ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

68 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ବିଶ୍ୱର ନାଥ ଜଗନ୍ନାଥ ଙ୍କ ଆଜି ଶ୍ରୀ ମନ୍ଦିର କୁ ବାହୁଡା଼!ଏହି ଯାତ୍ରା କୁ ବିଶ୍ୱ ସ୍ତରରେ ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନ ରେ ମହା ଆଡମ୍ବର ସହ ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି! ସେହିପରି ବ୍ଲକର ର ତିଳେଶ୍ୱର ରଥଯାତ୍ରା କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ବାହୁଡା଼ ଯାତ୍ରା ଟି ମହା ଆଡମ୍ବର ସହ ପାଳନ କରାଯାଇଥିଲା l ପ୍ରଥମେ ଠାକୁରଙ୍କୁ ରୀତି ନୀତି ଅନୁଯାଇ, ମଙ୍ଗଳ ଆଳତି, ଭକ୍ତ ଙ୍କ ଦର୍ଶନ, ଓ ପହଣ୍ଡି ବିଜେ କାର୍ଯ୍ୟକୁ ତିଳେଶ୍ୱର ଗ୍ରାମର ଗଁଉତିଆ ବ୍ରହ୍ମାନନ୍ଦ ପ୍ରଧାନ ଠାକୁର ଙ୍କୁ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ!ଶ୍ରାଦ୍ଧଳୁ ଭକ୍ତ ଙ୍କ ନାମ, ସଂକୀର୍ତନ, ହରିବୋଲ, ହିଳହୁଳି, ଘଣ୍ଟ ଶଙ୍ଖ, ଶବ୍ଦ ସହିତ ଜୟ ଜଗନ୍ନାଥ, ଜୟଜଗନ୍ନାଥ ଧ୍ଵନି ରେ ରଥ ଟଣା ହୋଇ ମାଉସୀ ମନ୍ଦିର ରୁ ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ପହଂଚି ଥିଲା l

ଉକ୍ତ ରଥ ଯାତ୍ରାକୁ ତିଳେଶ୍ୱର ରଥ ମହୋତ୍ସବ କମିଟିର ଆବାହକ ଶୁଭର୍ଜିତ ପ୍ରଧାନ ସଭାପତି କେଦାରେଶ୍ୱର ମିଶ୍ର , ସମ୍ପଦକ ଅର୍ଜୁନ ପ୍ରଧାନ ସଦସ୍ୟ ଚିକୁ ମହାନ୍ତି, ସରୋଜ ବେହେରା, ସିପୁନ ମିଶ୍ର, ପ୍ରଭାତ ବେହେରା, ଚିକୁ ପାଢ଼ୀ, ନାରାୟଣ ମହାନ୍ତି,ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ!ସେହିପରି ବାହୁଡା଼ ଯାତ୍ରା ର ଧାରାବିବରଣୀ କାର୍ଯ୍ୟକ୍ରମ ରେ ପୁରୋହିତ ରଞ୍ଜନ ଦାସ, ଦିଲୁ ଯୋଶୀ, ସିମୁନ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟପଟେ ଚାରିଛକ ରେ ମଧ୍ୟ ବାହୁଡା଼ ଯାତ୍ରା ରେ ଠାକୁରଙ୍କ ରୀତିନୀତି ପୂଜାର୍ଚ୍ଚନା ପରେ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଙ୍କ ଦ୍ୱରା ଛେରା ପଂହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଲ ଏହି ଯାତ୍ରା କୁ ମହୋତ୍ସବ କମିଟିର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ l

ବ୍ଲକର ରାମଗଡ, ପୁରୁଣା କଟକ, ହରଭଙ୍ଗା, ବାଇଶିପଡା, ଧଳପୁର, କୋଇଲିସୁତା, ବଦଳlସାହି, କୁମାରୀ, ଭାପୁର, କରଞ୍ଜ କଟା, ବିରାମ ଚନ୍ଦ୍ର ପୁର, କରଡ଼ି, ସରସରା ଆଦି ସ୍ଥାନ ଗୁଡିକରେ ରଥଯାତ୍ରା କମିଟି ପକ୍ଷରୁ ରୀତିନୀତି ଅନୁଯାଇ ଛେରା ପହରlଠୁ ଆରମ୍ଭ କରି ରଥ ଟଣା ହୋଇ ମାଉସୀ ମା ମନ୍ଦିର ଠୁ ରଥ ବାହାରି କୁ ମହାପ୍ରଭୁ ଭାଇ ଓ ଭଉଣୀ ଙ୍କୁ ଧରି ନିଜ ମନ୍ଦିର କୁ ପହଂଚି ଥିଲେ!ବିଭିନ୍ନ ସ୍ଥାନରେ ଭକ୍ତ ଙ୍କ ବହୁ ସମାଗମ ଦେଖାଯାଇଥିଲା ବେଳେ ରଥ ଯାତ୍ରାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳ,ବିଭିନ୍ନ ସ୍ୱେଚ୍ଛା ସେବି ଅନୁଷ୍ଠାନ ପକ୍ଷରୁ ଜଳ ଛତ୍ର ଠୁ ଆରମ୍ଭ କରି ରଥ ଯାତ୍ରା ରେ ସହଯୋଗ କରିଥିବା ବେଳେ ପ୍ରତ୍ୟକ ସ୍ଥାନ ରେ ଭକ୍ତ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l

Related Post

ଖଇର କାଠ ଚୋରାଚାଲାଣ କରୁଥିବା ପିକଅପ ଗାଡ଼ି ଜବତ , ମୁଖ୍ୟ ଅଭିଯୁକ୍ତ ଗିରଫ

Posted by - May 4, 2023 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା )ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଡୁଡୁକିପଦର୍ ଗାଁ ନିକଟ ଠୁଟା ଜଙ୍ଗଲ ରୁ ଖଇର କାଠ ଚୋରାଚାଲାଣ ହେଉଥିବା…

କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ

Posted by - April 7, 2020 0
ଭୁବନେଶ୍ୱର: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ ।କେନ୍ଦ୍ରାପଡ଼ା ଜିଲାରେ…

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,ରକ୍ତଦାନ ଶିବିର ଆୟୋଜିତ

Posted by - February 14, 2022 0
ଟିଟିଲାଗଡ଼:( ଫେବୃଆରୀ ୧୪ କୁ ପ୍ରେମୀ ଯୁଗଳ ନିଜର ଭେଲେନଟାଇନ ଦିବସ ଯାହାକି ପ୍ରେମ ଦିବସ ରୁପେ ପାଳନ କରୁଛନ୍ତି, ଆଜିର ଦିନରେ ପୂଲୱାମା ଆତଙ୍କି ଆକ୍ରମଣରେ…

ବାଲେଶ୍ଵର ସଦର ବିଧାୟକ ଙ୍କ ଅକାଳ ବିୟୋଗ, ବିଶିଷ୍ଟ ବ୍ୟକ୍ତି ଙ୍କ ଶୋକ ପ୍ରକାଶ

Posted by - June 17, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ) ବିଶ୍ବାସ କରି ହେଉନାହିଁ।ମଙ୍ଗୁ ଭାଇ ନାହାନ୍ତି। ଜନ୍ମ ହେଲେ ମୃତ୍ୟୁ ସତ୍ୟ। ଏହା ସମନ୍ତଙ୍କୁ ଜଣା। ତେବେ ଏମିତି ମୃତ୍ୟୁ, ସମସ୍ତ ଙ୍କୁ ସ୍ତବ୍ଧ କରି…