Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଇଣ୍ଡୋ ନେପାଲ କରାଟେ ଚାମ୍ପିଅନସିପ ପ୍ରତିଯୋଗିତାରେ ୧୦ ଜଣ ପ୍ରତିଯୋଗୀ ଆଣିଲେ ମେଡାଲ

119 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଚଳିତ ମାସ ୧୨,୧୩ ଓ ୧୪ ତାରିଖ ଦିନ ମୋଙ୍ଗିଆ ସ୍କୁଲ ଝାରଖଣ୍ଡର ଗୀର୍ଡିହି ଠାରେ ୨ୟ ତମ ଇଣ୍ଡୋ ନେପାଲ କରାଟେ ଚାମ୍ପିୟନସିପ ପ୍ରତିଯୋଗିତାରେ ଭାଗ ନେବାକୁ ଓଡ଼ିଶାରୁ ମୋଟ ୩୦ ଜଣ ଖେଳାଳି ଝାରଖଣ୍ଡ ଗସ୍ତ କରିଥିଲେ । ସେହି ୩୦ ଜଣ ଖେଳାଳିଙ୍କ ମଧ୍ୟରୁ ଟିଟିଲାଗଡ କରାଟେ ଆସୋସିଏସନ ଓ ଗୁରୁକୃପା ମାରସଲ ଆର୍ଟ ଏକାଡେମୀ କଣ୍ଟାବାଞ୍ଜିରୁ ମୋଟ ୧୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ।

ଏହି ଉଭୟ ଆସୋସିଏସନରୁ ଭାଗ ନେଇଥିବା ୧୦ ଜଣ ପ୍ରତିଯୋଗୀ ମାନେ ଭଲ ଖେଳି ମୋଟ ୪ଟି ସ୍ଵର୍ଣ୍ଣ ପଦକ ,୨ ଟି ରୋପ୍ୟ ପଦକ, ୧୦ ଟି କଂସ୍ୟ ପଦକ ହାସଲ କରି ନିଜ ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ଉଭୟ ଆସୋସିଏସନର ଖେଳାଳିଙ୍କୁ ସଂଶାଇ ଜିତୁ ପୃଷ୍ଟି ତାଲିମ ପ୍ରଦାନ କରି ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିଥାନ୍ତି।

ଏହି ପ୍ରତିଯୋଗିତାରେ ନେପାଳ ଓ ଭାରତର ୧୧ଟି ରାଜ୍ୟରୁ ମୋଟ ୪୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ଯାଇଥିବା ସମସ୍ତ ପ୍ରତିଯୋଗୀ ନିଜ ଉତ୍କୃଷ୍ଟ ପ୍ରଦର୍ଶନ କରିବା ସହିତ ସମୁଦାୟ ୧୬ ଟି ପଦକ ହାସଲ କରିଛନ୍ତି। ଏହି ପଦକ ଜିତିବା ପରେ ଟିଟିଲାଗଡ କରାଟେ ଆସୋସିଏନର ସମ୍ପାଦକ ସଂସାଇ କେଦାର କବାଟ, ସଂଶାଇ ଦେବେନ୍ଦ୍ର ଜୈନ,ଖେଳାଳିଙ୍କ ଅଭିଭାବକମାନେ ତଥା ଟିଟିଲାଗଡ ଓ କଣ୍ଟାବାଞ୍ଜି ଅଞ୍ଚଳବାସୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

Related Post

ଅଲ୍ ଓଡ଼ିଶା ଅଶୋକ ଦାସ ମେମୋରିଆଲ୍ କବାଡ଼ି ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

Posted by - January 28, 2023 0
ଯାଜପୁର:ଯାଜପୁର ବ୍ଳକ୍ ଭୁବନେଶ୍ୱରପୁର ପଂଚାୟତସ୍ଥ ଉତ୍କଳ ଯୁବ ପରିଷଦ କବାଡ଼ି ପଡ଼ିଆରେ ଚତୁର୍ଥ ଅଲ୍ ଓଡ଼ିଶା ଅଶୋକ ଦାସ ମେମୋରିଆଲ୍ ପୁରୁଷ ଓ ମହିଳା କବାଡ଼ି ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ ହୋଇଯାଇଛି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯାଜପୁର ପୌର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ବ୍ଳକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ାଙ୍କ ସହ ଯାଜପୁର ଜିଲ୍ଲାର ସମସ୍ତ ବ୍ଳକ୍‌ର ପଂଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପ୍ରମୁଖ ଏହି କବାଡ଼ି ଟୁର୍ଣ୍ଣାମେଂଟକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ତୁଷାରକାନ୍ତ ପରିଡ଼ା, ସରପଂଚ ମନଦୀପା ରାୟ, ୩୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁନୀତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାଜ୍ୟସ୍ତରୀୟ ଦିବାରାତ୍ର କବାଡ଼ି ଟୁର୍ଣ୍ଣାମେଂଟରେ କିଟ୍‌, କଟକ, ଜଗତ୍‌ସିଂହପୁର, ଅନୁଗୁଳ ଆଦି ଅଂଚଳର ୮ଗୋଟି ପୁରୁଷ ଦଳ ଓ ୮ଗୋଟି ମହିଳା ଦଳ ଯୋଗ ଦେଇଛନ୍ତି । ଆସନ୍ତା ୨୯ତାରିଖରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

୫ମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ଅନୁଗୋଳ କୁ ହରାଇ ୧-୦ ଗୋଲ ରେ ବୌଦ୍ଧ ବିଜୟୀ

Posted by - January 19, 2023 0
ହରଭଙ୍ଗା::୧୮/୦୧( ଚିତ୍ତରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧ ଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା 5ମ ରାଜ୍ୟସ୍ତରୀୟ…

ଵଡ ଘୁମର ଠାରେ ମାଁ ଚକାମଲେନ ନକ ଆଉଟ୍ କ୍ରିକେଟ ଟୁରନାମେଣ୍ଟ ଫାଇନାଲ ମ୍ୟାଚ ଉଦଯାପିତ

Posted by - March 2, 2023 0
ଧର୍ମଗଡ଼ ତା ୨/୩/୨୩ (ହେମନ୍ତ କୁମାର ମାଝୀ)ଅଞ୍ଚଳ ର କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ପାଇଁ ଓ କ୍ରୀଡ଼ାର ବିକାଶ ପାଇଁ ବଡ଼ଘୁମେର ଠାରେ ମାଁ…

‘କ୍ରିକେଟ୍ ଭଦ୍ର ଲୋକଙ୍କ ଖେଳ’:- ବିଧାୟକ ନୀଳଗିରି

Posted by - February 4, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)କ୍ରିକେଟ୍ ଭଦ୍ର ଲୋକ ଙ୍କ ଖେଳ’, ଭାଇଚାରା, ସଂହତି ଓ ଧର୍ଯ୍ୟ ର ଖେଳ ବୋଲି, ବାବା ବୈଦ୍ୟ ନାଥ କ୍ରିକେଟ୍ କ୍ଳବ୍ ସହବନ୍ଧିତ ପ୍ରୀମୀୟର…

ପଞ୍ଚାୟତସ୍ଥରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ କସିରା ଚାମ୍ପିୟନ,

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଫୂଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ବାର୍ଷିକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।୩ଦିନ ଧରି ଅନୁଷ୍ଠିତ…