କଳାହାଣ୍ଡି ଜିଲ୍ଲା ବିଭିନ୍ନ ସ୍ଥାନରେ ଲାଗିଲା ମାଓ ପୋଷ୍ଟର। ଡେଟୋନେଟର ଲଗାଇବା ସହ ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ।

58 0

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କୀଟପଦର ରେ ପୁଣି ଲାଗିଲା ମାଓ ପୋଷ୍ଟର। ଏମ୍ ରାମପୁର ଥାନା ଅନ୍ତର୍ଗତ ଡମ୍ବକର୍ଲାଖୁଣ୍ଟା, ମାଣିକେରା ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରି ଲଗାଇଛନ୍ତି ମାଓ ପୋଷ୍ଟର।କେକେବିଏନ ଡିଭିଜିନାଲ କମିଟି ପକ୍ଷରୁ ଲାଗିଛି ମାଓ ପୋଷ୍ଟର। ଡେଟୋନେଟର ଲଗାଇବା ସହ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ପୋଲିସ ଓ ଗୁଇନ୍ଦା ଅଫିସର ଭୟ ର ଚାପ ଓ ପ୍ରଲୋଭନ ରେ ପଡନ୍ତୁ ନାହିଁ।

ଗାଁ ଗାଁ ରେ ଥିବା ପୋଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟି କୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୋଲିସ କୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତି କୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ଏବଂ ଏକ ଅଡିଓ ଟେପ୍ ଜାରି କରି ବାର ଦଫା ଦାବି କରିଛନ୍ତି ମାଓବାଦୀ।

ସୂଚନା ଥାଉ କି ଗତ ୯ତାରିଖ ଦିନ ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇଡବ୍ଳୁ ର ଡିଏସପି ଗୁରୁତର ଆହତ ହୋଇଥିଲେ। ପରେ ମାଓବାଦୀ ମାନେ ରକ୍ତମୁଖା ହୋଇ ପୋଷ୍ଟର ଲଗାଇଥିବା ଆଲୋଚନା ହେଉଛି। ଫଳରେ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଦେଖିବାକୁ ମିଳିଛି।

Related Post

ଯାଜପୁର ଜିଲ୍ଲାସ୍କୁଲ ପରିସରରେ ମୋସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ

Posted by - November 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ସର୍ବପୁରାତନ ସ୍କୁଲ ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ମୋସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଆଲୋକ…

କମିସନରେଟ ପୋଲିସର “ଦାଦାବଟିକୁ ନା” କାର୍ଯ୍ୟକ୍ରମ

Posted by - October 21, 2020 0
ଭୁବନେଶ୍ବର:“ଦାଦାବଟିକୁ ନା” ମିଶନ ଆରମ୍ଭ କରିଛି କମିସିନେରେଟ ପୋଲିସ । ଦ୍ବୈତ ନଗରୀକୁ ଦାଦାବଟି ମୁକ୍ତ ଉଦେଶ୍ୟରେ  ଆରମ୍ଭ ହୋଇଥିବାଏହି ନୂଆ କାର୍ଯ୍ୟକ୍ରମ ରେ ଏକ ସ୍ବତନ୍ତ୍ର…

ବାପାଙ୍କ ଶ୍ରାଦ୍ଧ ଦିବସ ରେ ବିଚାରପତି ପୁଅ ଙ୍କ ଆତ୍ମହତ୍ୟା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Posted by - September 4, 2022 0
ଯାଜପୁର/କଟକ  :କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ ନେଇଛି। ବିଚାରପତିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି…

ଗାନ୍ଧୀ ଜୟନ୍ତୀ ଅବସରରେ ହରିଶଙ୍କର ରେ ସଫେଇ କାର୍ଯ୍ୟକ୍ରମ

Posted by - October 2, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଲି ହରିଶଙ୍କର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକ ପ୍ରଶାସନ,…