ଲେଖା :- ଧନଜୟ ଦୀକ୍ଷିତ (ଯୁବସେବାୟତ ଏବଂ ସମାଜସେବୀ )
- ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଂଚାୟତ ସିଧେଶ୍ୱର ଗ୍ରାମ ରେ ଅବସ୍ଥିତ ଏହି ଶୈବପୀଠ ଯାହା ବ୍ରହ୍ମପୁରାଣ, ଶିବପୁରାଣ ଦ୍ୱରା ବର୍ଣିତ ଏବଂ ଏହାର ମହତ୍ୱ ଗାରିମା କୁ ଆକର୍ଷିତ କରିଥାଏ!!
ସ୍ଥାନ
ଯାଜପୁର ଜିଲ୍ଲା ଅନ୍ୟ ଏକ ତୀର୍ଥସ୍ଥଳୀ ଦଶ୍ୱାସିମେଧ ଘାଟ ଠାରୁ ଉପର ବନ୍ଧରେ ମାତ୍ର ୩ କିମି ଦୂରରେ ପବିତ୍ର ବୈତରଣୀ କୂଳରେ ଅବସ୍ଥିତ ଏହି ପ୍ରାଚୀନ ଶୈବକ୍ଷେତ୍ର!! ପୁରାଣ ବର୍ଣିତ ଗାଥା ରୁ ସ୍ପଷ୍ଠ ଯେ ଶ୍ରୀକୃଷ୍ଣ ପୁତ୍ର ପ୍ରଦୁମ୍ନ ନିଜର ରୋଗ ମୁକ୍ତି ନିମନ୍ତେ ଦେଶର ଅନେକ ତୀର୍ଥଭୂମି ରେ ତପସ୍ୟା କରିଥିଲେ କିନ୍ତୁ ଏଠାରେ ସେ ଆସି ତପସ୍ୟା କରିଥିବାରୁ ତାଙ୍କୁ ସିଦ୍ଧିପ୍ରାପ୍ତ ହୋଇଥିବା, ତତ ସମୟରୁ ଏହିକ୍ଷେତ୍ର କୁ ଅନ୍ୟ ଏକ ନାମ ସିଦ୍ଧିକ୍ଷେତ୍ର ଏବଂ ପରବର୍ତୀ ସମୟରେ ମହାଦେବ ଙ୍କ ନାମ ସିଧନାଥ ଏବଂ ମା ପାର୍ବତୀ ଙ୍କ ନାମ ସି୍ଧେଶ୍ବରୀ ରଖାଯାଇଥିଲା ଏବଂ ଗ୍ରାମ ର ନାମ ମଧ୍ୟ ସିଧେଶ୍ୱର ରଖାଯାଇଥିଲା!! ପ୍ରଦୁମ୍ନ ତପସ୍ୟା ରେ ସିଦ୍ଧିପ୍ରାପ୍ତ ପରେ ଭଗବାନ ବ୍ରିଷ୍ଣୁ କୁ ଏହାକୁ ମନେ ରଖିବା ପାଇଁ ଏବଂ ମନ୍ଦିର ନିର୍ମାଣ ପାଇଁ ଅନୁରୋଧ କରିଥିଲେ ଏବଂ ଭଗବାନ ବ୍ରିଷ୍ଣୁ ତାଙ୍କ ଅନୁରୋଧ କ୍ରମେ ବିଶ୍ୱକର୍ମା କୁ ଏହି ମଦିର ର ଶିଳାନସ୍ୟ ଏବଂ ମଦିର କାର୍ଯ୍ୟ ରେ ନିୟୋଜିତ କରିଥିଲେ!! ମଦିର ର ଭଗ୍ନାଶ ଦେଖି ଅଶ୍ୱଥମେଧ ଯଜ୍ଞ ସମୟରେ ଗଙ୍ଗବଂଶ ର ରାଜା ମାନଙ୍କ ଦ୍ୱ ରା ଏହାର କାର୍ଯ୍ୟ ଶେଷ ହୋଇଥିଲା ଏବଂ ପ୍ରତିଷ୍ଠା ମଧ୍ୟ କରାଯାଇଥିଲା
ଏହି ଶୈବକ୍ଷେତ୍ର ଚୈତ୍ରଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଦିନ ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ଭୁବନେଶ୍ୱର ଲିଙ୍ଗରାଜ ଭଳି ହରି ହର ପୂଜାପାନ୍ତି (ଶିବ ଏବଂ ବ୍ରିଷ୍ଣୁ ) ତୁଳସୀ ପତ୍ର ଏବଂ ବେଲପତ୍ର ଲାଗି ଭୋଗ ଲାଗିଥାଏ, ମନ୍ଦିର ପ୍ରାଙ୍ଗଣରେ୧୦୮ ଯୋଗୀବେଶ ର ଶିବଲିଙ୍ଗ ସାଙ୍ଗକୁ ସର୍ବଦେବା ଦେବି ପୂଜାପାନ୍ତି,ବୈତରଣୀ ନଦୀ ସଳଖ ଆସି ଏଠି ଉତ୍ତରକୁ ବାଙ୍କୀ ଥିବାରୁ ଏହି ପବିତ୍ର ସ୍ଥାନ ର ନାମ ଉତ୍ତରବାହିନୀ ମଧ୍ୟ କୁହାଯାଏ!! ଗରୁଡ଼ ପୁରାଣ ଅନୁସାରେ ବୈତରଣୀ ଉତ୍ତର ମୁହାଁ ସ୍ଥାନ ରେ ଶୈବ ମଦିର (ଅସ୍ଥିଶ୍ୱର ମହାଦେବ )ଅବସ୍ଥିତ ସେହି ସ୍ଥାନ ରେ ପିତୃପିତା ଙ୍କ ଅସ୍ଥି (ସଲ୍ୟ ) ବିସର୍ଜନ ର ପ୍ରମୁଖ ପେଣ୍ଠସ୍ଥଳୀ ମନାଯାଏ!! ଏହି ଦୃଷ୍ଟି ରୁ ରାଜ୍ୟ ଏବଂ ରାଜ୍ୟ ବାହାରେ ଏହି ପ୍ରମୁଖ କ୍ଷେତ୍ର ର ନାମ ଯୁଗଯୁଗ ରୁ ରହି ଆସିଛି, ଏହି ବୈତରଣୀ ଘାରେ ସ୍ଥାନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଭଗବତ ଗୀତା ରେ ମଧ୍ୟ ଉଲେଖ!!
ବର୍ତମାନ ସ୍ଥିତି
ଦୀର୍ଘଦିନ ରୁ ଦାବି ରହି ଆସୁଥିବା ମୁଖ୍ୟ ସମସ୍ୟା ଯାହା ମଦିର ର ଜରାଜୀନ ଏବଂ ଭଗ୍ନ ଅବସ୍ଥା ଦେଖିଲେ ମନେ ହୁଏ!! କଳାସଂକୃତି ରେ ଲିପ୍ତ ଏହି କ୍ଷେତ୍ର ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି!! ବିଭିନ୍ନ ସମସ୍ୟା ନେଇ ଗତି କରୁଥିବା ଏହି ପୀଠ ରେ ରାଜ୍ୟଏବଂ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମନଫେରାଇ ନେଉଛନ୍ତି!! ଯାଜପୁର ମୁଖ୍ୟ ରାସ୍ତା ରୁ ମଦିର କୁ ସଂଯୋଗ ରାସ୍ତା ଅତି ନିମ୍ନ ମାନର, ନା ମନ୍ଦିର ପ୍ରାଙ୍ଗଣରେ ଅଛି ଆଲୋକୀକରଣ ବ୍ୟବସ୍ତା ନା ଅଛି ସାମାନ୍ୟ ଶୌଚାଳୟ, ସ୍ଥାନ ପରେ ଲୁଗାପାଲଟିବାକୁ ଅଛି କୋଣସି ସୁବିଧା ନା ଭକ୍ତ ମାନଙ୍କ ପାଇଁ ସୁମଧୁର ପିଇବା ପାଣି ର ବ୍ୟବସ୍ତା ନା ଅଛି ଶ୍ରଦ୍ଧାଳୁ ଙ୍କ ପାଇଁ ଅଛି ଆଶ୍ରୟ ନେବା ଭଳି କିଛି ସୁବିଧା ନା କୋଣସି ବିବାହ, ବ୍ରତ ପାଇଁ ମଣ୍ଡପ ବ୍ୟବସ୍ତା, ଦିନକୁ ଦିନ ଯାହା ଅଛି ତାହା କ୍ଷୟ ହେବାକୁ ଲାଗିଲାଣି, ମନ୍ଦିର ଚର୍ତୁରପାର୍ଶ୍ୱ ପାଚେରୀ, ଅସ୍ଥିଶ୍ୱର ମନ୍ଦିର, ଭୁଙ୍ଗୁରେଶ୍ୱର ମନ୍ଦିର, ସ୍ମଶାନଶ୍ୱର ମନ୍ଦିର, ସବୁ ଭଗ୍ନ ଆଉ କିଛି ମାଟିରେ ପୋତିହୋଇ ପଡିଛି!! ପ୍ରତେକ ଦିନ ଆସୁଥିବା ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏହି କଥା ନକହିଲେ ଭଲ!! ପୀଠ ର ମୁଖ୍ୟ ପୂଜା ଅଶୋକ କଡ଼ି ଅର୍ଥାତ (ରଶିକାକଡ଼ି ) କେହି କେହି କୁହନ୍ତି ଏହା ମହାଦେବ ଙ୍କ ଜନ୍ମଦିନ ମନାଯାଏ ଯାହା ଚୈତ୍ରଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରୁ ପାଞ୍ଚଦିନ ଧରି ମେଳା ଲାଗିଥାଏ, ଏବଂ ଅଷ୍ଟମୀ ଦିନ ଏକ ଲକ୍ଷ୍ୟ ରୁ ଅଧିକ ଶ୍ରଦ୍ଧାଳୁ ଆସି ପିଣ୍ଡଦାନ କରିଥାନ୍ତି କିନ୍ତୁ ତାଙ୍କ ଲାଗି ସେହି କିଛି ଦିନ ପ୍ରଶାସନ ଦୃଷ୍ଟି ଦେଇଥାଏ!! ବାସ ତାପରେ କୋଣସି ବ୍ୟବସ୍ତା ନାହିଁ!!ଏହା ବ୍ୟବତୀ ମହାଶିବରାତ୍ରି, କାର୍ତିକ ପୁର୍ଣିମା ଏବଂ ବୈଶାଖଏବଂ ଶ୍ରାବଣ ମାସରେ ପ୍ରଚରୁ ଭିଡ ଲାଗିରହିଥିବା ଦେଖାଯାଏ!! ଅସ୍ଥି (ସଲ୍ୟ ) ବିସର୍ଜନ ର ପେଣ୍ଠସ୍ଥଳୀ ହେଇଥିବାରୁ ମହାଳୟା ର ପୂର୍ବ କେତେ ଦିନ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ, କିନ୍ତୁ ମନ୍ଦିର ପ୍ରଶାସନ (ଦଶରଥପୁର ବ୍ଲକ ) ତହସିଲଦାର ତରଫରୁ କୋଣସି ବ୍ୟବସ୍ତା ଦେଖିବାକୁ ମିଳେନି, ଏଥିପାଇଁ ହୁଏତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଆଗପରି ଦେଖିବାକୁ ମିଳୁନାହିଁ!!
ଠାକୁର ସ୍ଥିତି
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କଟକ ରେ ଶ୍ରୀ ସିଧେଶ୍ୱର ମହାଦେବ ଙ୍କ ନାମରେ ଏକର ଏକର ସମ୍ପତି ଅଛି, ଯାହାର ହିସାବ ମଧ୍ୟ କାହା ପାଖରେ ମିଳିବା କଷ୍ଟକର!! ସେବାୟତ କିଛି ନିଜ ଦଖଲ ରେ ରଖି ସେହି କ୍ଷେତ୍ର ରୁ ଆଦୃତ ଧାନ ବିକ୍ରି କରି ମଦିର ର ଦୁଇଓଳି ପ୍ରସାଦ ତିଆରି କରନ୍ତି!! ଆଉ ଅନେକ ଏହି ଜମି କୁ ଜବରଦଖଲ କରି ରଖିଛନ୍ତି!! ସରକାର ଙ୍କ ପକ୍ଷରୁ ମଦିର ଚତୃପଶ୍ଵ ରେ ଥିବା ଗୋଚର ପଡିଆ କୁ ସରକାର ମଧ୍ୟ ନିଜ କବ୍ଜା କୁ ନେଇ (ଇଲେଟରିକ ଏବଂ ପାଣି ପକଳ୍ପ ) ତିଆରି କରିସାରିଲେଣି, ଏଥିପ୍ରତି ପ୍ରଶାସନ ଚୁପ ରହୁଛି, ମଦିର ପାଖରୁ ଦୁଇଶହ ମିଟର ରେ ଅନବରତ ବାଲି ଉତ୍ତାଳନ କରାଯାଉଛି ଯାହା ମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି,, ଅନ୍ୟ ପକ୍ଷରେ କିଛି ଇଟାମାଫିଆ ମହାପ୍ରଭୁ ଙ୍କ ସମ୍ପତି ଙ୍କୁ ଦଖଲ କରି ମାଟି ଉତ୍ତାଳନ କରୁଛନ୍ତି ଏହା ମଧ୍ୟ ମଦିର ଭିତ୍ତିଭୂମି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଯାହା ଜନଅସନ୍ତୋଷ ର ମୁଖ୍ୟ କାରଣ!! ଖାଲି ଏତିକି ନୁହେଁ ମଦିର ଉର୍ନତି ପାଇଁ ଆସୁଥିବା ପଂଚାୟତ ସ୍ତର ର ରାଶି ବାଟମାରଣା ହେଇଯାଇଛି, ଯାହା ମଦିର ଶ୍ମଶାନ ଏବଂ ରାସ୍ତା ଦେଖିଲେ ଜଣାପଡୁଛି ଯାହା ଅଧାହୋଇ ପଡ଼ିରହିଛି.ବର୍ତମାନ ସ୍ଥିତି ରେ ମଦିର ର ବିକାଶ କଥା ତ ଦୂରରେ ସବୁଠୁ ବଡ଼ କଥା ହେଲା ମଦିର ଚାରିପାଖ ସମ୍ପୂର୍ଣ ଫାଙ୍କା ଥିବାରୁ, ଚୋର ଏବଂ ମଦୁଆ ଙ୍କ ଆଡାସ୍ଥଳୀ ପାଲଟି ସାରିଲାଣି, ପତେକ ସନ୍ଧ୍ୟା ରେ ଆଖ ପାଖ ଗ୍ରାମ ରୁ ଯୁବସମାଜ ଆସି ଗଂଜେଇ, ମଦ, ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଗ୍ରହଣ କରୁଛନ୍ତି, ଯଦି କେହି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରୁଛି ତାହାଲେ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି!!ରକ୍ଷଣା ବ୍ୟକ୍ଷଣା ଅଭାବ ରୁ ଏଭଳି ଅସାମାଜିକ ବ୍ୟକ୍ତି ଙ୍କ ଦୁରାପ ଦିନକୁ ଦିନ ବଢ଼ିବାରେ ଲାଗିଛି.. - ସରକାର କିମ୍ବା ପ୍ରଶାସନ ଚୁପ*
ଏହା ଆଜିକାର ନୁହେଁ ବିଗତ ଦଶ ବର୍ଷ ଧରି ମଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଙ୍କ ଯେତେ ଦୃଷ୍ଟି ଗୋଚର କଲେ ସୁଦ୍ଧା ଏହା ର କିଛି କାର୍ଯ୍ୟନୁଷ୍ଠାନ ନେବାର ଦେଖିବାକୁ ମିଳିନାହିଁ। ସ୍ଥାନୀୟ ଗ୍ରାମବାସି ଙ୍କ ଅନୁରୋଧ ସତ୍ୱ ୨ ବର୍ଷ ହେବ ମଦିର କୁ ସଂଯୋଗ ପାଇଁ ଏକ ଢ଼ଳେଇ ରାସ୍ତା ନିର୍ମାଣ କରାଯାଇଛି, ବିଗତ ଦିନରେ ସେବାୟତ ଏହିପ୍ରସଙ୍ଗ କୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଥିଲେ, ବର୍ତମାନ ପୁରୀ ମଦିର ପ୍ରଶାସନ ତଥା, ସଂକୃତି ବିଭାଗ ସଚିବ, ପୂର୍ବ ଯାଜପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ!! ମହୋଦୟ ସେବାୟତ ଙ୍କ ଅନୁରୋଧ କ୍ରମେ ଘଟଣା ସ୍ଥଳ ପରିଦର୍ଶନ ରେ ଆସି, ମଦିର ବିକାଶ ଏକ ପାର୍କ, ପିଇବା ଜଳ ବ୍ୟବସ୍ତା, ରୋଷେଇ ଘର ଏକ ଆଶୟଘର ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ସୁଦ୍ଧା ସେ କେବଳ କଥା ରେ ରହିଯାଇଛି!! ବିଧାୟକ ମହୋଦୟ ଯାଜପୁର କୁ ନୂଆ ରୂପ ଦେଇଥିଲେ ସୁଦ୍ଧା ଏହି ବହୁପୁରାତନ ଶୈବ କ୍ଷେତ୍ର ଙ୍କୁ କାହିଁକି ନଜର କୁ ନେଉ ନାହାନ୍ତି ତାହା ସ୍ଥାନୀୟ ବାସୀଙ୍କୁ ମର୍ମାହତ କରିଛି, ଗଣମାଧ୍ୟମ ରେ ଏହାର ଖବର ବାରମ୍ବାର ପ୍ରସାରଣ ସତ୍ୱ ଏହାର କୋଣସି ପ୍ରଭାବ ପଡୁନଥିବା ଦେଖାଦେଇଛି, ଯୁବସେବାୟତ ଉଦ୍ୟମ ରେ ଆଲୋକୀକରଣ, ଡାକବାଜି ଯନ୍ତ, ମଦିର ପ୍ରାଙ୍ଗଣରେ ମାର୍ବଲ, ଏବଂ ମା ପାର୍ବତୀ ଙ୍କ ମଦିର ପ୍ରାଙ୍ଗଣରେ ଛାତ କାର୍ଯ୍ୟ ଚାଲୁ ରହିଛି,, ମଦିର ର ସେମିତି କିଛି ଆୟ ନଥିବାରୁ ଦିନକୁ ଦିନ ସେବାୟତ ମଧ୍ୟ ନିଜର ଗୁଜୁରାଣ ପାଇଁ ଅନ୍ୟ ବିକଳ୍ପ ଖୋଜିଳେଣି, ଯାହା ଦ୍ୱରା ଆଗାମୀ ଦିନରେ ମନ୍ଦିର ନୀତିକାନ୍ତି ରେ ବାଧାସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ସେବାୟତ ମତ ରଖିଛନ୍ତି…
ନିବେଦନ
ବର୍ତମାନ ପରିସ୍ଥିତି ରେ ସରକାର ଓଡିଶା ସାହିତ୍ୟ, ସଂକୃତି ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶ କୁ ନେଇ ତତ୍ପର ଏବଂ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନମ୍ବର କରିବାର ସ୍ୱପ୍ନ ସାକାର ହେଉଥିବା ବେଳେ, ସମସ୍ତେ ମଦିର ଙ୍କୁ ପ୍ରାଧ୍ୟନ୍ୟ ଦେଇ ମଦିର ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ଏହି ଶୈବପୀଠ ପାଇଁ ଦୃଷ୍ଟି ନଦେବା ଚିନ୍ତା ର ବିଷୟ, ସମସ୍ତ ସେବାୟତ, ଗ୍ରାମବାସି ଏବଂ ବୁଦ୍ଧିଯିବି ମହଲ ରେ ଗୋଟିଏ ଦାବି ଏହି ଜରାଜୀନ ଶୈବପୀଠ ର ପୁନଃଉଦ୍ଧାର ନିତ୍ୟାନ୍ତ ଆବଶ୍ୟକ ରହିଛି, ନହେଲେ କଳା ସଂକୃତି ର ପୀଠ କିଛି ଦିନ ମଧ୍ୟରେ ଲୋପ ପାଇଯିବ..