ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଚୁଲିଫୁଙ୍କା ଗ୍ରାମକୁ ଗସ୍ତ କରିବା ସହ ଜଗନ୍ନାଥ ଭଗବାନଙ୍କୁ ପାଟ ବସ୍ତ୍ର ପ୍ରଦାନ କରିଥିଲେ ଓ ନିର୍ମାଣାଧିନ ଜଗନ୍ନାଥ ମନ୍ଦିର ବୁଲି ଦେଖିଥିଲେ l ଏଥିସହ ଉପସ୍ଥିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ବିଧାୟକ ମହୋଦୟ ନିଜେ ପଚାରି ବୁଝି ଥିଲେ । ସମ୍ପୂର୍ଣ୍ଣ ଜଗନ୍ନାଥ ମନ୍ଦିର ବିଧାୟକ ଙ୍କ ହାତ ପାଣ୍ଠି ରୁ ହେଉଥିବାରୁ ଓ ବିଧାୟକ ଙ୍କ ତତ୍ୱବଧାନ ରେ ମନ୍ଦିର କାର୍ଯ୍ୟ ହେଉଥିବା ରୁ ଚୁଲିଫୁଙ୍କା ଗ୍ରାମ ବାସୀ ବୃନ୍ଦ ଖୁସି ବ୍ୟକ୍ତ କରିଥିଲେ ଓ ବିଧାୟକଙ୍କୁ ଧନ୍ୟବାଦ୍ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ପୂର୍ବ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୁରୁ ଚରଣ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଉପ ଅଧକ୍ଷ ଶ୍ରୀ କେଶବ ନାରାୟଣ ଜୈନ୍, କପିଳ ବେହେରା, ସୁଶାନ୍ତ ବେହେରା, ପ୍ରଭୁ ଲାଲ ବେହେରା, ଛନ୍ଦା ଚରଣ ବେହେରା, ସୁନିଲ କୁମାର ବେହେରା, ରତ୍ନ ମଣି ବେହେରା, ମହେନ୍ଦ୍ର ଭୋଇ, କୁଷ ବେହେରା, ରଘୁ ଭୋଇ, ଜୟ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।