Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ଟିଟିଲାଗଡ କୃଷି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ୍ ଖେଳ ପଡିଆରେ ଲାଗିଛି ଆମ୍ବ ମେଳା

100 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସ ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ଆଶା ଅନୁଷ୍ଠାନ ଟିଟଲାଗଡ ଦ୍ଵାରା ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଆୟୋଜନ କରାଯାଇଛି । ଉକ୍ତ ମେଳାକୁ ଉଦଘାଟନ କରିଥିଲେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ , ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ , ଶ୍ରୀଯୁକ୍ତ କମକେନ୍ଦୁ ପାଲ ଅତିରିକ୍ତ ସିଇଓ ଓରମାସ ବଲାଙ୍ଗୀର, ଶ୍ରୀଯୁକ୍ତ ମନବୋଧ ମାଝୀ ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ଓ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟ୍ଟନାୟକ ସମ୍ପାଦକ ଆଶା ଟିଟଲାଗଡ ।

ଟିଟଲାଗଡ ଉପଖଣ୍ଡର ବିଭିନ୍ନ ଉତ୍ପାଦକ କମ୍ପାନୀ ଯଥା ଜାଡେନ ଟିଟଲାଗଡ, କୃଷକ ଉତ୍ପାଦକ କମ୍ପାନୀ ବଙ୍ଗୋମୁଣ୍ଡା, ସମ୍ବଳ ଶକ୍ତି ଖୋଲାନ, ଟିଟଲାଗଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ବାଗଡର,ମା ଲକ୍ଷ୍ମୀ ଦିବ୍ୟାଙ୍ଗ ମୁରିବହାଲ , ବଙ୍ଗୋମୁଣ୍ଡା ଚାଷୀ ଓ ଶଗଡ଼ଘାଟ ର ଚାଷୀ ମାନଙ୍କ ସୁସ୍ୱାଦୁ ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ତଥା ବିକ୍ରୟ କରାଯାଉଛି। ଉକ୍ତ ଆମ୍ବ ମେଳା ଦ୍ବାରା ଅଞ୍ଚଳର ଆମ୍ବ ଚାଷୀ, ଉତ୍ପାଦକ କମ୍ପାନୀ ଓ ସୟଂସହାୟକ ଦଳ ନିଜର ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରୟ କରି ଲାଭବାନ ହୋଇ ପାରିବେ।

ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କର ପ୍ରଚେଷ୍ଟା ଫଳରେ ଆମ୍ବ ମେଳା ଆୟୋଜନ କରାଯାଇ ଉପଖଣ୍ଡ ଅଞ୍ଚଳର ଆମ୍ବ ଚାଷୀ ମାନଙ୍କ ଆମ୍ବ ବିକ୍ରୟ ପାଇଁ ଏହା ଭଲ ପ୍ରୟାସ। ଉକ୍ତ କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ମାଝୀ, ସର୍ବେଶ୍ଵର ଗଡତ୍ୟା, ପ୍ରଦୀପ ସାହୁ, ସତିଶ କୁମାର ଦେହୁରୀ, ମାନସ ସାହା, ପିତାମ୍ବର କୁମ୍ଭାର, ଜିପ୍ତା ନାଗ,ଗୋଲାପ ନାୟକ, କ୍ଷୀରୋଦ ଛୁରା, ପରମେଶ୍ବର ରଣା, କାଲିନ୍ଦ୍ରି ରଣା, ଯୁଗେଶ୍ୱର୍ କଟା, ବିରାଜ ରଣା, ବିକାଶ ସାହୁ,ସରୋଜ ସାହୁ,ନୀଳାମ୍ବର ତାଣୀ ଆଦି ସହାୟତା କରିଥିଲେ । ସାତ ଦିନ ଧରି ଏହି ଆମ୍ୱ ମେଳା ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି।

Related Post

ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ଯାମ୍ପସ ବାହାରେ ରାଗିଂ ଅଭିଯୋଗ

Posted by - December 19, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ଯାମ୍ପସ ବାହାରେ ରାଗିଂ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଂଜିନିୟରିଂର ଦ୍ବିତୀୟ ବର୍ଷର ଜଣେ…

କଂଗ୍ରେସ୍ , ସି.ପି.ଆଇ. ସି.ପି.ଏମ୍. ଓ କୃଷକ ସଂଗଠନର ରାସ୍ତା ଅବରୋଧ

Posted by - February 6, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଦେଶ ରେ କୃଷକ ସଂଗଠନ , କଂଗ୍ରେସ୍, ସି.ପି.ଆଇ., ସି.ପି.ଏମ୍ ପକ୍ଷରୁ ତିନି ଘଣ୍ଟିଆ ଚକା ବନ୍ଦ ଆନ୍ଦୋଳନ କରାଯାଇଛି । ଅନୁରୂପ ଭାବେ,…

କାର୍ଯ୍ୟରତ ବୀର ଯବାନଙ୍କ ଦେହାନ୍ତ,ଯବାନ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଲ ରାଲି

Posted by - September 13, 2020 0
ନୀଳଗିରି:(ସୌମ୍ୟସାଇ ବାରିକ)ନୀଳଗିରି ବ୍ଳକ, କାଠପାଳ ଗାଁ ର ଘଟଣା। ଦେଶ ଜଣେ କାର୍ଯ୍ୟରତ ବୀର ଯବାନ ଙ୍କୁ ହରାଇଛି।ସମଗ୍ର ନୀଳଗିରି ରେ ଶୋକାକୁଳ ପରିବେଶ। ସୁଚନା ରୁ…

ଦୀନ ମଜହୁରିଆ ପୁଅ ଅସୁସ୍ଥ ହେବା ପରେ ବେସାହାରା ହୋଇପଡିଛି ପରିବାର,ସରକାରୀ ସହାୟତା ଅପେକ୍ଷାରେ

Posted by - July 29, 2020 87
ବିଂଝାରପୁର:ଯାଜପୁର ଜ଼ିଲ୍ଲା ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ ମଲିପୁର ଗ୍ରାମର ସଦାନନ୍ଦ ମଲ୍ଲିକ ଙ୍କ ସରିର ଅସୁସ୍ଥ ହେବା ପରେ ବେସାହାରା ହୋଇପଡିଛି ତାଙ୍କ ପରିବାର  ଦାନନ୍ଦ…

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - January 4, 2020 46
ଯାଜପୁର:୦୪/୦୧/୨୦୨୦ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଂଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି।ଆଜି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।ସରକାରୀ ଯୋଜନା ଗାଁରେ କେତେ ପହଂଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ସହ ଜନଶୁଣାଣୀ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।…