଅଫିସରଙ୍କ ନମ୍ୱର ଦେଉଚି କଥା ହୁଅନ୍ତୁ ବୋଲି ନମ୍ବର ଦେଲେ। ଏହାର ମାନେ ଏଠାରେ ଲେଖା ଯାଇଥିବା ତଥ୍ୟ କେତେ ସଠିକ ଏଥିରୁ ଅନୁମେୟ। ଯଦି କାମ କରୁଥିବା କର୍ମଚାରୀଙ୍କ ବ୍ୟବହାର ଏହିଭଳି ତାହେଲେ ଗ୍ରାହକ ଆଉ ଆଶା କଣ ରଖିବେ ? ଏ ଦିଗରେ ବିଭାଗୀୟ ଅଧିକାରୀ କଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ରହିଲା।