Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ

251 0

ବେଙ୍ଗାଲୁରୁ:୨୦/୦୬(କିଶୋର ଦ୍ବିବେଦୀ )ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୁତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି। ଏଠାରେ ବଢି ଭୋରରୁ ମଂଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା। ଦିନ ୧୨ ଟା ୧୫ ମିନିଟରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମନ୍ଦିର ସାମ୍ନାର ବଡ଼ଦାଣ୍ଡରେ ମହଜୁଦ ଥିବା ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ୨୮ ଫୁଟ ଉଚ୍ଚ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତ ମାନଙ୍କ ଦ୍ଵାରା ଭଜନ, କୀର୍ତ୍ତନ ତଥା ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିମଧ୍ୟରେ ନିଆଯାଇଥିଲା।

ମନ୍ଦିରର ଟ୍ରଷ୍ଟି ପୁଣ୍ୟଶ୍ଲୋକ ଖୁଣ୍ଟିଆ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୨ଟା ୩୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ଆରୋହଣ କରିଥିବା ରଙ୍ଗାରଙ୍ଗ ରଥଟିକୁ ଦୀର୍ଘ ୧ କିମି ପର୍ଯ୍ୟନ୍ତ ଟଣାଯାଇ ସନ୍ଧ୍ୟା ୬ଟା ବେଳେ ମାଉସୀମା ମନ୍ଦିର ନିକଟରେ ପହୁଞ୍ଚାଯାଇଥିଲା। ବେଙ୍ଗାଲୁରୁରେ ଆଜି ସକାଳେ ବର୍ଷା ହୋଇ ଛାଡ଼ିଯିବା ପରେ ଦିନତମାମ ପାଗ ମେଘୁଆ ଥିବାରୁ ରଥଯାତ୍ରା ଉତ୍ସବରେ ପ୍ରାୟ ୩୦ ହଜାର ଦର୍ଶକଙ୍କର ସମାଗମ ହୋଇଥିବା ଦେଖା ଯାଇଥିଲା।

ରାସ୍ତାର ଉଭୟ ପାର୍ଶ୍ବରେ ଦଣ୍ଡାୟମାନ ଶ୍ରଦ୍ଧାଳୁମାନେ ରଥ ଉପରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଦିବ୍ୟ ଦର୍ଶନ କରି କୃତକୃତ୍ୟ ମନେ କରୁଥିବା ଓ ଭକ୍ତିଭାବରେ ଅଭିଭୂତ ହେଉଥିବାର ନିଆର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ସମଗ୍ର ମହୋତ୍ସବକୁ ସୂଚାରୁ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟି ତଥା ସମ୍ପାଦନା ମଣ୍ଡଳୀ ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, ପରିଚାଳନା ଟ୍ରଷ୍ଟି କାମାକ୍ଷା ପଣ୍ଡା, ଏନ.ଆର.ବି ପଟ୍ଟନାୟକ, ଡଃ ସୀତିକଣ୍ଠ ଷଡ଼ଙ୍ଗୀ, ଏନ.କେ ଜେନା, ଚକ୍ରଧର ସ୍ବାଇଁ, ମନୋଜ ମହାପାତ୍ର, ପ୍ରକାଶ ସାମନ୍ତରା, ଜଷ୍ଟିସ ଜେପି ଉଦଗାତା, ହର ମହାପାତ୍ର, ମନୋଜ ପାତ୍ର ଓ ପୁଣ୍ୟଶ୍ଲୋକ ଖୁଣ୍ଟିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Related Post

ସର୍ବ ଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ ଛାତ୍ରଙ୍କ କୃତିତ୍ୱ

Posted by - November 18, 2021 0
ବରଗଡ/ଅତାବିରା:ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ କୋଭିଡ ନିୟନ୍ତ୍ରଣରେ ପ୍ଲାଜ୍ମା ଓ ଲେଜରର ପ୍ରୟୋଗ ଶିର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରିୟ…

ଆଗକୁ ସ୍ଥିତି ସାଙ୍ଘାତିକ:-ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Posted by - June 7, 2020 374
ନୂଆଦିଲୀ:ଭାରତର କରୋନା ସ୍ଥିତି ଉପରକୁ ଉଠି ଏବେ ଷଷ୍ଠ ସ୍ଥାନରେ ପହଞ୍ଚିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଯଦିଓ ସଂକ୍ରମଣର ଶୀର୍ଷ ଛୁଇଁନାହିଁ; ତଥାପି ଇଟାଲୀ, ସ୍ପେନ୍‌, ଜର୍ମାନୀ…

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ଉତ୍ସବ ପାଳନ

Posted by - July 12, 2021 0
ରିପୋର୍ଟ :(ସ୍ନେହାଂଶୁ ଶେଖର ମହାନ୍ତି) ବାଙ୍ଗାଲୋର: କୋଭିଡ୍‍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

Posted by - June 25, 2022 0
ଆମଷ୍ଟରଡମ୍‍:୨୪ା୬ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ତରଫରୁ ନିକଟରେ ରଜ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ…