ଯାଜପୁର :ପାକିସ୍ଥାନ ଲିଙ୍କରେ ଗିରଫ ହୋଇଥିବା ସୋମ୍ୟ ପଟନାୟକ ଗାଁରେ କରନ୍ତି ପକ୍ଷୀ ବେପାର। ସୌମ୍ୟଙ୍କ ମାଙ୍କ ସୂଚନା। ଆଜି ଏସଟିଏଫ ଦ୍ଵାରା ଭୁବନେଶ୍ବରରେ ହୋଇଥିଵା ସାମ୍ବାଦିକ ସମିଳନୀରେ ଦେଶ ଦ୍ରୋହୀ କାର୍ଯ୍ୟ କଳାପରେ ସାମିଲ ଥିବା ଓଡିଶାର ୩ ଜଣଙ୍କ ମଧ୍ୟରୁ ଯାଜପୁର ର ସୌମ୍ୟ ପଟନାୟକଙ୍କ ଗାଁରେ ଥିଲା ପକ୍ଷୀ ବେପାର। ଯାଜପୁର ବରୀ ଥାନା ଅନ୍ତର୍ଗତ କମ୍ଭିରିଆପାଳ ପଂଚାୟତ ଉଦୟପୁର ଗାଁରେ ରହୁଥିବା ସୌମ୍ୟ ମାଟ୍ରିକ ପାସ ପରେ ଘରେ ରହି ପକ୍ଷୀ ବେପାର କରୁଥିଲେ।
ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀ ବେପାର କରୁଥିବା ସୌମ୍ୟ ୬ ଟି ମୋବାଇଲ, ଦାମୀ କାର ଓ ବାଇକ ବ୍ୟବହାର କରୁଥିଲେ। ସୌମ୍ୟଙ୍କ ମାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସୋମ୍ୟ ମାଟ୍ରିକ ପରେ ପାଖାପାଖି ୨ ବର୍ଷ ଧରି ନିଜ ଘରେ ବିଭିନ୍ନ ପ୍ରକାର ବିଦେଶୀ ପାରା ଓ ଅନ୍ୟ ପ୍ରଜାତିର ପକ୍ଷୀ ବେପାର କରୁଥିଲେ।
ଏହି ପକ୍ଷୀ ବେପାରୁ ସୌମ୍ୟ ନାମୀଦାମୀ କମ୍ପାନୀର କାର , ଲକ୍ଷାଧିକ ଟଙ୍କାର ଵାଇକ , ଦାମୀ କମ୍ପାନୀର ୬ ଟି ମାୋବାଇଲ ବ୍ୟବାହର କରୁଥିବା ଜଣାଯାଇଛି।ବାପା ବିନୟ ରେଳ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ବିନୟ ପଟନାୟକଙ୍କ ପୁଅ ସୌମ୍ୟ ଏପରି ଦଶଦ୍ରୋହୀ କାର୍ଯ୍ୟରେ ଲିପ୍ତ ଥିଲେ। ୧୨ତାରିଖ ବିଳମ୍ୱିତ ରାତିରେ ନିଜ ବାସଭଵନରୁ ଗିରଫ କରିଛି ପୋଲିସ। ୬ଟି ମୋବାଇଲ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦସ୍ତାବିଜ କୁ ପୋଲିସ ଜବତ କରିଥିବା ସୂଚନା ଦେଲେ ସୌମ୍ୟଙ୍କ ମା ପ୍ରତିମା ।